ବଲାଙ୍ଗିର ସମାବେଶରେ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ଜୋରଦାର ପ୍ରହାର

ଅର୍ଗସ ବ୍ୟୁରୋ : ବଲାଙ୍ଗିର ବିଜୟ ସଂକଳ୍ପ ସମାବେଶରେ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସିଧାସିଧା ନିଶାନା । କହିଲେ ଏତେ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ବି ତୃଣମୂଳ ସ୍ତରର ଲୋକଙ୍କଠୁ କଟିଯାଇଛନ୍ତି ନବୀନ । ତେଣୁ ବାଜାବଜାଇ ବିଦା କରିବାକୁ କଣ୍ଟାବାଞ୍ଜି ଲୋକଙ୍କୁ ଆହ୍ବାନ ଦେଇଛନ୍ତି ମୋଦି । ଯଦି ଦୈବାତ କଣ୍ଟାବାଞ୍ଜିକୁ ପ୍ରଚାର ପାଇଁ ଆସନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ କାଗଜ ନଧରି ୧୦ଟା ଗାଁର ନାଁ କହିବାଲାଗି ପଚାରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି ବଲାଙ୍ଗିର ଜନତାଙ୍କୁ କହିଛନ୍ତି ଆପଣ ୨୫ ବର୍ଷ ବିଜେଡିକୁ ଶାସନ ଦେଲେ । ବିଜେଡି ନେତାଙ୍କ ପାଖରେ ବଙ୍ଗଳା ଗାଡ଼ି ହେଲା । କିନ୍ତୁ ଏଠାକାର ଯୁବକ ଦାଦନ ପାଇଁ ପଳାୟନ କରିବାକୁ ବାଧ୍ୟ ହେଲେ ତେଣୁ ଏହି ପଳାୟନର ପରମ୍ପରା ସମାପ୍ତ କରବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଓଡ଼ିଆ ଅସ୍ମିତାକୁ ବନ୍ଧାପଡ଼ିବାକୁ ଦେଇପାରିବାନି । ୨୫ ବର୍ଷର ସରକାରକୁ ପଚାରିନ ଆମେ କେବେ ପ୍ରଶ୍ନ ପଚାରି ନାହାନ୍ତି ସେଥିପାଇଁ ଓଡ଼ିଶାର ଏପରି ଅବସ୍ଥା । ତେଣୁ ମତଦାନ ଦିନ ପ୍ରଥମେ ମତଦାନ ତାପରେ ଜଳପାନ ପାଇଁ ସଂକଳ୍ପ ନେବାକୁ ବିଜେପି କର୍ମୀ ଓ ନେତାଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।