Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Grandmother Seeks Help / ଅନିଶ୍ଚିତତା ଘେରରେ ଅନାଥ ନାତି-ନାତୁଣୀଙ୍କ ଭବିଷ୍ୟତ, ଚିନ୍ତାରେ ଜେଜେ ମା'

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଅନିଶ୍ଚିତତା ଘେରରେ ଅନାଥ ନାତି-ନାତୁଣୀଙ୍କ ଭବିଷ୍ୟତ, ଚିନ୍ତାରେ ଜେଜେ ମା'

Key Points

ଜରିପାଲ ଘରେ ଅନାଥ ଦୁଇ ପିଲା । ସରକାରୀ ସହାୟତା ଲୋଡିଲେ ବୃଦ୍ଧା ଜେଜେ ମା'।

ମା' ଅନ୍ୟ ପୁରୁଷର ହାତ ଧରି ଅନ୍ୟତ୍ର ଚାଲିଗଲେ । ଆଉ ଏହା ପରେ ବାପା ପୋଖରୀରେ ବୁଡି ପ୍ରାଣ ହରାଇଲେ । ତା'ପରେ ଅଭିଶପ୍ତ ପାଲଟିଗଲା ୨ ପୁଅ ଝିଅଙ୍କ ଜୀବନ । ଜେଜେ ମା' ଭରସାରେ ଭଙ୍ଗା ଦଦରା ଘରେ ଏବେ ନିଜ ଭବିଷ୍ୟତକୁ ଧିକ୍କାର କରୁଥିବା ଏହି ଭାଇ ଭଉଣୀ ଜୀବନ ଜିଇଁବେ କେମିତି ତାକୁ ନେଇ ଚିନ୍ତାରେ ।

ଅଧିକ ପଢ଼ନ୍ତୁ: ଡେଙ୍ଗ ଗାଁରେ ହ୍ୟୁମାନ ନେଲେ କବର; କାନ୍ଦୁଛି ଜନ୍ମମାଟି.. ଝୁରୁଛି ସାରା ଓଡ଼ିଶା...

ଆନନ୍ଦପୁର ପୌର ପରିଷଦ ୧୨ ନମ୍ବର ୱାର୍ଡ ଶାଳପଡା ଗାଁର ସାଉଁନ୍ତି ସାହି । ୨ ପୁଅ ଝିଅ ପତ୍ନୀ ଓ ମା'ଙ୍କୁ ନେଇ ହସ ଖୁସିରେ ଚାଲିଥିଲା ପ୍ରଦୀପ ନାୟକଙ୍କ ପରିବାର । ତେବେ ଏହି ଖୁସିର ସଂସାରରେ ଲାଗିଗଲା କାହାର ନଜର । ପ୍ରଦୀପଙ୍କ ପତ୍ନୀ ପର ପୁରୁଷର ହାତ ଧରି କେଉଁଆଡେ ଚାଲିଗଲେ । ଆଉ ଏହାର କିଛି ବର୍ଷ ପରେ ଗାଁ ପୋଖରୀରେ ବୁଡ଼ି ପ୍ରଦୀପଙ୍କ ମୃତ୍ୟୁ ହୋଇଥିଲା । ଏବେ ଅନାଥ ହୋଇ ଜୀବନ ବିତାଉଛନ୍ତି ୨ ଭାଇ ଭଉଣୀ । ଜେଜେ ମା' ପର ଘରେ ମୂଲ ଲାଗି ଯାହା ଦି' ପଇସା ଆଣୁଛନ୍ତି ସେଥିରେ ପରିବାର ଚଳୁଛି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମଧ୍ୟ ନାହିଁ । ଚାଳ ଛପର ଘରେ ଜରିପାଲ ଭରସାରେ ପଡ଼ି ରହିଛନ୍ତି ଏମାନେ ।

ପ୍ରଦୀପଙ୍କ ପୁଅ ରାହୁଲ ଏବେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ଝିଅ ଲକ୍ଷ୍ମୀ ଚତୁର୍ଥ ଶ୍ରେଣୀରେ ଗାଁ ସ୍କୁଲରେ ପାଠ ପଢୁଛନ୍ତି । ଆଉ ବାପା, ମା'ଙ୍କ ପରେ ନାତି ନାତୁଣୀଙ୍କ ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଜେଜେ ମା' । କାହିଁକି ନା ପରର ମୂଲ ଲାଗିବାକୁ ଆଉ ବୁଢୀ ମା'ର ବୟସ ସାଥ୍ ଦେଉନାହିଁ । ସରକାର କିମ୍ବା ପ୍ରଶାସନ ଯଦି ସାହାଯ୍ୟ କରନ୍ତେ ତେବେ ଏମାନେ ଆଗକୁ ବଢିପାରନ୍ତେ ତାଙ୍କ ଜେଜେ ମା' ଆଶା ରଖିଛନ୍ତି । ଅନ୍ୟପଟେ ଉପଜିଲ୍ଲାପାଳ ଘଟଣା ସମ୍ପର୍କରେ ଜାଣିବା ପରେ ତଦନ୍ତ କରି ଯଥୋଚିତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ଏହି ଅନାଥ ଭାଇ ଭଉଣୀଙ୍କୁ କେବେ ପ୍ରଶାସନ ସାହାଯ୍ୟର ହାତ ବଢ଼ାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Orphan Siblings Struggle in Anandapur, Grandmother Seeks Government Help | Argus News