Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କ୍ୟାପିଟାଲ ହସ୍ପିଟାଲ ବାହାରେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ

Odisha

କ୍ୟାପିଟାଲ ହସ୍ପିଟାଲ ବାହାରେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ

Jitendra Dash
Browse all articles by Jitendra Dash
·2 years ago·1 min read
କ୍ୟାପିଟାଲ ହସ୍ପିଟାଲ ବାହାରେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ

ଅର୍ଗସ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲ ବାହାରେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ। ଦରମା ନମିଳିବାରୁ ଧାରଣାରେ ବସିଛନ୍ତି ହାଉସକିପିଂ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ। ଶୁକ୍ରବାର ଠାରୁ ମେଡ଼ିକାଲ ସଫେଇ କାମ ବନ୍ଦ ରଖିଛନ୍ତି ସଫେଇ କର୍ମଚାରୀ। ଆଉଟସୋର୍ସିଂ ସଂସ୍ଥା ଦରମା ଦେବାକୁ ବିଳମ୍ବ କରୁଥିବାରୁ ଧାରଣାରେ ବସିଛନ୍ତି ହାଉସକିପିଂ ଓ ସିକ୍ୟୁରିଟି ଗାର୍ଡ । 

ମେଡିକାଲରେ କାର୍ଯ୍ୟରତ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାନେ ଅନେକ ସମୟରେ ଆକ୍ରମଣ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଠିକା ସଂସ୍ଥା ନୁହେଁ ସିଧାସଳଖ ମେଡିକାଲ କତୃପକ୍ଷ ସଫେଇ କର୍ମଚାରୀଙ୍କ ଦାୟିତ୍ଵ ଗ୍ରହଣ କରନ୍ତୁ ଏବଂ ସିକ୍ୟୁରିଟି ଗାର୍ଡଙ୍କ ଉପରେ ଆକ୍ରମଣ ଘଟଣାର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ଉଭୟ ସଫେଇ କର୍ମଚାରୀ ଏବଂ ସିକ୍ୟୁରିଟି ଗାର୍ଡ ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ସ୍ଵାସ୍ଥ୍ୟ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଦରମା ପ୍ରଦାନ ସମସ୍ୟା ପ୍ରସଙ୍ଗରେ ଉଭୟ ମେଡିକାଲ କତୃପକ୍ଷ ଏବଂ ଠିକା ସଂସ୍ଥା ମଧ୍ୟରେ ଦୋଷ ଲଦାଲଦି ଆରମ୍ଭ ହୋଇଛି । ଠିକା ସଂସ୍ଥାର ଅବହେଳାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କ୍ୟାପିଟାଲ ହସ୍ପିଟାଲର ସୁପରିଟେଣ୍ଡେଟ୍ କହିଥିବା ବେଳେ ଓଲଟା କଥା କହିଛନ୍ତି ଠିକା ସଂସ୍ଥା କର୍ତୃପକ୍ଷ । ସଫେଇ ଓ ସିକ୍ୟୁରିଟି ଗାର୍ଡଙ୍କ ଆନ୍ଦୋଳନ ଜାରି ରହିଲେ କ୍ୟାପିଟାଲ ହସ୍ପିଟାଲରେ ସ୍ଵାସ୍ଥ୍ୟସେବାର ସ୍ଥିତି ବିଗିଡିବାର ଆଶଙ୍କା ରହିଛି। ଏନେଇ ଆଗକୁ ମେଡିକାଲ କତୃପକ୍ଷ କ'ଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ।
 

Painting
Sponsored