|
logo
Live

Argus News - ପିହୁ ନିଖୋଜର 4 ବର୍ଷ ପରେ ବି ଓଡ଼ିଶା ପୋଲିସର ହାତ ଖାଲି

Odisha

ପିହୁ ନିଖୋଜର 4 ବର୍ଷ ପରେ ବି ଓଡ଼ିଶା ପୋଲିସର ହାତ ଖାଲି

Smruti Parija
Browse all articles by Smruti Parija
·2 years ago·1 min read
ପିହୁ ନିଖୋଜର 4 ବର୍ଷ ପରେ ବି ଓଡ଼ିଶା ପୋଲିସର ହାତ ଖାଲି

ଯାଜପୁର:  ପିହୁ ନିଖୋଜର 4 ବର୍ଷ ପରେ ବି ଓଡ଼ିଶା ପୋଲିସର ହାତ ଖାଲି । ନ୍ୟାୟ ଦେବାରେ ବିଫଳ ରାଜ୍ୟ ସରକାର । ୨୦୨୦ ମସିହାରେ ନିଖୋଜ ହୋଇଥିବା ପିହୁର ଏପର୍ଯ୍ୟନ୍ତ ପତ୍ତା ମିଳିନି । ଏନେଇ ନ୍ୟାୟ ଦାବିରେ ଆଜିଠୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆମରଣ ଅନଶନରେ ବସିଛନ୍ତି ପିହୁଙ୍କ ମା' ମୋନାଲିସା ନାୟକ । 

ଆଜିକୁ ତିନି ବର୍ଷ ପୂର୍ବେ ୨୦୨୦ ଅଗଷ୍ଟ ୯ ତାରିଖ ଅପରାହ୍ନ ସମୟରେ ଯାଜପୁର ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ମୋନାଲିସା ନାୟକଙ୍କ  ଅଢେଇ ବର୍ଷର ଝିଅ ପିହୁ ନିଖୋଜ ଘଟଣାରେ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଞ୍ଝାରପୁର ଥାନା ଅଧିକାରୀ ଘଟଣାର 6 ଦିନ ପରେ ମାମଲା ରୁଜୁ କରିଥିଲେ ଓ  ଚୁପ ବସିଥିଲା ପୋଲିସ । 

ଦୀର୍ଘ 4 ମାସ ପରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆକ୍ସନ ମୋଡୁକୁ ଆସିଥିଲା ବିଞ୍ଝାରପୁର ପୋଲିସ ।  ଏସ୍‌ପି, ଡିଜିଙ୍କ ଠାରୁ ଆରମ୍ଭ କରି ଶିଶୁ ବିଭାଗର ଅଧ୍ୟକ୍ଷା ଏହି ଘଟଣାକୁ ସମୀକ୍ଷା କରିଥିଲେ । ହେଲେ ଏପର୍ଯ୍ୟନ୍ତ ନିଖୋଜ ପିହୁର ସନ୍ଧାନ କରିବାରେ ବିଫଳ ରହିଛି ଓଡ଼ିଶା ପୋଲିସ । ପୋଲିସର ଉପରେ ଭରସା ନକରି ଆଜିଠୁ ଆମରଣ ଅନଶନରେ ବସିଛନ୍ତି ପିହୁଙ୍କ ମାଆ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ପିହୁ ନିଖୋଜର 4 ବର୍ଷ ପରେ ବି ଓଡ଼ିଶା ପୋଲିସର ହାତ ଖାଲି | Argus News