Videos
|
Odisha

ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା

Jitendra Dash
Browse all articles by Jitendra Dash
·2 years ago·1 min read
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା

ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିଛନ୍ତି । ପୁରା ନିର୍ବାଚନ ପରିଚାଳନାର ସମୀକ୍ଷା କରିଛନ୍ତି । କିଏ କେଉଁ ଦାୟିତ୍ୱରେ ଅଛି କାର୍ଯ୍ୟକ୍ରମ କେମିତି ଚାଲିଛି ପ୍ରତିଟି ନେତାଙ୍କ ସହ କଥା ହୋଇଛନ୍ତି । ୱାର ରୁମ, ପ୍ରଚାର, ବୁଥ ମ୍ୟାନେଜମେଣ୍ଟ ସବୁର ମଧ୍ୟ ସମୀକ୍ଷା କରିଛନ୍ତି । 

ସବୁଠୁ ବଡ କଥା ହେଲା ଟିକେଟ ନ ନେଇ ସଂଗଠନ ପାଇଁ କାମ କରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ଭୁରି ଭୁରି ପ୍ରଶଂଶା କରିଛନ୍ତି କଲେ । ତାଙ୍କ ପରିଶ୍ରମ ପାଇଁ ଧନ୍ୟବାଦ ଦେଇ ଜୋସ୍ ବଢ଼ାଇଲେ । ଏମିତିକି କିଏ କେତେ କାମ କରୁଛନ୍ତି, କେତେବେଳେ ଖାଉଛନ୍ତି, କାର୍ଯ୍ୟକର୍ତ୍ତାଙ୍କର ପ୍ରତିଟି କଥା ପଚାରି ବୁଝିଥିଲେ । ୧୯୮୬ ସଂଗଠନ ମନ୍ତ୍ରୀ ବେଳେ ପାର୍ଟି ଅଫିସ ଆସିଥିଲେ । ସେ କଥା ମନେ ପକାଇ ଭାବ ବିହ୍ଵଳ ହେଲେ । ସେତେବେଳେ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ମନେ ପକାଇଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଏହି ବୈଠକରେ ମୁଖ୍ୟତଃ ରାଜ୍ୟ ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ସଭାପତି ସମୀର ମହାନ୍ତି, ଉପ ସଭାପତି ଗୋଲକ ମହାପାତ୍ର ଏବଂ ନିର୍ବାଚନର ବିଭିନ୍ନ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତା ଉପସ୍ଥିତ ଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

PM Modi Arrives In Odisha's Bhubaneswar & Heads Towards BJP Party Office For Meeting | Argus News