Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୈରବ କାର୍ତ୍ତିକେୟନଙ୍କ ଯୋଗୁଁ ଓଡ଼ିଶାରେ ଭୁଷୁଡ଼ିବ ବିଜେଡି ଦୁର୍ଗ !

Odisha

ଭୈରବ କାର୍ତ୍ତିକେୟନଙ୍କ ଯୋଗୁଁ ଓଡ଼ିଶାରେ ଭୁଷୁଡ଼ିବ ବିଜେଡି ଦୁର୍ଗ !

Jitendra Dash
Browse all articles by Jitendra Dash
·2 years ago·2 min read
ଭୈରବ କାର୍ତ୍ତିକେୟନଙ୍କ ଯୋଗୁଁ ଓଡ଼ିଶାରେ ଭୁଷୁଡ଼ିବ ବିଜେଡି ଦୁର୍ଗ !

ଅର୍ଗସ ବ୍ୟୁରୋ : ଜାତୀୟ ଗଣମାଧ୍ୟମ ସଂସ୍ଥା ଲୋକ ପୋଲ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ଓଡ଼ିଶା ନେଇ ସାଂଘାତିକ ଖୁଲାସା । ସର୍ଭେ ରିପୋର୍ଟ କହୁଛି ୨୦୨୪ ନିର୍ବାଚନରେ ପାଣ୍ଡିଆନଙ୍କ ପାଇଁ ବୁଡ଼ିବ ବିଜେଡି ଡଙ୍ଗା । ଭୈରବ କାର୍ତ୍ତିକେୟନଙ୍କ ରାଜନୈତିକ ଏକଛତ୍ରବାଦ ଯୋଗୁଁ ବିଜେଡି ନେତାଙ୍କ ମଧ୍ୟରେ ତୀବ୍ର ହେଉଛି ଅସନ୍ତୋଷ । ଯାହାକି ଦଳର ଭୋଟକୁ କରିବ ପ୍ରଭାବିତ । ଖାଲିସେତିକି ନୁହେଁ ଦୁର୍ବଳ ପ୍ରାର୍ଥୀ ଚୟନ ବିଜେଡିକୁ ପଡ଼ିବ ମହଙ୍ଗା । ଏହାର ସିଧା ଫାଇଦା ମିଳିବ ବିଜେପିକୁ । ଏହାଛଡ଼ା ଓଡ଼ିଶାରେ ବଢୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବିଜେପିକୁ ୨୦୧୯ ନିର୍ବାଚନ ତୁଳନାରେ ବଡ଼ ସଳଫତା ଆଣିଦେବ ବୋଲି ଲୋକ ପୋଲର ଜନମତ ସର୍ଭେରେ କୁହାଯାଇଛି । 

ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୪ରେ ଓଡ଼ିଶାରେ ବିଜେପି ସପକ୍ଷରେ ଯାଇପାରେ ୧୧ରୁ ୧୩ଟି ଆସନ । ସେହିପରି ୭ରୁ ୯ଟି ଆସନ ମଧ୍ୟରେ ସୀମିତ ରହିପାରେ ଶାସକ ଦଳର ଲୋକସଭା ଆସନ ସଂଖ୍ୟା । ଆଉ କଂଗ୍ରେସକୁ ଓଡ଼ିଶାରେ ଗୋଟିଏରୁ ଦୁଇଟି ଆସନ ମିଳିପାରେ ବୋଲି କହିଛି ଲୋକ ପୋଲ ସର୍ଭେ । କେବଳ ଲୋକ ପୋଲ ନୁହେଁ ଓଡ଼ିଶାକୁ ନେଇ ପୂର୍ବରୁ ଆସିଥିବା ସବୁ ଜନମତ ସର୍ଭେରେ ରାଜ୍ୟରେ ମୋଦି ଲହର ଜୋରଦାର ଥିବା ନେଇ ଆସିଛି ରିପୋର୍ଟ  । ଏବିପି ସି ଭୋଟର ସର୍ଭେରେ ବି ଓଡ଼ିଶାରେ ବିଜେପିର ବଡ଼ ବିଜୟ ନେଇ କରାଯାଇଛି ଆକଳନ। । 

ସର୍ଭେ ରିପୋର୍ଟ କହୁଛି ଓଡ଼ିଶାରେ ବିଜେପିକୁ ମିଳିପାରେ ୧୩ ଲୋକସଭା ଆସନ । ମାତ୍ର ୭ଟିରେ ସୀମିତ ରହିବ ବିଜେଡି, କଂଗ୍ରେସ ହାତକୁ ଯାଇପାରେ ଗୋଟିଏ ସିଟ୍ । ସେହିପରି ଟିଭି-୯ ଭାରତବର୍ଷ ଓପିନିଅନ୍ ପୋଲ୍ ବି କରିଛି ପୂର୍ବାନୁମାନ ଓଡ଼ିଶାରେ ବିଜେପି ହେବ ନମ୍ବର ୱାନ୍ । TV-9 ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ବିଜେପି ଜିତିବ ୧୪ଟି ଲୋକସଭା ସିଟ୍ ଓ ବିଜେଡି ଖାତାକୁ ଯିବ ମାତ୍ର ୬ଟି ଆସନ । ଗୋଟିଏରେ ବିଜୟୀ ହୋଇପାରେ କଂଗ୍ରେସ । ନ୍ୟୁଜ୍ ଏକ୍ସର ଓପିନିୟନ୍ ପୋଲରେ ବି ବିଜେପି ୧୪ଟି ଓ ବିଜେଡି ୭ଟି ଆସନରେ ଜିତିବା ନେଇ କରାଯାଇଛି ପୂର୍ବାନୁମାନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ସପ୍ତାହକ ତଳେ ବିଶିଷ୍ଟ ରାଜନୈତିକ ରଣନିତିକାର ପ୍ରଶାନ୍ତ କିଶୋର କହିଥିଲେ, ଓଡିଶାରେ ବିଜେପି ହେବ ନମ୍ବର ୧ ଦଳ । ପୂର୍ବରୁ ୧ କୋଟିରୁ ଅଧିକ ସବସ୍କ୍ରାଇବର ଥିବା ତାମିଲ ଚ୍ୟାନଲ ପୁଥିୟାଥାଲାଇମୁରାଇ-ଦି ଫେଡେରାଲ୍ କରିଥିବା ସର୍ଭେରେ ବିଜେପିକୁ ୫୪.୯୦ ପ୍ରତିଶତ ଭୋଟ ମିଳିପାରେ ବୋଲି ଆକଳନ କରାଯାଇଥିବା ବେଳେ ବିଜେଡିର ଭୋଟ ହାର ୧୯.୩୫ ଖସିଆସିପାରେ ବୋଲି ଆକଳନ କରାଥିଲା । ଓପିନିୟନ ପୋଲ ଅନୁସାରେ ବିଜେପିକୁ ୨୦ ଓ ବିଜେଡିକୁ ମିଳିପାରେ ଗୋଟିଏ ଆସନ ମିଳିବ ବୋଲି ଆକଳନ କରାଯାଇଥିଲା । ଏ ତମାମ ସର୍ଭେ ରିପୋର୍ଟକୁ ଦେଖିଲେ କୁହାଯାଇପାରେ ଏଥର ଓଡ଼ିଶାରୁ ବିଜେଡିକୁ ଧୋଇ ଦେବ ମୋଦି ସୁନାମି ?

Argus Whatsapp Channel Mobile Top
Sponsored
Pandian bjd issue | Argus News