Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Farmer Death / ଧାନ କ୍ଷେତ୍ରରେ ବିଦ୍ୟୁତ୍ ତାର ନେଇଗଲା ଚାଷୀ ଜୀବନ, ଚିନ୍ତାରେ ୫ ପ୍ରାଣୀର ପରିବାର

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଧାନ କ୍ଷେତ୍ରରେ ବିଦ୍ୟୁତ୍ ତାର ନେଇଗଲା ଚାଷୀ ଜୀବନ, ଚିନ୍ତାରେ ୫ ପ୍ରାଣୀର ପରିବାର

Key Points

ରବି ବିଲରେ ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଆଉ ସେହି କ୍ଷେତରେ ହିଁ ଟଳି ପଡ଼ିଥିଲେ ରବି । ଗାଁ ଲୋକେ ଧାଇଁ ଆସି ଦେଖିବା ବେଳକୁ ରବି ଆଖି ବୁଜି ସାରିଥିଲେ ।
ପଦ୍ମପୁର (ବରଗଡ଼): ୬ ପ୍ରାଣୀର କୁଟୁମ୍ବ, ବୁଢ଼ା ବାପା ଦିବ୍ୟାଙ୍ଗ । ସାହାରା କହିଲେ ଏକମାତ୍ର ପୁଅ ଓ କେଇ ଖଣ୍ଡ ଜମି । ରବିଙ୍କ ସୁଖଦଦୁଃଖର ସଂସାର ଠିକ୍ ଚାଲିଥିଲା । ବିଲରେ ଧାନ ଚାଷ କରି ୬ ପ୍ରାଣୀର କୁଟୁମ୍ବକୁ ଚଳାଉଥିଲେ ୩୭ ବର୍ଷୀୟ ରବି ସାହୁ । ହେଲେ ବିଧାତା ସେତିକି ବି ସହି ପାରିଲାନି ।

ମୃତ ରବିଙ୍କ ବିଲ ଦେଇ ଯାଇଥିବା ବିଦ୍ୟୁତ୍ ଖୁଣ୍ଟରୁ ତାର ଛିଡ଼ିଗଲା । ଆଉ ତାରରେ ବିଦ୍ୟୁତ୍ ଥିବା ଜାଣି ନ ପାରି ବିଲକୁ ଯାଇଥିବା ଚାଷୀ ରବି ସେହି ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ଏ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକୁରାମୁଣ୍ଡା ଗାଁରେ ।

ଏଥିସହ ପଢ଼ନ୍ତୁ: କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...

ସୂଚନା ଅନୁସାରେ, ସ୍ତ୍ରୀ ସହ ଦୁଇ ନାବାଳାକ ପୁଅ ବୃଦ୍ଧ ବାପାମାାଙ୍କୁ ନେଇ ରବିଙ୍କ ୬ ପ୍ରାଣୀର ସଂସାର । ବାତ୍ୟା 'ମୋନ୍ଥା' ଯିବା ପରେ ଗୁରୁବାର ବିଲକୁ ଯାଇଥିଲେ ରବି । କ୍ଷେତରେ ହୋଇଥିବା ଫସଲରେ ରୋଗପୋକ ଲାଗିଥିବାରୁ କୀଟନାଶକ ସିଞ୍ଚନ ପାଇଁ ସ୍ପ୍ରେ ମେସିନ୍ ଧରି ବିଲରେ ପହଞ୍ଚିଥିଲା ।

ହେଲେ ଅସାବଧନତା ବଶତଃ ରବି ବିଲରେ ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଆଉ ସେହି କ୍ଷେତରେ ହିଁ ଟଳି ପଡ଼ିଥିଲେ ରବି । ଗାଁ ଲୋକେ ଧାଇଁ ଆସି ଦେଖିବା ବେଳକୁ ରବି ଆଖି ବୁଜି ସାରିଥିଲେ । ପରିବାରର ଏକମାତ୍ର ସାହା ଭରସା ରବି ଚାଲିଯିବା ପରେ ବୁଢ଼ା ବାପ, ବୁଢ଼ୀ ମାଆ, ସ୍ତ୍ରୀ ଓ ଦୁଇ ଛୁଆଙ୍କ ଆଖିରୁ ଲୁହ ଶୁଖୁନି ।

ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ହେବ ୯୨ଟି ରେଳ ଓଭରବ୍ରିଜ୍, ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ ରେଳ ବିଭା

ଗରିବ ପରିବାରର ରବି, ଧାନ ଚାଷ ସହ କୁଲି ମଜୁରି କରି ୬ ପ୍ରାଣୀର କୁଟୁମ୍ବକୁ ଚଳାଉଥିଲେ । ଏବେ ରବିଙ୍କ ଅକାଳ ମୃତ୍ୟୁ ପରେ ଘର କେମିତି ଚଳିବ ? ୫ ପ୍ରାଣୀ କ'ଣ ଖାଇବେ ? ସେ ଚିନ୍ତାରେ ପୂରା ପରିବାର । ପ୍ରଶାସନ ରବିଙ୍କ ପରିବାରକୁ ସହାୟତା ଦେବା ସହ ବିଦ୍ୟୁତ୍ ବିଭାଗ କ୍ଷତିପୂରଣ ଦେବାକୁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Farmer Dies of Electrocution in Padmapur, Odisha — Family Demands Compensation | Argus News | Argus News