Videos
|
Odisha

ମୋଦିଙ୍କ କାମକୁ ନେଇ ପ୍ରଶଂସା କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Jitendra Dash
Browse all articles by Jitendra Dash
·2 years ago·2 min read
ମୋଦିଙ୍କ କାମକୁ ନେଇ ପ୍ରଶଂସା କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଲେଙ୍ଗାନରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଚଣ୍ଡିଖୋଲରେ ପହଞ୍ଚିଛନ୍ତି । ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିମଧ୍ୟରେ ରହିଛି ତୈଳ ଓ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ ।

ଆଜି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଂଶସା କରିଛନ୍ତି । କହିଛନ୍ତି, ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି ଏହା ବହୁତ ଖୁସିର କଥା ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ଏବେ ୫ମ ବୃହତ୍ତ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି । ଖୁବଶୀଘ୍ର ଭାରତ ତୃତୀୟ ବୃହତ ଅର୍ଥନୀତି ଭାବେ ଉଭା ହେବ । ଏବେ ଓଡ଼ିଶା ପୂର୍ବ ଭାରତର ଉତ୍ପାଦନର ହବ୍ ହେବାକୁ ଯାଉଛି । ଆଗକୁ ଓଡ଼ିଶା ପାଇଁ ଅନେକ କାମ କରିବାକୁ ଅଛି । ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରୁଛି ବୋଲି କହିଛନ୍ତି ନବୀନ । ସରକାରୀ କାର୍ଯ୍ୟକ୍ରମ ପରେ ସାଧାରଣ ସଭାକ ଉଦବୋଧନ କରିଛନ୍ତି ମୋଦି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯେଉଁ ସଭାରେ ବିଜେପି ବିଧାୟକ, ସାଂସଦ ଓ ନେତା ମାନେ ଉପସ୍ଥିତ ରହିଥିଲେ । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ଗସ୍ତ ଓ ସାଧାରଣ ସଭାକୁ ନେଇ ରାଜ୍ୟ ବିଜେପି ବେଶ ଉତ୍ସାହିତ ଅଛି । ସେପଟେ ମୋଦିଙ୍କ ଗସ୍ତ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି ।  ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଚଣ୍ଡୀଖୋଲ ଯାଏଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi unveils development initiatives worth ₹19,600 cr in Odisha | Argus News