କଳା ଟଙ୍କାରେ ଆମ ସରକାର ୧ ନମ୍ବର, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ମହିଳା ମୋର୍ଚ୍ଚା

ଅର୍ଗସ ବ୍ୟୁରୋ : ୫୦୦ କୋଟି କଳା ଟଙ୍କାର ସାମ୍ରାଜ୍ୟ ବିସ୍ତାର କାରୀଙ୍କୁ ସହଯୋଗକାରୀ ନବୀନ ସରକାରଙ୍କ ବିରୁଦ୍ଧରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରରେ ନବୀନ ପଟ୍ଟନାୟକ ଙ୍କ କୁଶପୁତ୍ତଳିକା ଦାହ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାର ରେ ରାଜ୍ୟ ସରକାର ୧ ନମ୍ୱର ଥିବାବେଳେ ଏବେ "କଳା ଟଙ୍କା" ରେ ମଧ୍ୟ ରାଜ୍ୟ ସରକାର ୧ ନମ୍ବର ହେଲେ । ଓଡ଼ିଶାରେ କେନ୍ଦ୍ରୀୟ ଆୟକର ବିଭାଗ ଚଢ଼ାଉ ସମୟରେ ବିଭିନ୍ନ ମଦ ଭାଟିରୁ ବିପୁଳ ପରିମାଣରେ କଳା ଟଙ୍କା ଜବତ କରିଛନ୍ତି । ଯେତେ ଗଣିଲେ ବି ସରୁନାହିଁ । ସାରାଦେଶରେ ଏତେ ପରିମାଣର କଳା ଟଙ୍କା ଆଗରୁ କେବେ ଜବତ ହୋଇନଥିଲା ।
ରାଜ୍ୟରେ ୨୩ ବର୍ଷ ହେଲାଣି ବିଜୁ ଜନତା ଦଳ ସରକାର ଅଛି । ଏହି ୨୩ ବର୍ଷରେ କୌଣସି ଦେଶୀ ମଦ ଓ ମହୁଲି ମଦର ଲାଇସେନ୍ସର ରିକ୍ସନ ବା ରେଟେଣ୍ଡରିଙ୍ଗ ହୋଇନାହିଁ । ମଦ ମାଫିଆଙ୍କ ସ୍ବାର୍ଥରେ ଓଡ଼ିଶା ସରକାର ଏହାର ପୂନ୍ନ ନିଲାମ ପ୍ରକ୍ରିୟା କରିଲେ ନାହିଁ । ଯାହା ଫଳରେ ମଦ ମାଫିଆ ମାନେ ଆହୁରି ମାଲାମାଲ ହେଲେ ଆଉ ଏପଟେ ଓଡ଼ିଶାରେ ମଦର ବନ୍ୟା ହେଲା । ଏହା ହେଉଛି ଏକ ସରକାରୀ ପ୍ରାୟୋଜିତ ଷଡ଼ଯନ୍ତ୍ର । ସ୍ଵାଧୀନତା ପରର ସବୁଠାରୁ ବଡ଼ ଦୁର୍ନୀତି ହେଉଛି ଓଡ଼ିଶାର ମଦ ଦୁର୍ନୀତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଦିଲ୍ଲୀରେ ଯେଉଁ ଭଳି ଅପ୍ ସରକାର ସେମାନଙ୍କ ନୂଆ ଅବକାରୀ ନୀତିରେ ବିପୁଳ ପରିମାଣର ଦୁର୍ନୀତି କରିଛନ୍ତି ଏବେ ଓଡ଼ିଶାରେ ମଧ୍ୟ ସେ ଭଳି ସମାନ ଢଙ୍ଗରେ ଦୁର୍ନୀତି ଚାଲିଛି । ଯେଉଁ ଭଳି ଭାବରେ ଏବେ ନଗଦ ଟଙ୍କା ବାହାରୁଛି ଏହା ପ୍ରମାଣିତ କରୁଛି ଯେ ଦୁର୍ନୀତି କେତେ ବ୍ୟାପକ । ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ରାଜସ୍ବ ଲୁଟ ହେଉଛି ଏହି ମଦ ମାଫିଆ ମାନଙ୍କ ଦ୍ଵାରା ଯାହାର ଲାଭାର୍ଥି ହେଉଛି ବିଜୁ ଜନତା ଦଳ । ରାଜ୍ୟରେ ମଦର ବନ୍ୟା ସୃଷ୍ଠି କରିଛନ୍ତି ବିଜେଡ଼ି ସରକାର । ସାରା ଭାରତରେ ୧୦୦ ଜଣରେ ୯ ଜଣ ମଦ୍ୟ ପାନ କରୁଥିବା ବେଳେ ଓଡ଼ିଶାରେ ଏହାର ଦୁଇଗୁଣ ଅର୍ଥ ୧୦୦ ଜଣରେ ୧୮ ଜଣ ମଦ୍ୟପାନ କରୁଛନ୍ତି । ଗରିବ ଲୋକଙ୍କୁ ସ୍ଥାାଇ ଭାବରେ ଆହୁରି ଗରିବ କରି ରଖିବା ପାଇଁ ବିଜେଡ଼ି ସରକାର ଷଡ଼ଯନ୍ତ୍ର କରିଛନ୍ତି ।
📱 Get Argus News App
✨ବିଜୁ ଜନତା ଦଳ ଆର୍ଥ ପାଇଁ ଓଡ଼ିଆ ଲୋକଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି । ବିତିୟ ଅରାଜକତାର ସୀମା ଲଙ୍ଘିଛନ୍ତି ବିଜେଡ଼ି ସରକାର । ଆକୁଣ୍ଠ ଦୁର୍ନୀତିରେ ବୁଡ଼ିଛନ୍ତି ବିଜେଡ଼ି ସରକାର । ରାଜ୍ୟ ସରକାର ଓଡ଼ିଶାରେ ମଦର ମହାନଦୀ ସୃଷ୍ଠି କରିଛନ୍ତି । ଏବେ ପ୍ରକାଶିତ ହୋଇଥିବା ଏନସିଆରବି ରିପୋର୍ଟ ରେ ଓଡିଶାରେ ମହିଳା ବିରୋଧୀ ହିଂସା ଦେଶରେ ଏକ ନମ୍ବର ସ୍ଥାନରେ ଅଛି । ମଦର ପ୍ରାଦୃଭାବ ପାଇଁ, ବହୁଳ ପ୍ରସାର ପାଇଁ ସାରା ଓଡ଼ିଶାରେ ଗା ଗହଳିରେ ଏବେ ମହିଳା ମାନେ ତ୍ରାହି ତ୍ରାହି ଡାକିଲେଣି । ମଦ ବିରୋଧରେ ଲଢ଼ିବା ପାଇଁ ଏବେ ଓଡ଼ିଶାର ମହିଳା ମାନେ ଏକାଠି ହେଲେଣି । ମହିଳା ମାନେ ଏବେ ଓଡ଼ିଶା ସରକାରଙ୍କ ମଦ ପ୍ରସାର ବିରୋଧର ଲଢ଼ିବା ପାଇଁ ଯାଉଛନ୍ତି । ଦେଶ ବାସୀଙ୍କୁ ବିକାଶର ଗ୍ୟାରେଣ୍ଟି ଦେଉଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତିଗ୍ରସ୍ତ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଅସୁଲ କରିବାର ଗ୍ୟାରେଣ୍ଟି ଦେଇଛନ୍ତି ।
ମୋଦିଙ୍କ ଗ୍ୟାରେଣ୍ଟି ହେଉଛି ଲୁଟ ହୋଇଥିବା ଏହି ଟଙ୍କା ସାଧାରଣ ଲୋକଙ୍କୁ ଫେରାଜିବ । ବିଜୁ ଜନତା ଦଳ ସରକାରର ଜନ ବିରୋଧୀ ନୀତି ପାଇଁ ଆଜି ଓଡିଶା ସାରା ଦେଶରେ ନିନ୍ଦିତ ହୋଇଛି । ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଓ ନିର୍ଯ୍ୟାତନା ବୃଦ୍ଧି ପାଉଥିବାବେଳେ ଦଣ୍ଡବିଧାନ ହାର ନୌରାଶ୍ୟଜନକ । ଓଡ଼ିଶାରେ ମଦର ପ୍ରସାର ଯାହାକି ରାଜ୍ୟ ସରକାରଙ୍କ ମହିଳାବିରୋଧୀ ମନୋଭାବକୁ ସ୍ପଷ୍ଟ କରିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିରେ ଏଭଳୀ ମହିଳା ବିରୋଧୀ ସରକାର ବେସୀଦିନ ନାହିଁ ଚାଲି ପାରିବ ନାହିଁ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭାଷିନୀ ପୃଷ୍ଟି କହିଛନ୍ତି ।
ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ବିଜେପି ନେତ୍ରୀ କସ୍ତୁରୀ ମିଶ୍ର, ନିୟତି ଗିରି, ସବିତା ପ୍ରହରାଜ, ଉନ୍ନତି ପରିଡ଼ା, ତୃପ୍ତିମଇ ମକଦ୍ଦମ, ଜ୍ଵତିରେଖା ନାୟକ, ଜୟନ୍ତୀ କର, ଗୀତାରାଣୀ ବେହେରା, ତୁଳସୀ ବିଶୋଇ, ଅନୁପମା ଜେନା, ବନ୍ଦନା ଦାସକାନୁନଗୋ, ଜ୍ଵତ୍ରୀମଇ ଅଗରୱାଲ, ସସ୍ମିତା ପରିଡ଼ା, ଜ୍ଵତ୍ରିମଇ ପଟ୍ଟନାୟକ, ଜ୍ୟୋତି ପରିଡ଼ା, ଜ୍ୟୋସ୍ନାରାଣୀ ବେହେରା, ସ୍ୱତା ମହାନ୍ତି, ମିନତି ବାରିକ ଙ୍କ ସହ ଜିଲ୍ଲା ର ସମସ୍ତ ନେତୃତ୍ବ ଉପସ୍ଥିତ ଥିଲେ।