Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଟ୍ରିବୁନାଲ୍‌ଙ୍କ ରାୟକୁ ବଦଳାଇଦେଲେ ହାଇକୋର୍ଟ; କାର୍ଯ୍ୟରେ ଦୀର୍ଘଦିନ ଅନୁପସ୍ଥିତ ରହିଲେ ବି ମିଳିବ ଅବସରକାଳୀନ ସୁବିଧା

Odisha

Court Verdict / ଟ୍ରିବୁନାଲ୍‌ଙ୍କ ରାୟକୁ ବଦଳାଇଦେଲେ ହାଇକୋର୍ଟ; କାର୍ଯ୍ୟରେ ଦୀର୍ଘଦିନ ଅନୁପସ୍ଥିତ ରହିଲେ ବି ମିଳିବ ଅବସରକାଳୀନ ସୁବିଧା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଟ୍ରିବୁନାଲ୍‌ଙ୍କ ରାୟକୁ ବଦଳାଇଦେଲେ ହାଇକୋର୍ଟ; କାର୍ଯ୍ୟରେ ଦୀର୍ଘଦିନ ଅନୁପସ୍ଥିତ ରହିଲେ ବି ମିଳିବ ଅବସରକାଳୀନ ସୁବିଧା
Unauthorized Leave Is Not Misconduct

Key Points

ବିନା ଅନୁମତିରେ ଅନୁପସ୍ଥିତ ରହିବା ପାଇଁ ଛୁଟି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । କିନ୍ତୁ ପ୍ରତ୍ୟେକ ଛୁଟି ନିୟମ ଉଲ୍ଲଂଘନକୁ କାର୍ଯ୍ୟରେ ଗୁରୁତର ଅବହେଳା ଦର୍ଶାଇ ବାଧ୍ୟତାମୂଳକ ଅବସର ଭଳି କଠୋର ଦଣ୍ଡ ଦେବା ଠିକ୍ ନୁହେଁ ।
କଟକ: ଆପଣ ଛୁଟି ପାଇଁ ଆବେଦନ କରିଛନ୍ତି । ଅଥଚ, ଉଚ୍ଚ କର୍ତ୍ତୃପକ୍ଷ ଛୁଟି ମଞ୍ଜୁର କରିନାହାନ୍ତି । ତଥାପି ଆପଣ ଯେ କୌଣସି ପ୍ରକାରେ ଛୁଟିରେ ଯାଉଛନ୍ତି । ଆଉ କାର୍ଯ୍ୟକୁ ଫେରିବା ବେଳକୁ ଆପଣଙ୍କ ଠାରୁ ଆପଣଙ୍କ ଅବସରକାଳୀନ ସୁବିଧା ଛଡ଼ାଇ ନିଆଯାଉଛି । 'କାର୍ଯ୍ୟରେ ଅବହେଳା' ନାଁରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣଯୋଗ୍ୟ ନୁହେଁ ।

ବିନା ଅନୁମୋଦନରେ ପାରବାରିକ ପରିସ୍ଥିତିର ଆବଶ୍ୟକତା ପାଇଁ ନିଆ ଯାଇଥିବା ଛୁଟି ପାଇଁ କୌଣସି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇ ପାରିବନାହିଁ । ତାଙ୍କ ପେନସନ ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ବନ୍ଦ କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଓଡ଼ିଶା ହାଇକୋର୍ଟ ।

ଏଥିସହ ପଢ଼ନ୍ତୁ: ୨୦୨୭ ଜନଗଣନା ପରେ ଏପ୍ରିଲରେ ପଂଚାୟତ ନିର୍ବାଚନ ପାଇଁ ବାହାରିବ ବିଜ୍ଞପ୍ତି 

ରେଲୱେ କର୍ମଚାରୀ ଜୟଚନ୍ଦ୍ର ମିଶ୍ରଙ୍କ ସହ ସମ୍ପର୍କିତ ମାମଲାର ବିଚାର କରି ଉପରୋକ୍ତ ଟିପ୍ପଣୀ କରିଛନ୍ତି ଓଡ଼ିଶା ହାଇକୋର୍ଟ । ୨୦୧୨ ମସିହାରେ ରେଲୱେ କର୍ମଚାରୀ ଜୟଚନ୍ଦ୍ର ମିଶ୍ର ବିନା ଅନୁମୋଦନରେ ଦୀର୍ଘ ସମୟ ଧରି ଛୁଟିରେ ରହିଥିଲେ । ଯେଉଁଥିପାଇଁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

୨୦୧୨ରେ ଜୟଚନ୍ଦ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ଏବଂ ଅବସରକାଳୀନ ସୁବିଧାକୁ ହ୍ରାସ କରାଯାଇଥିଲା । ମାମଲାର ଶୁଣାଣି କରି ଜଷ୍ଟିସ୍ କୃଷ୍ଣ ଏସ୍. ଦୀକ୍ଷିତ ଏବଂ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ କହିଛନ୍ତି ଯେ, କର୍ମଚାରୀ ଛୁଟି ପାଇଁ ଆବେଦନ କରିଥିଲେ । ତାଙ୍କ ଛୁଟି ଅନୁମୋଦନ ହୋଇନଥିଲା । ତେଣୁ ଏହାକୁ କାର୍ଯ୍ୟରେ ଗୁରୁତର ଅବହେଳା ବୋଲି ଧରାଯିବ ନାହିଁ ।

ସେହିଭଳି ମାମଲାରେ CAT ପୂର୍ବରୁ ରେଲୱେ କର୍ତ୍ତୃପକ୍ଷଙ୍କ ସପକ୍ଷରେ ଦେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ବଦଳାଇ ଦେଇଛନ୍ତି । ୨୦୨୧ରେ ରେଲୱେ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ CAT ହସ୍ତକ୍ଷେପ କରି ନଥିଲେ । ଏବେ ହାଇକୋର୍ଟ ଉକ୍ତ ନିଷ୍ପତ୍ତିକୁ ବଦଳାଇ ଅବସରକାଳୀନ ସୁବିଧା ସହ ପେନସନ୍, ଗ୍ରାଚୁଇଟି ଓ ଅନ୍ୟ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଏମାନଙ୍କୁ ମିଳିବ ୨୫ ହଜାର, କଟିଲା ଏମାନଙ୍କ ନାମ 

ଏଥିସହ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବିନା ଅନୁମତିରେ ଅନୁପସ୍ଥିତ ରହିବା ପାଇଁ ଛୁଟି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । କିନ୍ତୁ ପ୍ରତ୍ୟେକ ଛୁଟି ନିୟମ ଉଲ୍ଲଂଘନକୁ କାର୍ଯ୍ୟରେ ଗୁରୁତର ଅବହେଳା ଦର୍ଶାଇ ବାଧ୍ୟତାମୂଳକ ଅବସର ଭଳି କଠୋର ଦଣ୍ଡ ଦେବା ଠିକ୍ ନୁହେଁ ।

ଜୟଚନ୍ଦ୍ରଙ୍କ ସମସ୍ତେ ବକେୟା ପ୍ରାପ୍ୟ ୧୨ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ରେଲୱେକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଏହି ବକେୟା ଅର୍ଥ ରାଶି ଉପରେ ସୁଧ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇ ନାହାନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored