Videos
|
Odisha

cannabis / ୧୧ ଶହରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ, ଜଣେ ଗିରଫ

Banajyotshna Ray
Browse all articles by Banajyotshna Ray
·9 months ago·2 min read
୧୧ ଶହରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ, ଜଣେ ଗିରଫ

Key Points

୧୧ ଶହରୁ ଉର୍ଦ୍ଧ୍ୱ ପରିପକ୍ୱ ଗଞ୍ଜେଇ ଗଛ ନଷ୍ଟ
ଜଣେ ଚାଷୀଙ୍କୁ ଗିରଫ କଲା ଛେଣ୍ଡିପଦା ପୋଲିସ
ଲୁଚି ଛପି ଚାଲିଥିଲା ଗଞ୍ଜେଇ ଚାଷ। କାନରୁ ଦିକାନ ହେଉନଥିଲା। ପାଖାପାଖି ୧୧ ଶହରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ଦେଖିବାକୁ ମିଳିଛି। ପୋଲିସ ଏହାର ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା।ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ପୁଣି ମୁଣ୍ଡ ଟେକିଲାଣି ଗଞ୍ଜେଇ ଚାଷ l ଜରପଡା ଥାନା ଓ ନିଶା ଶିଳ୍ପାଞ୍ଚଳ ଥାନାର ଜଙ୍ଗଲ ଅଞ୍ଚଳରେ ହୋଇଛି ବ୍ୟାପକ ଗଞ୍ଜେଇ ଚାଷ l ଛେଣ୍ଡିପଦା ଥାନା ପୋଲିସ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରି ଜଣେ ଚାଷୀଙ୍କୁ ଗିରଫ କରିଛି l

ଏଥିସହ ପଢ଼ନ୍ତୁ: ଗଞ୍ଜେଇ ଚାଲାଣର ନୂଆ ତରିକା, ତୈଳ ଆକାରରେ ଚାଲାଣ ବେଳେ ଧରିଲା ପୋଲିସ

ସୂଚନା ଯେ ଛେଣ୍ଡିପଦା ପୋଲିସ କୋଶଳା କଇଥଢିପ ଗାଁ ଦେଇ ଯାଇଥିବା ନାଳର ଅବବାହିକାରେ ଲାଗିଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରିଥିଲେ l ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ନାୟକଙ୍କ ଉପସ୍ଥିରେ ବେଆଇନ ଭାବେ ୧୧ଶହରୁ ଉର୍ଦ୍ଧ୍ୱ ପରିପକ୍ୱ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିବା ସହିତ ଚାଷୀଙ୍କୁ ଗିରଫ କରିଛି l ଗିରଫ ଯୁବକ ଜଣଙ୍କ ହେଲେ କୋଶଳା ବାଙ୍କଧରା ସାହିର ସୁନୀଲ ସାହୁ l ପୋଲିସ ସୁନୀଲକୁ ଥାନାକୁ ଆଣି ଏକ ମାମଲା ରୁଜୁ କରିବା ଛାନଭିନ୍ ଚଳାଇଛି ।

ଏଥିସହ ପଢ଼ନ୍ତୁ: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବଡ଼ ବୟାନ ଦେଲେ ସୂର୍ଯ୍ୟକୁମାର, କହିଲେ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗଞ୍ଜେଇ ଚାଲାଣ ରୋକିବାକୁ ପୋଲିସ ଭିନ୍ନ ଭିନ୍ନ ପ୍ରୟାସ ଜାରି ରଖିଥିବାବେଳେ ଗଞ୍ଜେଇ ମାଫିଆ ଲୁଚିଛପି ନିଜର କାର୍ଯ୍ୟ ଚଲାଇଛନ୍ତି। ସୂଚନାନୁସାରେ, ଓଡ଼ିଶାରେ ପାହାଡିଆ ଅଞ୍ଚଳରେ ଅଧିକ ମାତ୍ରାରେ ଗଞ୍ଜେଇ ଚାଷ ହେଉଛି। ପୋଲିସ ପକ୍ଷରୁ ମଧ୍ୟ ଯେଉଁ ସ୍ଥାନରେ ଗଞ୍ଜେଇ ଚାଷ ହେଉଛି ତାକୁ ନଷ୍ଟ କରିବାକୁ ସମସ୍ତ ପ୍ରକାରର ଚେଷ୍ଟା କରାଯାଉଛି। ଯେଉଁମାନେ ଗଞ୍ଜେଇ ଚାଷ କରୁଛନ୍ତି ସେମାନଙ୍କ ଉପରେ କଡା ନଜର ରଖିଛି ପୋଲିସ। ଏହା ସତ୍ୱେ ବି ଗଞ୍ଜେଇ ଚାଷ କି ଗଞ୍ଜେଇର ଚୋରା ଚାଲାଣ କମିବାର ନାଁ ଧରୁନି । ପୋଲିସ୍‍ ଓ ଅବକାରୀ ବିଭାଗ ଯେତେ ପରିମାଣର ଗଞ୍ଜେଇ କ୍ଷେତ ନଷ୍ଟ କରୁଛନ୍ତି ତାହାର ଢେର ଅଧିକଗୁଣ କ୍ଷେତରେ କିନ୍ତୁ ଗଞ୍ଜେଇ ଉତ୍ପାଦିତ ହେଉଛି ।

ଯେଉଁ ଗଛର ଫୁଲକୁ ଗଞ୍ଜେଇ କୁହାଯାଏ ସେହି ଗଛର ପତ୍ରରୁ ଭାଙ୍ଗ ନିଶା ପ୍ରସ୍ତୁତ ହୁଏ । ଗଞ୍ଜେଇ ଓ ଭାଙ୍ଗ ମଣିଷ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥିଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ରୋଗ ନିୟନ୍ତ୍ରଣ ପାଇଁ ଏହାର ଔଷଧିୟ ଗୁଣ ବି ରହିଛି । ଗଞ୍ଜେଇ ବେପାର ସହ ଏବେ ରାଜ୍ୟରେ ବ୍ରାଉନସୁଗାର, ଚରସ, ହେରୋଇନ୍‍, ଚୋରାମଦ ଆଦିର କାରବାର ବି ବଢୁଛି ।

ନାମୀ ଦାମୀ ବ୍ରାଣ୍ଡ୍‍ର ସିଗାରେଟଖୋଳ ଭିତରେ ଗଞ୍ଜେଇ, ଚରସ ଓ ବ୍ରାଉନସୁଗାର ମିଶ୍ରଣରେ ତିଆରି ହାତବଳା ସିଗାରେଟ ପ୍ରତି ନିଶାଗ୍ରସ୍ତ ଯୁବପୀଢିଙ୍କ ଆଗ୍ରହ ବଢୁଥିବାରୁ ଏଥିରୁ ଚୋରା ନିଶା ବେପାରୀମାନେ ଫାଇଦା ଉଠାଉଛନ୍ତି । ଗାଁ ଗହଳରୁ ଆରମ୍ଭକରି ରାଜଧାନୀରେ ଏହି ନିଶା ସାମଗ୍ରୀର ଅବାଧ ପ୍ରସାର ଚାଲିଛି ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Related Topics

Explore more stories