Videos
|
Odisha

Piyush Tripathi / ସୂର୍ଯ୍ୟ ମନ୍ଦିର–ସିଂହବାହିନୀ ବିବାଦ, କୋର୍ଟରେ ହାଜର ହେବେ ଯାତ୍ରା ଅଭିନେତା ପୀୟୂଷ !

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ସୂର୍ଯ୍ୟ ମନ୍ଦିର–ସିଂହବାହିନୀ ବିବାଦ, କୋର୍ଟରେ ହାଜର ହେବେ ଯାତ୍ରା ଅଭିନେତା ପୀୟୂଷ !
Piyush Tripathi

Key Points

କୋର୍ଟରେ ହାଜର ହେବେ ଯାତ୍ରା ଅଭିନେତା ପୀୟୂଷ
ସୂର୍ଯ୍ୟ ମନ୍ଦିର ନାଟ୍ୟ ଅନୁଷ୍ଠାନ ସହ ଦୁଇ ବର୍ଷିଆ ଚୁକ୍ତି ଖିଲାପ ଅଭିଯୋଗରେ ଥିଲା ମାମଲା
ବ୍ୟକ୍ତି ଗତ ଭାବେ ନା ଓକିଲ ଜରିଆରେ ହେବେ ହଜାର ହୋଇନି ସ୍ପଷ୍ଟ
ଭୁବନେଶ୍ଵର କୋର୍ଟରେ ହାଜର ହେବେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ । ଆଜି ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଏବଂ ଯାତ୍ରାପାର୍ଟି ସିଂହବାହିନୀର ପ୍ରଯୋଜକ ସଞ୍ଜୀବ ପାଢ଼ୀ ଭୁବନେଶ୍ଵର କୋର୍ଟରେ ହଜାର ହେବେ । ସୂର୍ଯ୍ୟ ମନ୍ଦିର ନାଟ୍ୟ ଅନୁଷ୍ଠାନ ସହ ଦୁଇ ବର୍ଷିଆ ଚୁକ୍ତି ଖିଲାପ କରିଥିବା ଅଭିଯୋଗରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ କୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୀୟୂଷ ମଞ୍ଚ ଚଢ଼ି ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୀୟୂଷ ଏବଂ ସଞ୍ଜୀବ ବ୍ୟକ୍ତି ଗତ ଭାବେ କୋର୍ଟର ହଜାର ହେବେ ନା ଓକିଲ ଜରିଆରେ ନିଜର ହାଜର ହେବେ ତାହା ସ୍ପଷ୍ଟ ହୋଇନାହିଁ ।

ଅଧିକ ପଢ଼ନ୍ତୁ: ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର, ଖର୍ଚ୍ଚ ହେବ ୩୬୨୩ କୋଟି


ସୂଚନା ଅନୁସାରେ, ବିଗତ ଦିନରେ ପୀୟୂଷ ତ୍ରିପାଠୀଙ୍କୁ ନେଇ ଯାତ୍ରା ସିଂହ ବାହିନୀ ଓ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟି ମାଲିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । କାହା ପାର୍ଟିରେ ଯାତ୍ରା କରିବେ ପୀୟୂଷ ସେନେଇ ବେଶ୍‌ କିଛି ଦିନ ବିବାଦ ହୋଇଥିଲା । ଏମିତିକି ତାଙ୍କୁ ବ୍ୟାନ୍‌ କରିବା ପର୍ଯ୍ୟନ୍ତ କଥା ଯାଇଥିଲା । ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା । ମାତ୍ର ଚୁକ୍ତି ସରି ନ ଥିଲା ବେଳେ ପୀୟୂଷ ସିଂହବାହିନୀ ଆସିବାକୁ ଚାହୁଁଥିଲେ । ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ । ବିଶ୍ରାମ ନ ନେଇ ଗତ ଜାନୁଆରୀ ୫ ତାରିଖରେ ସେ ଯାତ୍ରା ସିଂହବାହିନୀ ପାର୍ଟିରେ ତୁ ମୋ ବଜରଙ୍ଗୀ ନାଟକରେ ମଞ୍ଚକୁ ଚଢ଼ିଥିଲେ । ପୁଣି ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ । ଏବେ କୋର୍ଟ ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ଯାତ୍ରା ମଞ୍ଚ ଚଢ଼ିପାରିବେନି ବୋଲି କହିଛନ୍ତି ।

ସେପଟେ କୋର୍ଟ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଥିଲେ ପୀୟୂଷ । ସେ କହିଥିଲେ, "ଭଲ ମାନସିକତା ନେଇ ମୁଁ ଯାତ୍ରା ମଞ୍ଚକୁ ଆସିଥିଲି । ଏବେ ଯେଁଉ ପ୍ରସଙ୍ଗ ଉଠିଛି, ମୋ ଜାଣତରେ ସେଭଳି କିଛି ମୁଁ ଭୁଲ୍ କରିନି । ଯାହା ପାଇଁ ମଞ୍ଚଠାରୁ ଦୂରେଇ ରହିବାକୁ ପଡ଼ିବ । ସମୟକୁ ଅପେକ୍ଷା, ସତ ନିହାତି ସାମ୍ନାକୁ ଆସିବ । ନ୍ୟାୟ ପାଇଁ ଲଢ଼ିବି, ସମସ୍ୟାର ସମାଧାନ ସୁରୁଖୁରୁରେ ସମସ୍ତଙ୍କ ଆଶୀର୍ବାଦରେ ହୋଇଯାଉ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Jatra Actor Piyush Tripathy to Appear in Bhubaneswar Court Today | Argus News