Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶା ଆସିବେ PM ମୋଦି ! ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବରେ ହୋଇପାରନ୍ତି ସାମିଲ

Odisha

PM Modi Odisha Visit / ଓଡ଼ିଶା ଆସିବେ PM ମୋଦି ! ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବରେ ହୋଇପାରନ୍ତି ସାମିଲ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ଓଡ଼ିଶା ଆସିବେ PM ମୋଦି ! ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବରେ ହୋଇପାରନ୍ତି ସାମିଲ
Narendra Modi

Key Points

ରାଜ୍ୟରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତିକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ
ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
ସ୍ବତନ୍ତ୍ର ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି କହିଲେ
ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇପାରନ୍ତି PM ମୋଦି । ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିବୁ । ସେ ସମୟ ସ୍ଥିର କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ସୂଚନା ଅନୁସାରେ ଜୁନ୍‌ ୧୨ରୁ ୧୦ ଦିନ ଧରି ପାଳନ ହେବ ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଉତ୍ସବ । ନିରାଡମ୍ବର ଭାବେ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି ।


ଅଧିକ ପଢ଼ନ୍ତୁ: ଜୁଲାଇ ପହିଲାରୁ ଓଡ଼ିଶାରେ SIR; ଘର ଘର ବୁଲିବେ ବୁଥ୍ ଲେଭଲ୍ ଅଫିସର୍


ସେହିପରି ସେ ଆହୁରି କହିଛନ୍ତି, ଜୁନ ୧ ରୁ ସମସ୍ତ ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ । ଏହା ପରେ ସାମ୍ବାଦିକ ସମ୍ମିଳନୀ କରି ରିପୋର୍ଟ କାର୍ଡ ସମ୍ପର୍କରେ ମନ୍ତ୍ରୀ ଆଉ ସଚିବ ସୂଚନା ଦେବେ । ସମସ୍ତ ମନ୍ତ୍ରୀମାନଙ୍କୁ ରିପୋର୍ଟ କାର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି । ଗୁରୁବାର ଦୁଇ ବର୍ଷ ପୂର୍ତ୍ତି ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ବୈଠକ କରିଥିଲେ । ଏହି ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଉପସ୍ଥିତ ରହିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi Likely to Visit Odisha for State Government’s 2nd Anniversary Celebration | Argus News