Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଷ୍ଟ୍ରପତିଙ୍କ ଗାଁରେ ପ୍ରଧାନମନ୍ତ୍ରୀ, ମହାମହିମ ସାଜିଲେ ଗାଇଡ୍...ମୋଦି ବୁଲିଲେ ପାହାଡ଼ପୁର

Odisha

President Droupadi Murmu / ରାଷ୍ଟ୍ରପତିଙ୍କ ଗାଁରେ ପ୍ରଧାନମନ୍ତ୍ରୀ, ମହାମହିମ ସାଜିଲେ ଗାଇଡ୍...ମୋଦି ବୁଲିଲେ ପାହାଡ଼ପୁର

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ରାଷ୍ଟ୍ରପତିଙ୍କ ଗାଁରେ ପ୍ରଧାନମନ୍ତ୍ରୀ, ମହାମହିମ ସାଜିଲେ ଗାଇଡ୍...ମୋଦି ବୁଲିଲେ ପାହାଡ଼ପୁର
President Of India

Key Points

ରାଷ୍ଟ୍ରପତିଙ୍କ ଗାଁରେ ପ୍ରଧାନମନ୍ତ୍ରୀ
ପାହାଡ଼ପୁର ରଚିଲା ନୂଆ ଇତିହାସ
ପାହାଡ଼ପୁରରୁ ପିଏମ ଦେଲେ ବିକଶିତ ଭାରତର ବାର୍ତ୍ତା
ପାହାଡ଼ପୁର ଗାଁ ଇତିହାସରେ ଯୋଡ଼ି ହେଲା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ମୟୂରଭଞ୍ଜର ଛୋଟ ଆଦିବାସୀ ଗାଁ ପାହାଡ଼ପୁରରେ ପ୍ରଥମ ଥର ପାଇଁ ଏକାଠି ହେଲେ ଦେଶର ଦୁଇ ଶୀର୍ଷ ନେତୃତ୍ବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଗାଁରେ ପାଖାପାଖି ଦେଢ଼ରୁ ଦୁଇ ଘଣ୍ଟାର ସମୟ ବିତାଇଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁଠାରୁ ବାହାରି ଜଣେ ଆଦିବାସୀ ଝିଅ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚିଥିଲେ, ସେହି ମାଟିକୁ ଅତି ନିକଟରୁ ଦେଖିଥିଲେ ପିଏମ ମୋଦି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଖରେ ପାଇ ଉଠୁଥିଲା ପଡ଼ୁଥିଲା ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର । ଅବସର ଥିଲା ମହାମହିମଙ୍କ ୬୮ ତମ ଜନ୍ମଦିନ । ପିଏମ ମୋଦିଙ୍କ ସ୍ୱାଗତ ପାଇଁ ନବବଧୂ ଭଳି ସଜେଇ ହୋଇଥିଲା ପୂରା ପାହାଡ଼ପୁର । ସନ୍ତାଳୀ ସଂସ୍କୃତି ଓ ପରମ୍ପରା ଅନୁସାରେ ଗାଁର ପ୍ରତିଟି ମାଟି ଘର କାନ୍ଥରେ ଅତି ସୁନ୍ଦର ଭାବେ ସ୍ଥାନ ପାଇଥିଲା ସୋହରାଇ ଚିତ୍ରକଳା । ଫୁଲରେ ସଜେଇ ହୋଇଥିଲା ଗାଁ ରାସ୍ତାର ଦୁଇ ପାର୍ଶ୍ବ । ଜଙ୍ଗଲ, ପାହାଡ଼ ଭିତରେ ସୀମିତ ଥିବା ଏହି ଗାଁର ପରମ୍ପରା ଆଜି ଦେଶର ସର୍ବୋଚ୍ଚ ନେତୃତ୍ୱଙ୍କ ଉପସ୍ଥିତିରେ ପାଇଛି ନୂଆ ପରିଚୟ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ସମ୍ମିଳିତ ଥିଲା ଭାବନା, ଐତିହ୍ୟ, ରାଜନୀତି, ବିକାଶ ଓ ସଂସ୍କୃତିର ସମନ୍ୱୟ ।

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଗାଁ ବୁଲିଲେ ପ୍ରଧାନମନ୍ତ୍ରୀ,ଗୋଷାଣୀ ପୀଠରେ ଆଦିବାସୀ ପରମ୍ପରାରେ କଲେ ପୂଜାର୍ଚ୍ଚନା


ନିଜ ଗାଁରେ ଗାଇଡ୍ ସାଜିଥିଲେ ମହାମହିମ । ପିଏମ ମୋଦିଙ୍କୁ ବୁଲିବୁଲି ଦେଖାଇଲେ ପାହାଡ଼ପୁରର ଗଳିକନ୍ଦି । ଆଦିବାସୀ ସଂପ୍ରଦାୟର ପବିତ୍ର ପୀଠ 'ସାନ୍ତାଳୀ ଜାହେରଗାଡ଼' ଏବଂ 'ହୋ ଜାହେରଗାଡ଼'ରେ କରିଥିଲେ ପୂଜାର୍ଚ୍ଚନା । ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ଥାପିତ ଏସଏଲଏସ ସ୍ମାରକୀ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ ପିଏମ ମୋଦି । ପିଲାଙ୍କ ଗହଣରେ ଜଣେ ପ୍ରଧାନମନ୍ତ୍ରୀ ନୁହେଁ, ବରଂ ସେ ଜଣେ ଅଭିଭାବକ ଭଳି ନଜର ଆସିଥିଲେ । କାହାକୁ ଚକୋଲେଟ୍ ଦେଲେ, କାହା ସହ ହସି ହସି କଥା ହେଲେ, ଆଉ କାହାର ସ୍ୱପ୍ନ ବାବଦରେ ପଚାରିଲେ । ସେହି କିଛି ମିନିଟ୍‌ ଅନେକ ପିଲାଙ୍କ ପାଇଁ ହୋଇଯାଇଛି ସାରା ଜୀବନର ସ୍ମୃତି । କେବଳ ସ୍କୁଲ ପିଲା ନୁହେଁ, ସ୍ଥାନୀୟ ଦେହୁରୀ, ମହିଳା, କଳାକାର ଏବଂ ଦକ୍ଷତା ବିକାଶ ପ୍ରଦର୍ଶନୀରେ ଭାଗ ନେଇଥିବା ବ୍ୟକ୍ତିଙ୍କ ସହ ବି ଆତ୍ମୀୟତାର ସହ ଆଲୋଚନା କରିଥିଲେ ପିଏମ ମୋଦି ।
ଦୁଇ ଶୀର୍ଷ ନେତୃତ୍ବଙ୍କ କିଛି ଘଣ୍ଟାର ଉପସ୍ଥିତି ପାହାଡ଼ପୁର ଏବଂ ମୟୂରଭଞ୍ଜ ପାଇଁ ଥିଲା ଏକ ଐତିହାସିକ ମୁହୂର୍ତ୍ତ। ଏହି ଗସ୍ତ ପରେ ପାହାଡ଼ପୁର କେବଳ ରାଷ୍ଟ୍ରପତିଙ୍କ ଜନ୍ମଭୂମି ଭାବରେ ନୁହେଁ, ବରଂ ଆଦିବାସୀ ଗୌରବ, ପର୍ଯ୍ୟଟନ ଓ ବିକାଶର ଏକ ନୂଆ ପରିଚୟ ଭାବେ ଉଭା ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored