Videos
|
Odisha

ସ୍ବାମୀ ଲକ୍ଷ୍ଣଣାନନ୍ଦଙ୍କ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ

Jitendra Dash
Browse all articles by Jitendra Dash
·2 years ago·2 min read
ସ୍ବାମୀ ଲକ୍ଷ୍ଣଣାନନ୍ଦଙ୍କ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ

ଅର୍ଗସ ବ୍ୟୁରୋ : ୨୦୦୮ ରୁ ୨୦୨୩ । ୧୫ ବର୍ଷ ବିତିଲାଣି । କନ୍ଧମାଳରେ ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାର ତଦନ୍ତ ନେଇ ଚୁପ୍ ବସିଛନ୍ତି ରାଜ୍ୟ ସରକାର । ନା ତଦନ୍ତ ନେଇ ମୁହଁ ଖୋଲିଲା ପୋଲିସ । ନା ତଦନ୍ତ ରିପୋର୍ଟ ସାର୍ବଜନୀନ କଲେ ରାଜ୍ୟ ସରକାର । ବର୍ଷ ବର୍ଷ ଧରି ସିବିଆଇ ତଦନ୍ତ ନେଇ ଉଠୁଥିବା ଦାବିକୁ ସରକାର ଏଡ଼ାଇ ଚାଲିଲେ । ଶେଷରେ ଏ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ଲକ୍ଷ୍ଣଣାନନ୍ଦଙ୍କ ହତ୍ୟା ମାମଲାର କାହିଁକି ହେବ ନାହିଁ ସିବିଆଇ ତଦନ୍ତ ସେ ନେଇ ଜବାବ ରଖିବାକୁ ଦେଇଛନ୍ତି ନିର୍ଦ୍ଦେଶ । 

ସ୍ବାମୀଜୀଙ୍କ ହତ୍ୟାକାରୀ କିଏ ଏବେ ବି ରହସ୍ୟ ଘେରରେ । କନ୍ଧମାଳରେ ରହି ଆଦିବାସୀଙ୍କ କଲ୍ୟାଣ ପାଇଁ କାମ କରୁଥିଲେ ସ୍ବାମୀ ଲକ୍ଷ୍ଣଣାନନ୍ଦ ସରସ୍ବତୀ । ତେବେ କାହିଁକି ତାଙ୍କୁ କରାଗଲା ଟାର୍ଗେଟ୍ । ଅଭିଯୋଗ ହୋଇଥିଲା ଚର୍ଚ୍ଚର ଭଡ଼ାଟିଆ ଗୁଣ୍ଡା ଭାବେ ମାଓବାଦୀ ସ୍ବାମୀଜୀଙ୍କୁ ହତ୍ୟା କରିଥିଲେ । କଥା ହେଲା ସ୍ଥାନୀୟ ଚର୍ଚ୍ଚ ପାଇଁ ବଡ଼ ଶତ୍ରୁ ଥିଲେ ଲକ୍ଷ୍ଣଣାନନ୍ଦ । ଜଳ ହଡ଼ପ, ଜମି ହଡ଼ପ, ଧର୍ମାନ୍ତରୀକରଣ ବିରୋଧରେ ଥିଲା ସ୍ବାମୀଜୀଙ୍କ ସଂଗ୍ରାମ । ତେଣୁ ସ୍ବାମୀଜୀଙ୍କୁ ରାସ୍ତାରୁ ସଫା କରିବାକୁ ମାଓବାଦୀଙ୍କୁ ବ୍ୟବହାର କରାଗଲା କି ? ୨୦୦୯ ଜାନୁଆରୀ ମାସରେ ମାମଲାରେ ମୋଟ ୭ ଜଣଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ ହତ୍ୟା ଷଡ଼ଯନ୍ତ୍ର ବାବଦରେ କହିଥିଲେ ଅନ୍ୟତମ ଅଭିଯୁକ୍ତ ମାଓନେତା ସବ୍ୟସାଚୀ ଓ ଆଜାଦ । ତଥାପି କାହିଁକି ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ହେଲାନାହିଁ ଆକ୍ସନ୍ ତାହା ସବୁଠାରୁ ବଡ଼ ପ୍ରଶ୍ନ ? ହାଇକୋର୍ଟଙ୍କ ନୋଟିସ୍ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଧର୍ମ ଏବଂ ଜନଜାତିଙ୍କ ସୁରକ୍ଷା ପାଇଁ କାମ କରୁଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଯୋଜନାବଦ୍ଧ ହତ୍ୟା କରାଗଲା । ଯଦି ସତ୍‌ ସାହସ ଅଛି, ତେବେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଯଥାର୍ଥ କହିଛନ୍ତି ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ । କହିଛନ୍ତି କୋର୍ଟ ନିରପେକ୍ଷ ଭାବେ ଠିକ୍ କଥା କହୁଛନ୍ତି, ତାକୁ ପାଳନ କରିବା ସମସ୍ତଙ୍କ ଧର୍ମ । ୨୦୦୮ ଅଗଷ୍ଟ ୨୩ ତାରିଖରେ କନ୍ଧମାଳ ଚକାପାଦରେ ଥିବା ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ଣଣାନନ୍ଦ ସରସ୍ବତୀ ଓ ତାଙ୍କ ଚାରି ଜଣ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହାକୁ ନେଇ ଅଶାନ୍ତ ହୋଇଉଠିଥିଲା ସାରା ଓଡ଼ିଶା । ଶାନ୍ତିପ୍ରିୟ ଓଡ଼ିଶା ଦେହରେ ଲାଗିଥିଲା ସାମ୍ପ୍ରଦାୟିକ ଦଙ୍ଗାର କଳଙ୍କ । ପ୍ରାୟ ମାସେ ଧରି ଦଙ୍ଗାର ନିଆଁରେ ଛଟପଟ ହୋଇଥିଲା କନ୍ଧମାଳ । ତଦନ୍ତ ପାଇଁ ଦୁଇ ଦୁଇଟି କମିସନ ବସିଲା, ଶହ ଶହ ସତ୍ୟପାଠ ଓ ସାକ୍ଷ୍ୟ ସଂଗ୍ରହ କରାଗଲା । ସ୍ଥିତି ଅଣାୟତ୍ତ ହେବାରୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ବି ଦିଆଯାଇଥିଲା । ତଦନ୍ତ ପାଇଁ ଜଷ୍ଟିସ୍ SC ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ବସିଥିଲା । କିନ୍ତୁ ଜଷ୍ଟିସ ମହାପାତ୍ରଙ୍କ ବିୟୋଗ ପରେ ଜଷ୍ଟିସ୍ ଏ ଏସ୍ ନାଇଡୁଙ୍କୁ ନିଯୁକ୍ତି ଦିଆଗଲା । ୨୦୧୫ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ କମିଶନ । ୟା ଭିତରେ ୮ ବର୍ଷ ବିତିଲାଣି । କମିଶନଙ୍କ ରିପୋର୍ଟରେ କଣ ଅଛି ତାହା କେହି ଜାଣିନାହାନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଭୂମିକା ଓ ଉଦ୍ଦେଶ୍ୟ ନେଇ ଉଠିଛି ବଡ଼ ପ୍ରଶ୍ନ । 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: