River Pollution / ପୋତି ହୋଇଯାଉଛି ନଦୀ, ପ୍ରଦୂଷଣ ଯୋଗୁଁ ଶୂନ୍ୟ ହେଉଛି ମତ୍ସ୍ୟଜୀବୀଙ୍କ ଜାଲ
·4 months ago·2 min read

Key Points
୧୯୬୨ରେ ପାରାଦୀପ ବନ୍ଦର ପ୍ରତିଷ୍ଠା ହେବା ପୂର୍ବରୁ ଏହା ଥିଲା ବାଣିଜ୍ୟର ପ୍ରମୁଖ ପେଣ୍ଠସ୍ଥଳୀ । ହେଲେ ଆଜି ଏଠାରେ ଖାଲି ପଡ଼ିରହିଛି ପୁରୁଣା ଯନ୍ତ୍ରପାତି ଆଉ ହଜିଯାଇଛି ସେହି କୋଳାହଳ ।
ପାରାଦୀପ: ପାରାଦୀପ ବନ୍ଦର ପ୍ରତିଷ୍ଠା ହେବା ପୂର୍ବରୁ ଏହା ଥିଲା ବାଣିଜ୍ୟର ମୁଖ୍ୟ କେନ୍ଦ୍ର । ଇଂରେଜ ଅମଳରୁ ଏହି ଜଳପଥ ଦେଇ ବିଦେଶକୁ ରପ୍ତାନୀ ହେଉଥିଲା ପଣ୍ୟ ଦ୍ରବ୍ୟ । ମହାନଦୀ, ଚିତ୍ରୋତ୍ପଳା, ଜଟାଧାର ଏବଂ ସମୁଦ୍ରର ମିଳନ ସ୍ଥଳ 'ଚଉମୁହାଣୀ' ଆଜି କିନ୍ତୁ ନିଜର ଅସ୍ତିତ୍ଵ ହରାଇବାକୁ ବସିଛି । କାଳକ୍ରମେ ପୋତି ହୋଇଯାଉଛି ନଦୀ ଆଉ ପ୍ରଦୂଷଣ ଯୋଗୁଁ ଶୂନ୍ୟ ହେଉଛି ମତ୍ସ୍ୟଜୀବୀଙ୍କ ଜାଲ ।
ଆଜି ନିଜର ପରିଚୟ ଖୋଜୁଛି ପାରାଦ୍ଵୀପର ଐତିହାସିକ 'ଚଉମୁହାଣୀ' । ଦିନେ ଏହି ସ୍ଥାନରୁ ଇଂରେଜମାନେ ଜଳପଥ ଦେଇ ବିଦେଶକୁ ସାମଗ୍ରୀ ରପ୍ତାନୀ କରୁଥିଲେ । ତାଳଦଣ୍ଡା କେନାଲ, ମହାନଦୀ, ଚିତ୍ରୋତ୍ପଳା ଓ ଜଟାଧାର ନଦୀ ସମୁଦ୍ର ସହ ମିଳିତ ହେଉଥିବାରୁ ଏହାକୁ ଚଉମୁହାଣୀ କୁହାଯାଏ ।
ଏଥିସହ ପଢ଼ନ୍ତୁ: ଦଣ୍ଡନାଚରେ ହେବନି ଅଶ୍ଳୀଳ ନୃତ୍ୟ , ଉଲ୍ଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ
୧୯୬୨ରେ ପାରାଦୀପ ବନ୍ଦର ପ୍ରତିଷ୍ଠା ହେବା ପୂର୍ବରୁ ଏହା ଥିଲା ବାଣିଜ୍ୟର ପ୍ରମୁଖ ପେଣ୍ଠସ୍ଥଳୀ । ହେଲେ ଆଜି ଏଠାରେ ଖାଲି ପଡ଼ିରହିଛି ପୁରୁଣା ଯନ୍ତ୍ରପାତି ଆଉ ହଜିଯାଇଛି ସେହି କୋଳାହଳ । ନଦୀ ପୋତି ହୋଇଯିବା ସହ ପ୍ରଦୂଷଣ ଯୋଗୁଁ ଆଉ ଆଗଭଳି ମତ୍ସ୍ଯଜୀବୀଙ୍କ ଜାଲ ମାଛରେ ଭର୍ତ୍ତି ହେଉନି ।
ଖାଲି ବାଣିଜ୍ୟ ନୁହେଁ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୫୦ ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କ ପେଟକୁ ଦାନା ଦେଉଥିଲା ଏହି ନଦୀ । ପୂର୍ବରୁ ଏଠାରୁ ଟନ ଟନ ଇଲିସି, ଖଇଙ୍ଗା ମାଛ ଧରାଯାଇ ଦେଶ ବିଦେଶକୁ ପଠାଯାଉଥିଲା । କିନ୍ତୁ ଏବେ କଳକାରଖାନା ବଢ଼ିବା ସହ ବଢ଼ିଛି ପ୍ରଦୂଷଣ, ଯାହାଫଳରେ ମାଛ ସଂଖ୍ୟା କମିଯାଇଛି ।
ଏଥିସହ ପଢ଼ନ୍ତୁ: ଜରୁରି ଏୟାର ଲିଫ୍ଟି ଯୋଜନା ମଞ୍ଜୁର,ସାଧାରଣ ଲୋକ ପାଇପାରିବେ ଏୟାର ଆମ୍ବୁଲାନ୍ସ
ଫଳରେ କୌଳିକ ବୃତ୍ତି ହରାଇ ମତ୍ସ୍ୟଜୀବୀଙ୍କ ଆଖିରେ ଏବେ ଲୁହ । ତେବେ ଏହି ସ୍ଥାନର ପୁନରୁଦ୍ଧାର ଓ ପର୍ଯ୍ୟଟନର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା ସ୍ଥାନୀୟ ସରପଞ୍ଚ କହିଛନ୍ତି । ୧୮୬୬ ମସିହାରେ ଖନନ ହୋଇଥିବା ତାଳଦଣ୍ଡା କେନାଲ ଦେଇ ବଡ଼ ବଡ଼ ଡଙ୍ଗାରେ ମାଲ୍ ଆସି ଚଉମୁହାଣୀରେ ପହଞ୍ଚୁଥିଲା ।
ସେଠାରୁ ଗଜରାଜ, ପୁଷ୍ପା ଓ କାଇଟ୍ ଭଳି ବୋଟ୍ ସାହାଯ୍ୟରେ ଗଭୀର ସମୁଦ୍ରକୁ ପଣ୍ୟ ଦ୍ରବ୍ୟ ପଠାଯାଉଥିଲା । ଇତିହାସର ଏହି ମୁକସାକ୍ଷୀ ଆଜି ଅବହେଳିତ । ନୂଆ ବନ୍ଦର ନାଁରେ ପାରାଦୀପ ଆଗକୁ ବଢ଼ୁଥିବା ବେଳେ ଚଉମୁହାଣୀ କିନ୍ତୁ ନିଜ ଅସ୍ତିତ୍ଵ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories