Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Paradeep Death Case / ପାରାଦୀପରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁଷ୍କର୍ମ ପରେ ହତ୍ୟା ଆଶଙ୍କା

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ପାରାଦୀପରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁଷ୍କର୍ମ ପରେ ହତ୍ୟା ଆଶଙ୍କା
Paradeep Death Case

Key Points

ପାରାଦୀପରେ ଯୁବତୀ ଛାତରୁ ପଡି ମୃତ୍ୟୁ ମାମଲା
ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ଏହି ମାମଲାରେ ଜଣେ ଯୁବକ ଅଟକ
ପାରାଦୀପ ତାରେଣୀଗଡାରେ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ମାମଲାରେ ପୋଲିସକୁ ମିଳିଛି ନୂଆ ତଥ୍ୟ । ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ଘଟଣାର ତନାଘନା ଚଳାଇଛି ।

ଅନ୍ୟପଟେ ଯୁବତୀ ଜଣକ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ବୋଲି ମଧ୍ୟ ପୋଲିସ ସୂଚନା ପାଇଛି । ପ୍ରାଥମିକ ତଦନ୍ତ ଅନୁଯାୟୀ ପୋଲିସ ଜାଣିବାକୁ ପାଇଛି ସାରଳା ରୋଡ୍ ନିକଟରୁ ଜଣେ ଯୁବକ ବାଇକରେ ଯୁବତୀଙ୍କୁ ଲିଫ୍ଟ୍ ଦେବା ବାହାନାରେ ପାରାଦୀପ ନେଇ ଆସିଥିଲେ । ପରେ ତାରେଣୀଗଡାରେ ଥିବା ଖୁଣ୍ଟିଆ ନିବାସକୁ ଆଣି ଦୁଷ୍କର୍ମ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯୁବକ ଜଣକ ବିହାର ଅଞ୍ଚଳର ହୋଇଥିବା ବେଳେ ସେ ଖୁଣ୍ଟିଆ ନିବାସରେ ଭଡ଼ାରେ ରହି ପାରାଦୀପରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରନ୍ତି ।

ଏହି ଘଟଣା ପରଠାରୁ ସଂପୃକ୍ତ ଯୁବକଙ୍କୁ ପାରାଦୀପ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ମୃତ ଯୁବତୀ ଜଣକ କ’ଣ ପାଇଁ ଘରୁ ପଳାଇ ଆସିଥିଲେ ତାହା ଜଣାପଡ଼ିନାହିଁ । ପ୍ରାଥମିକ ତଦନ୍ତରୁ ଯୁବକ ଅନୁଗୁଳରେ ରହୁଥିବା ନିଜ ବାପାଙ୍କ ଠାରୁ ବାଇକ ଆଣି ପାରାଦୀପ ଆସୁଥିବା ବେଳେ ବାଟରୁ ଯୁବତୀଙ୍କୁ ଲିଫ୍ଟ ଦେଇଥିଲେ । ପରେ କଥାବାର୍ତ୍ତାରେ ଯୁବତୀ ଜଣେ ଯୁବକକୁ ଭଲ ପାଇ ଘରୁ ପଳାଇ ଆସିଥିବା ଜାଣିଥିଲେ । ଏହାପରେ ଯୁବତୀଙ୍କୁ ସେ ପାରାଦୀପ ଆଣିଥିଲେ । ତେବେ ଯୁବତୀ ଜଣକ ଛାତରୁ ଡେଇଁ ପଡିଛନ୍ତି ନା ଦୁଷ୍କର୍ମ ସହ ହତ୍ୟା କରାଯାଇଛି ସେନେଇ ତଦନ୍ତ କରୁଛି ପୋଲିସ । ତେବେ ଏହି ଘଟଣାରେ ଜଣେ ସଂପୃକ୍ତ ନା ଆଉ କିଏ ସେନେଇ ପୋଲିସ୍ ତଦନ୍ତ ଜାରି ରଖିଛି ।
ପଢନ୍ତୁ ଏହି ଖବର: ସ୍ଵାମୀ ନା ସୈତାନ ? ପ୍ରେମ ବିବାହରେ ଭରିଲାନି ମନ, ଯୌତୁକ ପାଇଁ ସୋସିଆଲ୍ ମିଡିଆରେ ସବୁ ସାରିଦେଲା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suspicion of Rape and Murder in Paradip Girl Fall Death Case | Argus News