Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡାକ୍ତରଖାନାର ସମସ୍ୟାକୁ ଦାବି କରି ଅଞ୍ଚଳବାସୀଙ୍କ ଧାରଣା

Odisha

ଡାକ୍ତରଖାନାର ସମସ୍ୟାକୁ ଦାବି କରି ଅଞ୍ଚଳବାସୀଙ୍କ ଧାରଣା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଡାକ୍ତରଖାନାର ସମସ୍ୟାକୁ ଦାବି କରି ଅଞ୍ଚଳବାସୀଙ୍କ ଧାରଣା

କଟକ : ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ଦାବି କରି  ଅଞ୍ଚଳବାସୀଙ୍କ ଡାକ୍ତରଖାନା ଆଗେରେ ଧାରଣା। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଜଗନ୍ନାଥପୁର ଠାରେ। ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ନାହାନ୍ତି, ସମସ୍ତ ଔଷଧ ମିଳୁନି , ଆବଶ୍ୟକୀୟ ପରୀକ୍ଷା ପାଇଁ ଲାବରେଟୋରିରର କର୍ମଚାରୀ ଅଭାବ ଏଭଳି ବିଭିନ୍ନ ସମସ୍ୟା ନେଇ ଡାକ୍ତରଖାନା ଆଗରେ କୁଣ୍ଡି ଅଞ୍ଚଳର ଲୋକେ ଧାରଣାରେ ବସିଥିଲେ। ଏହି ସବୁ କାରଣରୁ ରୋଗୀ ଦେବା ପାଇପାରୁନାହାନ୍ତି ଫଳରେ ଗରିବ ଲୋକଟିଏ ବାଧ୍ୟ ହୋଇ ଜୀବନ ବଞ୍ଚାଇବାକୁ ବହୁ ଅର୍ଥ ଖର୍ଚ୍ଚ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର

ଏନେଇ ବାରମ୍ବାର ସେମାନେ ସ୍ୱାସ୍ଥ୍ୟ ବିଭାଗକୁ ଲିଖିତ ଜଣାଇଥିଲେହେଁ କୌଣସି ସୁଫଳ ମିଳୁନି ବୋଲି ସେମାନେ କହିଛନ୍ତି। ତେବେ ଆଗାମୀ ଦିନରେ ଦାବି ପୂରଣ ନହେଲେ ସେମାନେ ସମୁହଁ ଭୋଟ ବର୍ଜନ କରିବା ସହ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଏ ସବୁ ସମସ୍ୟା ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦେଇଛନ୍ତି ବୋଲି ମେଡିକାଲ ଅଫିସର କହିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Perceptions of local residents claiming hospital problems | Argus News