Injection Reaction / ମେଡିକାଲ୍ କଲେଜରେ ଆତଙ୍କ, ଇଞ୍ଜେକ୍ସନ ଦେବାରୁ ୱାର୍ଡରେ ଥରିଲେ ସବୁ ରୋଗୀ
·2 hours ago·2 min read

Key Points
ନର୍ସ ଇଞ୍ଜେକ୍ସନ୍ ଦେବା ପରେ ୱାର୍ଡରେ ଥରିଲା ପ୍ରାୟ ସମସ୍ତ ରୋଗୀ । ଏଭଳି ଅଭିଯୋଗ ଆସିଛି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅସ୍ଥାୟୀ ଭାବେ ଚାଲିଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ମେଡିସିନ୍ ୱାର୍ଡରୁ ।
ଫୁଲବାଣୀ (କନ୍ଧମାଳ): ସରକାରୀ ମେଡିକାଲ୍ କଲେଜରେ ଇଞ୍ଜେକ୍ସନ୍ ଭୟ । ନର୍ସ ଇଞ୍ଜେକ୍ସନ୍ ଦେବା ପରେ ୱାର୍ଡରେ ଥରିଲା ପ୍ରାୟ ସମସ୍ତ ରୋଗୀ । ଏଭଳି ଅଭିଯୋଗ ଆସିଛି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅସ୍ଥାୟୀ ଭାବେ ଚାଲିଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ମେଡିସିନ୍ (ଭେଷଜ) ୱାର୍ଡରୁ ।
ଅଭିଯୋଗ ଅନୁସାରେ, ମେଡିକାଲର ମହିଳା ମେଡିସିନ୍ ୱାର୍ଡରେ ଆଡମିଟ୍ ଥିବା ରୋଗୀମାନଙ୍କୁ ସକାଳେ ନର୍ସ ଇଞ୍ଜେକ୍ସନ୍ ଦେବା ପରେ ରୋଗୀମାନେ ଥରିବା ସହିତ ଅସ୍ୱାଭାବିକ ହୋଇ ପଡ଼ିଥିଲେ । କିଛି ରୋଗୀଙ୍କ ଇଞ୍ଜେକ୍ସନ ଦିଆଯାଇଥିବା ସ୍ଥାନଟି ଫୁଲି ଯାଇଥିଲା । ଆଉ କେହି କେହି ଜ୍ଵରରେ କମ୍ପିଥିଲେ ।
ଏଥିସହ ପଢ଼ନ୍ତୁ: ଝାଲମୁଢ଼ି ଖାଇ ହଟହଟା; ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ
ମହିଳା ମେଡିସିନ୍ ୱାର୍ଡରେ ପ୍ରାୟ ରୋଗୀଙ୍କ ଅବସ୍ଥା ଏହିପରି ହେବାରୁ ପାଖାପାଖି ଦୁଇ ଘଣ୍ଟା ଧରି ୱାର୍ଡରେ ଆତଙ୍କ ଖେଳି ଯାଇଥିଲା । ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ମାନେ ଭୟଭୀତ ହୋଇ ପଡ଼ିଥିଲେ । ଅଧିକ ଅସ୍ଵାଭାବିକ ପରିଲକ୍ଷିତ ହେଉଥିବା ରୋଗୀଙ୍କୁ ନର୍ସମାନେ ଆଉ ଏକ ଇଞ୍ଜେକ୍ସନ୍ ଦେବାରୁ ସେମାନଙ୍କ ଅବସ୍ଥା ସ୍ଵାଭାବିକ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମେଡିକାଲ୍ରେ ଆଡମିଟ୍ ହୋଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ରାଜେଶ ମଲ୍ଲିକ କହିଛନ୍ତି, "ମୋ ମାଆଙ୍କ ଗୋଟିଏ ପାର୍ଶ୍ଵ ପକ୍ଷାଘାତ ଥିବାରୁ ତାଙ୍କୁ ମେଡିକାଲ୍ ଆଣିଥିଲି । ପରୀକ୍ଷା ପରେ ଜଣାପଡ଼ିଥିଲା ବ୍ରେନ୍ ଷ୍ଟ୍ରୋକ୍ ହୋଇଛି । ୨ ଦିନ ତଳେ ସ୍ଵାସ୍ଥ୍ୟ ଭଲ ଥିଲା । ସକାଳେ କଣ ଇଞ୍ଜେକ୍ସନ୍ ଦେବାରୁ ପ୍ରତିକ୍ରିୟା କଲା । ୱାର୍ଡରେ ସବୁ ରୋଗୀ ଥରିବାକୁ ଲାଗିଲେ । ଆଉ ଗୋଟିଏ ଇଞ୍ଜେକ୍ସନ ଦେବାରୁ ସ୍ଥିତି ଠିକ୍ ହେଲା ।"
ଏନେଇ ମେଡିକାଲ କଲେଜ ଅଧିକ୍ଷକ ଡ. ନରେନ୍ଦ୍ର ବେହେରା କହିଛନ୍ତି, "ଉକ୍ତ ଇଞ୍ଜେକ୍ସନକୁ ବହୁତ ରୋଗୀଙ୍କୁ ଦିଆ ଯାଇଛି । ଇଞ୍ଜେକ୍ସନର ପାୱାର ଟିକେ ଅଧିକ ଥିବାରୁ ଇମ୍ୟୁନିଟି କମ୍ ଥିବା ରୋଗୀଙ୍କ ରିଆକ୍ସନ ହୋଇଛି । କିଛି ଅସୁବିଧା ନାହିଁ, ଠିକ୍ ହୋଇଯିବ । କାଲି ବି ଉକ୍ତ ଇଞ୍ଜେକ୍ସନ୍ ଦିଆଯାଇଥିଲା, କିଛି ପ୍ରତିକ୍ରିୟା ନଥିଲା । ମୁଁ ବିଭାଗୀୟ ମୁଖ୍ୟଙ୍କ ସହ କଥା ହୋଇଛି ।"
ଏଥିସହ ପଢ଼ନ୍ତୁ: ଅକ୍ଟୋବର ୪ରୁ ମହଙ୍ଗା ହେବ ଓମ୍ଫେଡ୍ କ୍ଷୀର: ଏକାଥରେ ବଢ଼ିବ ଲିଟର ପିଛା ୨ରୁ ୩ ଟଙ୍କା ବୃଦ୍ଧି
କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ କହିଛନ୍ତି, "ଏହାକୁ ନେଇ କିଛି ଭୟଭୀତ ହେବା ଦରକାର ନାହିଁ । ତାର ସବିଶେଷ ତଦନ୍ତ ପରେ ଯାହା କୁହାଯାଇ ପାରିବ । ମେଡିକାଲ୍ ଆଧାରରେ ଟେକ୍ନିକାଲ୍ ରିଭ୍ୟୁ କରାଯିବ ।"

Related Topics
Explore more stories