Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟର ଓ ଟିଆଇଏସଏସ ମୁମ୍ବାଇ ମଧ୍ୟରେ ଏମଓୟୁ ସ୍ୱାକ୍ଷର

Sushanta Sahoo
Browse all articles by Sushanta Sahoo
·9 months ago·3 min read
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶା ରିସର୍ଚ୍ଚ ସେଣ୍ଟର ଓ ଟିଆଇଏସଏସ ମୁମ୍ବାଇ ମଧ୍ୟରେ ଏମଓୟୁ ସ୍ୱାକ୍ଷର

Key Points

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଓଆରଏସ ଏବଂ ଟିଆଇଏସଏସ ମୁମ୍ବାଇ ମଧ୍ୟରେ ଏମଓୟୁ ସ୍ଵାକ୍ଷରିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହା କେବଳ ଦୁଇଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଚୁକ୍ତିନାମା ନୁହେଁ ବରଂ ଓଡ଼ିଶାର ଭବିଷ୍ୟତ ତଥା ଯୁବପିଢ଼ିର ଗବେଷଣାକୁ ଆଗକୁ ନେବା ପାଇଁ ଏକ ମହତ୍ଵକାଂକ୍ଷୀ ଉଦ୍ୟମ ।

ଭୁବନେଶ୍ଵର: ଓଡ଼ିଶା ରିସର୍ଚ୍ଚ ସେଣ୍ଟର (ORC), ଭୁବନେଶ୍ୱର ଏବଂ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ (TISS), ମୁମ୍ବାଇ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ସାମାଜିକ ଗବେଷଣାକୁ ପ୍ରୋତ୍ସାହନ ଦେବ । ଏଥିସହ ଓଡ଼ିଶାର ଭବିଷ୍ୟତ ଓ ଯୁବପିଢ଼ିର ଗବେଷଣା ପାଇଁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ବୋଲି ରବିବାର ଏମଓୟୁ ସ୍ୱାକ୍ଷର ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଓଆରଏସ ଏବଂ ଟିଆଇଏସଏସ ମୁମ୍ବାଇ ମଧ୍ୟରେ ଏମଓୟୁ ସ୍ଵାକ୍ଷରିତ ହୋଇଥିଲା । ଦୁଇଟି ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହା କେବଳ ଦୁଇଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଚୁକ୍ତିନାମା ନୁହେଁ ବରଂ ଓଡ଼ିଶାର ଭବିଷ୍ୟତ ତଥା ଯୁବପିଢ଼ିର ଗବେଷଣାକୁ ଆଗକୁ ନେବା ପାଇଁ ଏକ ମହତ୍ଵକାଂକ୍ଷୀ ଉଦ୍ୟମ । ଏହି ପଦକ୍ଷେପ ଓଡ଼ିଶାର ସାମାଜିକ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ ଆରମ୍ଭ କରିବ ।


ଏଥିସହ ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ ନେଇ ଆସିଲା ବଡ଼ ସୂଚନା, ECI କହିଲେ...


ଧର୍ମେନ୍ଦ୍ର କହିଛନ୍ତି, "ଇତିହାସ ଦର୍ପଣ ସ୍ଵରୂପ । କୌଣସି ଜାତି ତା’ର ଇତିହାସକୁ ମନେ ନ ପକାଇ ଭବିଷ୍ୟତକୁ ଦେଖିପାରିବନି । ଓଡ଼ିଶାରେ ସଂଗଠିତ କଳିଙ୍ଗ ଯୁଦ୍ଧର ଇତିହାସ ମଧ୍ୟ ଅନ୍ୟ ଦେଶରେ ରହିଛି । ନାକଟିଦେଉଳ ପାଖରେ ଥିବା ଭୀମମଣ୍ଡଳୀ ପରି ଐତିହାସିକ ସ୍ଥାନ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳ ପୁରାତନ ମାନବ ସଭ୍ୟତା ସହ ଯୋଡ଼ି ହୋଇ ରହିଥିବାର ପ୍ରମାଣ ଦେଉଛି । ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିରର ନିର୍ମାଣ ଶୈଳୀ ଆମ ଓଡ଼ିଆ ଜାତିର ବୈଜ୍ଞାନିକ ଚିନ୍ତାଧାରା ଓ ସାମାଜିକ ବ୍ୟବସ୍ଥାର ପ୍ରତିଫଳନ ।"


କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, "ଓଡ଼ିଶା ଭାଷା ଏବଂ ସାହିତ୍ୟର ମଧ୍ୟ ସୁଦୀର୍ଘ ଇତିହାସ ଅଛି । ସିଦ୍ଧ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ନାରୀ ସଶକ୍ତୀକରଣର ଅନ୍ୟତମ ପ୍ରତୀକ । ଏହି ସମସ୍ତ ବ୍ୟବସ୍ଥା ଓ ସାହିତ୍ୟର ମୂଳରେ ଅନ୍ତର୍ନିହିତ ବୈଜ୍ଞାନିକ, ସାମାଜିକ ଓ ଅର୍ଥନୈତିକ ଦର୍ଶନ ରହିଛି । ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ । ଆମକୁ ଆମର ଇତିହାସକୁ ପ୍ରାଥମିକତା ଦେଇ ଓଡ଼ିଶା ଗବେଷଣା କେନ୍ଦ୍ର ମାଧ୍ୟମରେ ଗବେଷଣା ଓ ତଥ୍ୟ ଆଧାରରେ ଯୁବପିଢିଙ୍କ ପାଖରେ ସବୁ ବିଷୟ ଉପସ୍ଥାପନା କରିବା ଆମର ଲକ୍ଷ୍ୟ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ଦଶମ, ଦ୍ଵାଦଶ ପରୀକ୍ଷା ପାଇଁ CBSE ଜାରି କଲା ସୂଚୀ


ଓଡ଼ିଶା ହେଉଛି ଅପାର ସମ୍ଭାବନାର ରାଜ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ କଳ୍ପନାରେ ଓଡ଼ିଶାରେ ନ୍ୟୁ ଏଜ୍ ଇକୋନୋମୀ ତିଆରି କରିବା ସମୟର ଆବଶ୍ୟକତା । ଆମ ରାଜ୍ୟର ପ୍ରତିଟି ଜିଲ୍ଲା ଶିକ୍ଷା, ଐତିହ୍ୟ, କଳା, ସଂସ୍କୃତି, ଇତିହାସ ଓ ସାହିତ୍ୟ ଦୃଷ୍ଟିରୁ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଆମର ଦେବତା । ଓଡ଼ିଆ ଲୋକମାନେ ସବୁବେଳେ ସାହସୀ । ବାଇମୁଣ୍ଡି, ଧର୍ମପଦ, ବାଜି ରାଉତ ସମୟ ସମୟରେ ଗୋଟିଏ ସମାଜ ଓ ଯୁବପିଢିର ତ୍ୟାଗ ଓ ସାହସକୁ ପ୍ରତିନିଧିତ୍ୱ କରିଛନ୍ତି । ବର୍ତ୍ତମାନର ସମୟ ଆସିଛି, ଆମକୁ ବଡ଼ ସ୍ୱପ୍ନ ଦେଖିବା ପାଇଁ ପଡ଼ିବ । ଗବେଷଣା ମାଧ୍ୟମରେ ଓଡ଼ିଶାର ଥିବା ସବୁ ସମ୍ଭାବନାକୁ ଉପଯୋଗ କରିବା, ଏ ଦିଗରେ ଆଜିର ଏମଓୟୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

ଏହି ଏମଓୟୁ ସମାରୋହରେ ଓଡ଼ିଶାର ଉଚ୍ଚ ଶିକ୍ଷା, କ୍ରୀଡ଼ା ଏବଂ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇଆଇଟି ଖଡ଼ଗପୁରର ନିର୍ଦ୍ଦେଶକ ପ୍ରଫେସର ସୁମନ ଚକ୍ରବର୍ତ୍ତୀ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର, ଆଇସିଏସଏସଆରର ମେମ୍ବର ସେକ୍ରାଟେରୀ ପ୍ରଫେସର ଧନଞ୍ଜୟ ସିଂହ, ଟିଆଇଏସଏସର କୁଳପତି ପ୍ରଫେସର ବଦ୍ରି ନାରାୟଣ ତିୱାରୀ, ଓଡ଼ିଶା ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ, ପ୍ରଫେସର କିଶୋର ବାଶା ଏବଂ ପରିଚାଳନା ପରିଷଦର ଅନ୍ୟାନ୍ୟ ସଦସ୍ୟଗଣ ପ୍ରମୁଖ ଉପସ୍ଥିତ ଥିଲେ ।

Related Topics

Explore more stories

Sponsored
ORC Bhubaneswar & TISS Mumbai Sign MoU to Boost Social Research in Odisha | Argus News | Argus News