Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୋଲିସଙ୍କୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ , ଥାନା ପରିସରରେ ଯୁବକଙ୍କୁ ଆକ୍ରମଣ

Odisha

ପୋଲିସଙ୍କୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ , ଥାନା ପରିସରରେ ଯୁବକଙ୍କୁ ଆକ୍ରମଣ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ପୋଲିସଙ୍କୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ , ଥାନା ପରିସରରେ ଯୁବକଙ୍କୁ ଆକ୍ରମଣ

ଭୁବନେଶ୍ବର :  ପୋଲିସଙ୍କୁ ଦୁର୍ବୁତ୍ତଙ୍କ ଖୋଲା ଚ୍ୟାଲେଞ୍ଜ  । ପୂର୍ବ ଶତ୍ରୁତାକୁ ନେଇ ଥାନା ପରିସରରେ ଯୁବକଙ୍କୁ ମାଡ଼.ଯୁବକଙ୍କୁ ଥାନା ଭିତରେ ମରଣାତ୍ମକ ଆକ୍ରମଣ । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ପରିସରରେ । ଶନିବାର ରାତ୍ରି ପ୍ରାୟ ୧୦ଟା ରେ ମୁଦୁଲି ସାହିର ଚିତ୍ତ ରଞ୍ଜନ ମୁଦୁଲି ଘରକୁ ଫେରୁଥିଲେ । ଏହି ସମୟରେ ୩ ଜଣ ଯୁବକ ପୂର୍ବ ଶତୃତାରୁ ଚିତ୍ତରଞ୍ଜନଙ୍କୁ ଥାନା ନିକଟରେ ମାଡ଼ ମାରିଥିଲେ । ଚିତ୍ତ ରଞ୍ଜନ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରି ଥାନା ପରିସରକୁ ଦୌଡ଼ି ଆସିଥିଲେ । ମାତ୍ର ଥାନା ପରିସରରେ ତିନି ଜଣ ଯୁବକ ମାଡ ମାରି ଲହୁଲୁହାଣ କରିବା ସହ ଏକ ଇଟା ରେ ଚିତ୍ତରଞ୍ଜନଙ୍କ ମୁହଁକୁ ଛେଚି ଦେଇଥିଲେ । ତେବେ ପୋଲିସ୍ ୨ ଜଣ ଯୁବକଙ୍କୁ କାବୁ କରିବା ପରେ ଥାନାରେ ଅଟକ ରଖିଛନ୍ତି । ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଖସି ଯାଇଛି ।

ଅଧିକ ପଢନ୍ତୁ : ହତ୍ୟା ଘଟଣାରେ 10 ଜଣ ନିର୍ଦ୍ଦୋଷରେ ଖଲାସ, 2 ଜଣଙ୍କର ହୋଇସାରିଛି ମୃତ୍ୟୁ

ଏନେଇ ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟ ନାରାୟଣ ପାଢ଼ୀ କୁହନ୍ତି କେହି କାହାକୁ ଚିହ୍ନି ନାହଁନ୍ତି। ସମସ୍ତେ ନିଶାଶକ୍ତ ଅବସ୍ଥାରେ ରହିଥିଲେ. ତେଣୁ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଏହି ସମୟରେ ଥାନାର ଉପରିସ୍ଥ ଅଧିକାରୀ କେଉଁଠି ଥିଲେ.ଥାନା ଭିତରେ ପସି ମାଡ଼ ମାରିବାକୁ ସାହସ ଦେଉଛି କିଏ । ତେବେ ତଦନ୍ତ ରେ ସିସିଟିଭି ଦ୍ୱାରା ସତ ଜଣା ପଡିବ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Open challenge to the police by the miscreant, attack on the youth in the police station | Argus News