Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଓଡ଼ିଶା ପାଇଁ ଗୌରବ, OUAT ହେଲା ଦେଶର ପ୍ରଥମ NABL ସ୍ୱୀକୃତ ୱାଇଲ୍ଡଲାଇଫ୍ ଫରେନସିକ୍ ଲ୍ୟାବ୍

Odisha

Wildlife Forensic Lab / ଓଡ଼ିଶା ପାଇଁ ଗୌରବ, OUAT ହେଲା ଦେଶର ପ୍ରଥମ NABL ସ୍ୱୀକୃତ ୱାଇଲ୍ଡଲାଇଫ୍ ଫରେନସିକ୍ ଲ୍ୟାବ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଓଡ଼ିଶା ପାଇଁ ଗୌରବ, OUAT ହେଲା ଦେଶର ପ୍ରଥମ NABL ସ୍ୱୀକୃତ ୱାଇଲ୍ଡଲାଇଫ୍ ଫରେନସିକ୍ ଲ୍ୟାବ୍
OUAT

Key Points

OUATରେ ଦେଶର ପ୍ରଥମ NABL ସ୍ୱୀକୃତ ୱାଇଲ୍ଡଲାଇଫ୍ ଫରେନ୍ସିକ୍ ଲ୍ୟାବ୍
ISO/IEC 17025:2017 ମାନକରେ ମିଳିଲା ସ୍ୱୀକୃତି
ବନ୍ୟଜନ୍ତୁ ତଦନ୍ତ ଓ ସଂରକ୍ଷଣକୁ ମିଳିବ ନୂଆ ଶକ୍ତି
ଓଡ଼ିଶା ପାଇଁ ଆଉ ଏକ ଗୌରବର ମୁହୂର୍ତ୍ତ । ବନ୍ୟଜନ୍ତୁ ସଂରକ୍ଷଣ ଓ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଓଡ଼ିଶା ହାସଲ କରିଛି ଏକ ଐତିହାସିକ ସଫଳତା । ଭୁବନେଶ୍ୱରସ୍ଥିତ ଓୟୁଏଟିରେ ଥିବା ୱାଇଲ୍ଡ ଲାଇଫ୍ ହେଲ୍ଥ ସେଣ୍ଟର ଦେଶର ପ୍ରଥମ NABL-ସ୍ୱୀକୃତ ୱାଇଲ୍ଡଲାଇଫ୍ ଫରେନସିକ୍ ଲ୍ୟାବ୍ ଭାବେ ମାନ୍ୟତା ପାଇଛି । ISO/IEC 17025:2017 ମାନକ ଅନୁଯାୟୀ ମିଳିଥିବା ଏହି ସ୍ୱୀକୃତି କେବଳ ଓଡ଼ିଶା ନୁହେଁ, ସାରା ଦେଶର ବନ୍ୟଜନ୍ତୁ ଫରେନସିକ୍ ବ୍ୟବସ୍ଥା ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।

ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ସ୍ୱୀକୃତି ଫଳରେ ଓଡ଼ିଶାରେ ବନ୍ୟଜନ୍ତୁଙ୍କ ସ୍ୱାସ୍ଥ୍ୟ ନିରୀକ୍ଷଣ, ରୋଗ ଚିହ୍ନଟ ଓ ବନ୍ୟଜନ୍ତୁ ସମ୍ବନ୍ଧୀୟ ଫରେନସିକ୍ ତଦନ୍ତ ଅଧିକ ସୁଦୃଢ଼ ହେବ । ଲ୍ୟାବ୍‌ରେ ହେଉଥିବା ସମସ୍ତ ପରୀକ୍ଷା ଏବେ ଆନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ସଠିକ୍, ନିର୍ଭରଯୋଗ୍ୟ ଓ ଉଚ୍ଚ ଗୁଣବତ୍ତାର ହେବ ବୋଲି କୁହାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଓଡ଼ିଶା ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି କହିଛନ୍ତି । ବୈଜ୍ଞାନିକ ଗବେଷଣାକୁ ପ୍ରୋତ୍ସାହନ ଓ ବନ୍ୟଜନ୍ତୁ ସଂରକ୍ଷଣ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବାରେ ଓଡ଼ିଶାର ପ୍ରତିବଦ୍ଧତାର ଏହା ଏକ ସ୍ପଷ୍ଟ ପ୍ରମାଣ ବୋଲି CMO ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ଜରଡ଼ ଛକ କ୍ରସର ନିକଟ ଗଛରେ ଝୁଲୁଛି କଲରା ପତରିଆ ବାଘ ମୃତଦେହ… ମୃତ୍ୟୁର କାରଣ ଅସ୍ପଷ୍ଟ


ବିଶେଷଜ୍ଞମାନଙ୍କ ମତରେ, ଏହି ସ୍ୱୀକୃତି ଓଡ଼ିଶାକୁ ଦେଶର ବନ୍ୟଜନ୍ତୁ ଫରେନସିକ୍ ଗବେଷଣାର ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବ । ସେହିପରି ସାରା ଦେଶର ବନ୍ୟଜନ୍ତୁ ସମ୍ବନ୍ଧୀୟ ମାମଲାର ତଦନ୍ତକୁ ଅଧିକ ଦ୍ରୁତ, ବୈଜ୍ଞାନିକ ଓ ନିର୍ଭୁଲ କରିବାରେ ଏହି ଲ୍ୟାବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।

OUAT ବିଷୟରେ ପଦେ...

ସୂଚନା ଅନୁସାରେ, ୧୯୬୨ ମସିହାରେ ଓଡ଼ିଶା ସରକାରଙ୍କ ଦ୍ୱାରା OUAT ସ୍ଥାପିତ ହୋଇଥିଲା । OUAT ସ୍ଥାପନାର ମୂଳ ଉଦ୍ଦେଶ୍ୟ ଥିଲା କୃଷି, ଉଦ୍ୟାନ କୃଷି, ପଶୁଚିକିତ୍ସା, ମତ୍ସ୍ୟ, ବନବିଜ୍ଞାନ ଓ କୃଷି ପ୍ରଯୁକ୍ତି କ୍ଷେତ୍ରରେ ଉଚ୍ଚଶିକ୍ଷା, ଗବେଷଣା ଏବଂ କୃଷକମାନଙ୍କ ପାଖକୁ ନୂତନ ପ୍ରଯୁକ୍ତି ପହଞ୍ଚାଇବା ।

ଓଡ଼ିଶାରେ ଉନ୍ନତ ଧାନ, ଡାଲି, ତୈଳବୀଜ ଓ ପନିପରିବା ଜାତିର ବିକାଶରେ OUATର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । କୃଷି ସମ୍ପ୍ରସାରଣ (Extension Education) ମାଧ୍ୟମରେ ଲକ୍ଷାଧିକ କୃଷକଙ୍କୁ ଆଧୁନିକ ଚାଷ ପଦ୍ଧତି ବିଷୟରେ ପ୍ରଶିକ୍ଷଣ ମଧ୍ୟ ଦେଇଆସୁଛି । ବିଶ୍ୱବିଦ୍ୟାଳୟ ଅଧୀନରେ କୃଷି, ପଶୁଚିକିତ୍ସା, କୃଷି ଇଞ୍ଜିନିୟରିଂ, ମତ୍ସ୍ୟ, ବନବିଜ୍ଞାନ, କମ୍ୟୁନିଟି ସାଇନ୍ସ ଓ ଅନ୍ୟାନ୍ୟ ବିଭାଗର କଲେଜ ଏବଂ ଗବେଷଣା କେନ୍ଦ୍ର କାର୍ଯ୍ୟ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored