Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟେବୁଲ୍ ଉପରେ ଥୁଆ ହୋଇଛି କ୍ଷୀର ଗିନା; ଫ୍ୟାନ୍‌ରେ ଝୁଲୁଛି ସ୍ଵାମୀ, ସ୍ତ୍ରୀଙ୍କ ମୃତଦେହ

Odisha

Couple Found Dead / ଟେବୁଲ୍ ଉପରେ ଥୁଆ ହୋଇଛି କ୍ଷୀର ଗିନା; ଫ୍ୟାନ୍‌ରେ ଝୁଲୁଛି ସ୍ଵାମୀ, ସ୍ତ୍ରୀଙ୍କ ମୃତଦେହ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଟେବୁଲ୍ ଉପରେ ଥୁଆ ହୋଇଛି କ୍ଷୀର ଗିନା; ଫ୍ୟାନ୍‌ରେ ଝୁଲୁଛି ସ୍ଵାମୀ, ସ୍ତ୍ରୀଙ୍କ ମୃତଦେହ
Husband wife found dead

Key Points

ବନ୍ଦ ଘରେ ଆତ୍ମହତ୍ୟା । ରାତି ଅଧରେ ଗୋଟିଏ ରଶିରେ ଝୁଲି ପଡ଼ିଲେ ଦମ୍ପତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘରୁ ମିଳିଛି ସୁଇସାଇଡାଲ୍ ନୋଟ୍ ।
ପିପିଲି (ପୁରୀ): ରାତିରେ ପଡ଼ୋଶୀଙ୍କ ସହ କଥା ହୋଇ ଶୋଇବାକୁ ଗଲେ ସ୍ଵାମୀ, ସ୍ତ୍ରୀ । ହେଲେ ସକାଳୁ ଆଉ କବାଟ ଖୋଲିଲେନି । ସନ୍ଦେହ ହେବାରୁ ପୋଲିସକୁ ଖବର ଦେଲେ ପଡ଼ୋଶୀ । ଆଉ ପୋଲିସ ଆସି କବାଟ ଭାଙ୍ଗି ଘରେ ପଶିବା ବେଳେକୁ ସବୁ ସରି ଯାଇଥିଲା । ଫ୍ୟାନ୍‌ରେ ଗୋଟିଏ ରଶିରେ ଝୁଲୁଥିଲା ଦୁଇ ଦୁଇଟି ମୃତଦେହ ।

ସାତଶଂଖ ଫାଣ୍ଡି ଅଧିନସ୍ଥ ଅର୍ଜୁନସିଂହପୁର ଗାଁରେ ଆତ୍ମହତ୍ୟା କରିଛନ୍ତି ଦମ୍ପତି । ଗାଁର ଭାସ୍କର ଚନ୍ଦ୍ର ଦାସ ଏବଂ ତାଙ୍କ ସ୍ତ୍ରୀ କାଜଲ ଦାସ ଘର ଭିତରୁ କବାଟ ବନ୍ଦ କରି ରଶି ଲଗାଇ ଝୁଲି ପଡ଼ିଛନ୍ତି । ହେଲେ ଭାସ୍କର ଓ କାଜଲ କାହିଁକି ଆତ୍ମହତ୍ୟା କଲା ତାହା ଜଣାପଡ଼ି ନାହିଁ ।

ଏଥିସହ ପଢ଼ନ୍ତୁ: ଅଡୁଆରେ ନିଲମ୍ବିତ IIC ସନ୍ଧ୍ୟାରାଣୀ ଜେନା; ମାଆ-ପୁଅଙ୍କୁ ଥାନାରେ ନିର୍ଦ୍ଧୁମ ପିଟିଥିଲେ 

ପଡ଼ୋଶୀ ଡାକିଲେ, ଶୁଣିଲେନି

ସକାଳୁ ଘର କବାଟ ବନ୍ଦ ଥିବା ଦେଖି ପଡୋଶୀ ଡାକିଥିଲେ କିନ୍ତୁ ଦମ୍ପତି କବାଟ ନ ଖୋଲିବାରୁ ସାତଶଂଖ ଫାଣ୍ଡିକୁ ଖବର ଦେଇଥିଲେ । ଫାଣ୍ଡି ଅଧିକାରୀ ପହଞ୍ଚି କବାଟ ବାଡ଼େଇ ଡାକିଥିଲେ ମଧ୍ୟ କେହି ଶୁଣି ନଥିଲେ ।

ଏହା ପରେ ଝରକା ପଟେ ଦେଖିବାରୁ ଜଣାପଡ଼ିଥିଲା ଉଭୟ ରଶି ଲଗାଇ ଝୁଲି ପଡ଼ିଛନ୍ତି । ପରେ ସାଇଣ୍ଟିଫିକ୍ ଟିମ୍, ପିପିଲି ଏସଡିପିଓ ଓ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଘରର କବାଟ ଭଙ୍ଗା ଯାଇ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ଭାସ୍କର ଦାସ ସ୍ଥାନୀୟ ଏକ ଗଦି ଫ୍ୟାକ୍ଟ୍ରିରେ ରାତ୍ର ଜଗୁଆଳି ଭାବରେ କାମ କରୁଥିଲେ । ସୋମବାର ରାତିରେ ଭାସ୍କର ଡ୍ୟୁଟି ଯାଇ ନଥିଲେ । କୌଣସି କାରଣକୁ ନେଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ପରେ ଦୁହେଁ ଆତ୍ମହତ୍ୟା କରିଥିବା ଅନୁମାନ କରା ଯାଉଛି ।

ଏଥିସହ ପଢ଼ନ୍ତୁ: କେମିତି ସବୁ ସୀମା ଡେଇଁଥିଲା କବିସୂର୍ଯ୍ୟନଗର ପୋଲିସ ? ଏତଲା ଖୋଲିଲା ଗୁମର 

ପୋଲିସ ଘର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି । ଘର ଭିତରେ ଥିବା ଟେବୁଲ୍‌ରେ ୨ଟି ବେଲାରେ କ୍ଷୀର ରହିଛି । ସମ୍ଭବତଃ ଶୋଇବା ପୂର୍ବରୁ ଦମ୍ପତି କ୍ଷୀର ପିଇଥାନ୍ତେ । ତା' ପୂର୍ବରୁ ଦୁହେଁ ଆତ୍ମହତ୍ୟା କରିଛନ୍ତି । ପୋଲିସ ଏକ ସୁଇସାଇଡାଲ୍ ନୋଟ ଜବତ କରିଛି । ତେବେ ସ୍ଵାମୀ, ସ୍ତ୍ରୀ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri Shocker: Husband and Wife Found Hanging Inside Locked House in Pipili | Argus News | Argus News