Videos
|
Odisha

ରେଳ ବଜେଟ୍‌ରେ ପୁଣି ଓଡିଶାକୁ ପ୍ରାଧାନ୍ୟ ଦେଲେ ମୋଦି ସରକାର

Jitendra Dash
Browse all articles by Jitendra Dash
·2 years ago·1 min read
ରେଳ ବଜେଟ୍‌ରେ ପୁଣି ଓଡିଶାକୁ ପ୍ରାଧାନ୍ୟ ଦେଲେ ମୋଦି ସରକାର

ଅର୍ଗସ ବ୍ୟୁରୋ : ଗତବର୍ଷ ମାନଙ୍କ ଭଳି ମୋଦି ସରକାର ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ପ୍ରାଧାନ୍ୟ ଦେଇଛନ୍ତି । ଦୃତଗତିରେ ଓଡ଼ିଶାର ରେଳ ବିକାଶ ଆଗେଇ ଚାଲିଥିବାବେଳେ ଚଳିତ ବଜେଟ୍‌ରେ ରେଳ ବିକାଶ କ୍ଷେତ୍ରରେ ଓଡ଼ିଶାରୁ ପର୍ଯ୍ୟାପ୍ତ ଅନୁଦାନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।

ଗତ ୯ବର୍ଷ ଭିତରେ ରାଜ୍ୟରେ ରେଳ ବିଭାଗର ଦୃତ ପରିବର୍ତନ ଘଟିଥିବାବେଳେ ଚଳିତ ଅନ୍ତରୀଣ ବଜେଟ୍‌ରେ ଓଡ଼ିଶାର ରେଳ ଭିତିଭୂମି, ସୁରକ୍ଷା, ଯାତ୍ରୀ ସୁବିଧାକୁ ଦୃଷ୍ଟିରେ ରଖି ୧୦ହଜାର ୫୩୬କୋଟି ଟଙ୍କା ବଜେଟ୍‌ରେ ଓଡିଶା ପାଇଁ ଅର୍ଥ ଆବଟଂନ କରାଯାଇଛି । ଉପା ସରକାରରେ ଓଡିଶାକୁ ହାରାହାରି ୮୩୮କୋଟି ଟଙ୍କା ମିଳିଥିଲାବେଳେ ଗତ ୩ବର୍ଷ ହେଲାଣି ବାର୍ଷିକ ହାରାହାରି ୧୦ହଜାର କୋଟିରୁ ଊର୍ଦ୍ଧ୍ୱ ଅନୁଦାନ ଆସିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏତଦ୍‌ବ୍ୟତୀତ ଓଡ଼ିଶାରେ ନିର୍ମାଣାଧୀନ ରେଳପଥ ଏବଂ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ଦୃତଗତିରେ ବଢ଼ି ଚାଲିଛି । କଟକ, ଭୁବନେଶ୍ୱର, ପୁରୀ  ଓ ରାଉରକେଲା, ସମ୍ବଲପୁର, ଝାରସୁଗୁଡା ମଧ୍ୟରେ ‘ବନ୍ଦେ ମେଟ୍ରୋ ଟ୍ରେନ’ ଚଳାଚଳ କରିବାର ଯୋଜନା  କେନ୍ଦ୍ର ସରକାରଙ୍କ ଆଉ ଏକ ବଡ ପଦକ୍ଷେପ ବୋଲି ଶ୍ରୀ ସାମଲ କହିଛନ୍ତି ।   
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi to inaugurate rail projects in Odisha | Argus News