Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ରାଜଧାନୀ

Jitendra Dash
Browse all articles by Jitendra Dash
·2 years ago·1 min read
କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ରାଜଧାନୀ

ଅର୍ଗସ ବ୍ୟୁରୋ : କିଛି ଦିନର ବିରତି ପରେ ପୁଣି ଅଶାନ୍ତ ହୋଇଛି ଭୁବନେଶ୍ବର ପଟିଆ ଅଞ୍ଚଳର ପଦ୍ମକେଶରପୁର । ବୁଧବାର ରାତିରେ ମହାଜନୀ କାରବାର କରୁଥିବା ବାବୁଲା ଦାସ ଏବଂ ତାର ସହଯୋଗୀମାନେ ସନାତନ ଦାସ ନାମକ ବ୍ୟକ୍ତିଙ୍କ ଘରକୁ ଯାଇ ସୁଧ ଟଙ୍କା ମାଗିବା ସହିତ ଦୁର୍ବ୍ୟବହାର କରିଥିଲେ । ସନାତନ ଏହାର ପ୍ରତିବାଦ କରିବାରୁ ବାବୁଲା ଏବଂ ସହଯୋଗୀ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । 

ପରେ ବାବୁଲା ଓ ତାର ସହଯୋଗୀ ମାନେ ସନାତନଙ୍କ ଘରେ ବୋମାମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସନାତନ ଓ ତାଙ୍କ ବୋହୂ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ବେଆଇନ ସୁଧ କାରବାରରେ ସ୍ଥାନୀୟ ବିଜେଡି ନେତାଙ୍କ ହାତ ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଘଟଣା ପରେ ଅଶାନ୍ତ ପଦ୍ମକେଶରପୁର ଅଞ୍ଚଳ । ପୁରା ଗାଁ ପୁରୁଷ ଶୂନ୍ୟ ହୋଇଥିବା ବେଳେ ଗାଁରେ ପୋଲିସ ଫୋର୍ସ ମୂତୟନ କରାଯାଇଛି । ଗାଁରେ ପ୍ରତିଟି ଘରେ ତାଲା ଝୁଲୁଛି । ୨ ପ୍ଲାଟୁନ ପୋଲିସ ଫୋର୍ସ ଗାଁରେ ଫ୍ଲାଗ ମାର୍ଚ୍ଚ କରିବା ସହିତ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ଘଟଣାରେ ଫେରାର ଅଭିଯୁକ୍ତ ବାବୁଲା ଦାସ ଏବଂ ମିଟୁ ଦାସଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।  ୪ ମାସ ପୂର୍ବରୁ ମଧ୍ୟ ଏହି ସୁଧ କାରବାରରକୁ ନେଇ ଅଶାନ୍ତ ହୋଇଥିଲା ପଦ୍ମକେଶରପୁର ଅଞ୍ଚଳ । ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ପୋଲିସ ଏହି ମାମଲାକୁ କିପରି ସମାଧାନ କରୁଛି ଦେଖିବାକୁ ବାକି ରହିଲା ।
 

Sponsored
Padmkesharpur in Patia area of Bhubaneswar has been disturbed again after a break of a few days | Argus News