Big Boost for Odisha / ରାଜ୍ୟରେ ନିର୍ମାଣ ହେବ ୮୨୭ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ
·4 months ago·2 min read

Key Points
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଓଡ଼ିଶାରେ ୮୨୭ଟି ସଡ଼କ ନିର୍ମାଣ ହେବ । ଏଥିପାଇଁ ପ୍ରାୟ ୧୬୯୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କେବଳ ରାୟଗଡ଼ା ଜିଲ୍ଲାରେ ୨୭୪ଟି ସଡ଼କ ନିର୍ମାଣ ହେବ ।
ରାୟଗଡ଼ା: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ ରାଜ୍ୟରେ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନଙ୍କ ଉପସ୍ଥିତି ରେ ଏହି ଯୋଜନାର ଆରମ୍ଭ କରାଯାଇଛି ।
ଏହି ଯୋଜନାରେ ଓଡ଼ିଶାରେ ୮୨୭ଟି ସଡ଼କ ନିର୍ମାଣ ହେବ । ଏଥିପାଇଁ ପ୍ରାୟ ୧୬୯୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କେବଳ ରାୟଗଡ଼ା ଜିଲ୍ଲାରେ ୨୭୪ଟି ସଡ଼କ ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଏହାଦ୍ଵାରା ଗ୍ରାମାଞ୍ଚଳରେ ଶିକ୍ଷା, ସ୍ଵାସ୍ଥ୍ୟ ଆଦିର ବିକାଶ ହେବ ।
ଏଥିସହ ପଢ଼ନ୍ତୁ: ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରୀ; ପିଛିଲା ଭାବେ ଏପ୍ରିଲ୍ ୧ରୁ ଲାଗୁ
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ହେବ ଗାଁର ବିକାଶ । ରାୟଗଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୪ର ସ୍ବୀକୃତି ପତ୍ର ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ମୋଟ ୮୨୭ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କରାଯିବ । ଏଥିପାଇଁ ୧୬୯୮ କୋଟି ୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ସଡ଼କର ଦୈର୍ଘ୍ୟ ୧୭୦୧.୮୬ କିଲୋମିଟର ରହିଥିବା ବେଳେ ଜିଲ୍ଲାର ପ୍ରାୟ ୮୯୮ ଜନବସତି ଉପକୃତ ହୋଇ ପାରିବେ ।
ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ପାଇଁ କେନ୍ଦ୍ର ସରକାର ସ୍ଵତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ୨୭୪ଟି ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ୫୬୨ କୋଟି ୧୦ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର ।
ସେହିପରି କେବିକେ ଅଞ୍ଚଳର କୋରାପୁଟରେ ୨୩ଟି, ମାଲକାନଗିରିରେ ୧୬୮, ନବରଙ୍ଗପୁର ଜିଲ୍ଲାରେ ୧୩୮, କନ୍ଧମାଳ ପାଇଁ ୧୫୩, ସମ୍ବଲପୁର ଜିଲ୍ଲାର ୧୯, କେନ୍ଦୁଝରର ୪୬ ଓ ଖୋର୍ଦ୍ଧା ଜିଲ୍ଲାର ୭ଟି ଗ୍ରାମକୁ ପିଏମଜିଏସୱାଇ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏଥିସହ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା; ପ୍ରଥମ ଥର ପାଇଁ ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍
ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରାଜ୍ୟ ପାଇଁ ୬୩୦ କୋଟି ଏବଂ ଜଳ ଛାୟାର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୩୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।
କେନ୍ଦ୍ର କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ କହିଛନ୍ତି, "ରାଜ୍ୟର ସମସ୍ତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଆବାସ ଗୃହ ଯୋଗାଇ ଦିଆଯିବ । ରାଜ୍ୟର କୃଷକଙ୍କ ପାଇଁ କେନ୍ଦ୍ର ସରକାର ସ୍ଵତନ୍ତ୍ର ଧ୍ୟାନ ଦେବେ । ଓଡ଼ିଶାର ଜମି ସର୍ଭେ କରାଯିବ । ଏଥିପାଇଁ କେନ୍ଦ୍ରରୁ ଏକ ବିଶେଷଜ୍ଞ ଦଳ ଓଡ଼ିଶା ଆସିବେ ।"

Related Topics
Explore more stories