Videos
|
Odisha

Pitha On Wheels / ରାଜଧାନୀରେ ଆରମ୍ଭ ହେଲା ‘ପିଠା ଅନ ହ୍ଵିଲ୍ସ’ କାର୍ଯ୍ୟକ୍ରମ

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ରାଜଧାନୀରେ ଆରମ୍ଭ ହେଲା ‘ପିଠା ଅନ ହ୍ଵିଲ୍ସ’ କାର୍ଯ୍ୟକ୍ରମ
Pitha On Wheels

Key Points

ବନସ୍ତେ ଡାକିଲା ଗଜ...
ଆସୁଛି ଗଣପର୍ବ ରଜ
‘ପୀଠା ଅନ ହ୍ବିଲ୍ସ’ କାର୍ଯ୍ୟକ୍ରମ ଆରମ୍ଭ
ଆଉ ୩ ଦିନ ପରେ ଓଡ଼ିଶାର ଗଣ ପର୍ବ ରଜ । ଉତ୍ସବ ମୁଖର ହେବ ଗାଁଠୁ ସହର । ଘରେ ଘରେ ଜମିବ ପୋଡ଼ ପିଠାର ଆସର । ରଜ ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି “ପିଠା ଅନ୍ ହ୍ୱିଲ୍ସ” କାର୍ଯ୍ୟକ୍ରମ । ସୁସଜ୍ଜିତ ହୋଇ ଘୁରୁଥିବା ଏହି ବିଶେଷ ଭ୍ୟାନ୍‌ରେ ମିଳିବ ପୋଡ଼ ପିଠା, ମଣ୍ଡା ପିଠା, ଆରିସା ପିଠା ପରି ପାରମ୍ପରିକ ରଜ ପିଠା । ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ସୁଭଦ୍ରା ଶକ୍ତି ବଜାରରୁ ଏହାର ଉଦଘାଟନ କରିଛନ୍ତି ।


ଏଥର ରଜରେ ମହିଳାମାନଙ୍କୁ ଗାଁ ର ଅନୁଭୂତି ଦେବାକୁ ସୁଭଦ୍ରା ଶକ୍ତି ବଜାରରେ ରଜ ମହୋତ୍ସବ ୨୦୨୬ ଆୟୋଜନ କରାଯାଉଛି । ଯେଉଁଠି ପାରମ୍ପରିକ ପିଠାଠୁ ଆରମ୍ଭ କରି, ଦୋଳି ଓ ମେହେନ୍ଦିର ବ୍ୟବସ୍ଥା ବି ହୋଇଛି । ଏହି ଅବସରରେ ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବି ରଜର ଏହି ମାହୋଲରେ ନିଜକୁ ସାମିଲ କରି, ହାତରେ ମେହେନ୍ଦି ଲଗାଇ, ପୋଡ଼ ପିଠା ଖାଇ,ଦୋଳି ଖେଳି ଏହି ଗଣ ପର୍ବକୁ ସ୍ବାଗତ କରିଛନ୍ତି ।


ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ ଏହି ଅଭିନବ ମୋବାଇଲ୍ ଭ୍ୟାନ୍ ସେବା ଓଡ଼ିଶାର ପ୍ରସିଦ୍ଧ ପର୍ବ 'ରଜ ପର୍ବ' ପାଇଁ ଆୟୋଜିତ ହୋଇଛି । ଏହି ଗାଡ଼ିଗୁଡ଼ିକ ସହରର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ନିକଟରେ ପାରମ୍ପରିକ ଓଡ଼ିଆ ପିଠା ପହଞ୍ଚାଇଥାଏ । ପିଠା ଅନ୍ ହ୍ଵିଲ୍ସରେ ମିଳୁଥିବା ସ୍ୱାଦିଷ୍ଟ ପିଠାଗୁଡ଼ିକ ହେଉଛି ପୋଡ଼ ପିଠା, ମଣ୍ଡା ପିଠା, କାକରା ପିଠା, ଆରିସା ପିଠା ଏବଂ ଚକୁଳି ପିଠା । ସାଧାରଣତଃ ରଜ ସମୟରେ ଏହି ମୋବାଇଲ୍ ଭ୍ୟାନ୍ ଗୁଡ଼ିକ ଭୁବନେଶ୍ୱରର ପ୍ରମୁଖ ଛକ ଯଥା ମାଷ୍ଟର କ୍ୟାଣ୍ଟିନ୍ ଛକ, ଖଣ୍ଡଗିରି, ସି.ଆର୍.ପି. ସ୍କୋୟାର, ପାଟିଆ, ଚନ୍ଦ୍ରଶେଖରପୁର ଏବଂ ରୂପାଲୀ ସ୍କୋୟାରରେ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଉପଲବ୍ଧ ହୋଇଥାଏ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ରଜରେ ସାରା ଓଡ଼ିଶାକୁ ଭିଜେଇବ ମୌସୁମୀ, ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

  • ରଜପର୍ବ ସମ୍ପର୍କରେ...
ଓଡ଼ିଶାର ଏକ ପ୍ରମୁଖ ତଥା କୃଷିଭିତ୍ତିକ ପାରମ୍ପରିକ ଗଣପର୍ବ ହେଉଛି ରଜ । ଏହା ମିଥୁନ ମାସର ଆରମ୍ଭ ଅର୍ଥାତ୍ ଜୁନ୍ ମାସ ମଧ୍ୟଭାଗରେ ତିନି କିମ୍ବା ଚାରି ଦିନ ଧରି ଖୁବ୍ ଧୂମଧାମରେ ପାଳିତ ହୁଏ । ଏହି ସମୟରେ ଧରିତ୍ରୀ ମା' ରଜସ୍ୱଳା ହୁଅନ୍ତି ଏବଂ ବର୍ଷାଋତୁର ଆଗମନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପର୍ବ ମାଧ୍ୟମରେ ମହିଳାମାନଙ୍କୁ କଠିନ କାର୍ଯ୍ୟରୁ ବିଶ୍ରାମ ଦିଆଯାଇଥାଏ ଏବଂ ନାରୀଶକ୍ତିକୁ ସମ୍ମାନ ପ୍ରଦର୍ଶନ କରାଯାଏ ।