Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜୁଲାଇ ପହିଲାରୁ ଓଡ଼ିଶାରେ SIR; ଘର ଘର ବୁଲିବେ ବୁଥ୍ ଲେଭଲ୍ ଅଫିସର୍

Politics

Odisha SIR / ଜୁଲାଇ ପହିଲାରୁ ଓଡ଼ିଶାରେ SIR; ଘର ଘର ବୁଲିବେ ବୁଥ୍ ଲେଭଲ୍ ଅଫିସର୍

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଜୁଲାଇ ପହିଲାରୁ ଓଡ଼ିଶାରେ SIR; ଘର ଘର ବୁଲିବେ ବୁଥ୍ ଲେଭଲ୍ ଅଫିସର୍
Odisha SIR

Key Points

ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସଠିକ୍ କରିବା ଲକ୍ଷ୍ୟ
ଜୁଲାଇ ପହିଲାରୁ ଓଡ଼ିଶାରେ SIR
ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳରେ SIR ଆରମ୍ଭ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ । ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଏହି ବଡ଼ ପଦକ୍ଷେପ ନେଇଛନ୍ତି । ଦେଶର ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ-SIR କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାରୁ ମୃତ, ସ୍ଥାନାନ୍ତରିତ ଏବଂ ନକଲି ଭୋଟରଙ୍କ ନାମ ବାଦ୍ ଦେବା ସହ ଯୋଗ୍ୟ ନୂତନ ଭୋଟରଙ୍କୁ ସାମିଲ କରିବା ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏପ୍ରିଲ ୧ ତାରିଖରୁ ରାଜ୍ୟରେ ଏହି ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିପାଇଁ ବୁଥ୍ ସ୍ତରୀୟ ଅଧିକାରୀ-BLO ମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି । ବିଶେଷ କରି ୨୦୦୨ ମସିହାର ଭୋଟର ତାଲିକା ସହ ବର୍ତ୍ତମାନର ତାଲିକାକୁ ମେଳ କରାଯାଇ ତ୍ରୁଟିଶୂନ୍ୟ ତାଲିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି । ୩୬ କୋଟିରୁ ଊର୍ଦ୍ଧ୍ଵ ଭୋଟରଙ୍କ ଘରକୁ ଘର ବୁଲିବେ ବୁଥ୍ ସ୍ତରୀୟ ଅଧିକାରୀ ।



ତେବେ ୫ ଜୁଲାଇରେ ଡ୍ରାଫ୍ଟ ଇଲେକ୍ଟୋରାଲ ରୋଲ୍ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । କୌଣସି ଆପତ୍ତି ଅଭିଯୋଗ ଥିଲେ ଅଗଷ୍ଟ ୪ ତାରିଖ ସୁଦ୍ଧା ଆବେଦନ କରିପାରିବେ ଭୋଟର । ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରି ତ୍ରୁଟି ସଂଶୋଧନ କରାଯିବ । ଏବଂ ୬ ସେପ୍ଟେମ୍ବର ସୁଦ୍ଧା ଚୂଡା଼ନ୍ତ ତାଲିକା ପ୍ରକାଶ କରାଯିବ ।

ପଢନ୍ତୁ ଏହି ଖବର: ଯାଞ୍ଚ ବେଳେ ୧୧ଟି ଡକ୍ୟୁମେଣ୍ଟ ନଥିଲେ କଟିବ ନାଁ !

  • SIR କଣ ଏବଂ ଏହାର ଲକ୍ଷ୍ୟ ?
ସ୍ୱତନ୍ତ୍ର ସଂଶୋଧନର ମୂଳ ଲକ୍ଷ୍ୟ ହେଉଛି ଯୋଗ୍ୟ ନୂଆ ଭୋଟରଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରିବା ଏବଂ ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦେବା । ଏହି ପ୍ରକ୍ରିୟାରେ ମୃତ ବା ସ୍ଥାନାନ୍ତରିତ ହୋଇଥିବା ଅଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ହଟାଯିବ । ଭୋଟର କାର୍ଡରେ ଥିବା ଯେକୌଣସି ଭୁଲ୍ ତଥ୍ୟକୁ ମଧ୍ୟ ସଠିକ୍ କରାଯିବ । ଆଗାମୀ ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ । ଏହି ପ୍ରକ୍ରିୟା ଦ୍ୱାରା ପ୍ରକୃତ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Special Intensive Revision (SIR) To Begin In Odisha From July 1 | Argus News