Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

BJP Leader Pitabash Panda Shot Dead / ସମୟ ଗଡ଼ୁଛି...ସସପେନ୍ସ ବଢ଼ୁଛି, ପୀତବାସଙ୍କ ମର୍ଡର ମିଷ୍ଟ୍ରି ପଛର କାରଣ ଖୋଜୁଛି ପୋଲିସ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ସମୟ ଗଡ଼ୁଛି...ସସପେନ୍ସ ବଢ଼ୁଛି, ପୀତବାସଙ୍କ ମର୍ଡର ମିଷ୍ଟ୍ରି ପଛର କାରଣ ଖୋଜୁଛି ପୋଲିସ

Key Points

ବ୍ରହ୍ମପୁରର ପୀତବାସ ପଣ୍ଡାଙ୍କୁ ଗୁଳିମାରି ହତ୍ୟା ଘଟଣା । ବାପାଙ୍କ ମୃତ୍ୟୁ ନେଇ ପୁଅ ସୌରଭ ପଣ୍ଡାଙ୍କ `ଅର୍ଗସ୍‌'କୁ ପ୍ରତିକ୍ରିୟା । ନ୍ୟାୟ ସହ ଅଭିଯୁକ୍ତକୁ ଦଣ୍ଡ ଦାବି କଲେ ପୀତବାସଙ୍କ ପୁଅ ।

ବ୍ରହ୍ମପୁରର ପୀତବାସ ପଣ୍ଡାଙ୍କୁ ଗୁଳିମାରି ହତ୍ୟା ଘଟଣା । ବାପାଙ୍କ ମୃତ୍ୟୁ ନେଇ ପୁଅ ସୌରଭ ପଣ୍ଡା 'ଅର୍ଗସ୍‌'କୁ ପ୍ରତିକ୍ରିୟା ଦେଇଛନ୍ତି । ନ୍ୟାୟ ସହ ଅଭିଯୁକ୍ତକୁ ଉଚିତ୍‌ ଦଣ୍ଡ ଦେବାକୁ ଦାବି କରିଛନ୍ତି ସୌରଭ । ସେ କହିଛନ୍ତି 'ମୋ ବାପା ଜଣେ ଭଲ ଲୋକ ଥିଲେ ଓ ସାଧାରଣ ଜନତାଙ୍କ ପାଇଁ କାମ କରୁଥିଲେ । ସ୍ବାଭାବିକ ଭାବେ ଜଣେ ଘରୁ ଯେପରି ଯାଆନ୍ତି, ଘଟଣାଦିନ ବାପା ସେମିତି ଯାଇଥିଲେ । କିନ୍ତୁ ଏଭଳି ଅଘଟଣକୁ ଆମେ ବିଶ୍ବାସ କରିପାରୁନୁ ବୋଲି କହିଛନ୍ତି ପୀତବାସ ପଣ୍ଡାଙ୍କ ପୁଅ ସୌରଭ ।


ସେପଟେ ଏହି ଘଟଣାରେ ସମୟ ଯେତିକି ଗଡୁଛି, ସସ୍ପେନ୍ସ ସେତିକି ବଢ଼ିବାରେ ଲାଗୁଛି । ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣା ଉପରୁ ହଟୁନି ପରଦା । ସମ୍ବେଦନଶୀଳ ମର୍ଡର ମିଷ୍ଟ୍ରି ପଛରେ କ'ଣ ଥାଇପାରେ ମୂଳ କାରଣ ? ଦୋଷୀ କିଏ ? କିଏ ଦେଇଥିଲେ ସୁପାରୀ ? କାହା ପ୍ରରୋଚନାରେ ହୋଇଥିଲା ହତ୍ୟାକାଣ୍ଡ ? ଧଳା ସାର୍ଟ ହେଲମେଟ୍ ପିନ୍ଧି ଆସିଥିବା ଦୁଇ ହତ୍ୟାକାରୀ କିଏ ? ଦେଶୀ ବନ୍ଧୁକରେ ପଏଣ୍ଟ ଜିରୋରୁ କିଏ ମାରିଲା ଗୁଳି ? ହତ୍ୟା ପଛରେ ରାଜନୈତିକ, ବ୍ୟକ୍ତିଗତ ନା ରହିଛି ବୃତ୍ତିଗତ କାରଣ ? କ'ଣ ହୋଇପାରେ ମର୍ଡର ପଛର ମୋଟିଭ୍ ? ହତ୍ୟାକାଣ୍ଡର ମୂଳକୁ କେବେ ପହଞ୍ଚିବ ପୋଲିସ ? ଏମିତି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୧୧ ଯାଏ ପ୍ରବଳ ବର୍ଷାର ସମ୍ଭାବନା


ଅନ୍ୟପକ୍ଷରେ ଦୁର୍ବୃତ୍ତ ଯେଉଁଗାଡ଼ିରେ ଆସି ପୀତବାସଙ୍କୁ ଗୁଳି ମାରିଥିଲା ସେହି ଗାଡ଼ିର ନମ୍ବର ମଧ୍ୟ ନକଲି ଥିବା ଅନୁମାନ କରାଯାଉଛି । ସେପଟେ ଗତକାଲି ଆଇଜି ଏବଂ ବ୍ରହ୍ମପୁର ଏସପି ଦେଇଥିଲେ ବଡ଼ ବୟାନ । ସୁପାରି ଦେଇ ପୀତବାସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହକୁ ଏଡାଇ ଦିଆଯାଇନପାରେ । ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ୬ଟି ଟିମ । ବରିଷ୍ଠ ଅଧିକାରୀ, ଦୁଇ ଜଣ DSPଙ୍କ ସହ ଅଭିଜ୍ଞତା ସମ୍ପର୍ଣ୍ଣ ଅଫିସରଙ୍କୁ ଟିମ୍‌ରେ ନିୟୋଜିତ କରାଯାଇଛି । ବର୍ତ୍ତମାନ ଯାଏଁ ୫୦ରୁ ଅଧିକ CCTV ଯାଞ୍ଚ ହୋଇଛି । ଫୋନ୍ କଲ ମଧ୍ୟ ଯାଞ୍ଚ ହେଉଛି । କିଛି ଲୋକଙ୍କୁ ପଚରାଉଚରା କରାଯାଉଛି। ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି କହିଥିଲେ ବ୍ରହ୍ମପୁର ଏସପି । ଅନ୍ୟପଟେ ସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି ବୋଲି କହିଥିଲେ ଦକ୍ଷିଣାଞ୍ଚଳ ଆଇଜି ।

Sponsored
BJP Leader Pitabash Panda Shot Dead: Son Demands Justice, Police Probe Deepens | Argus News