ଦୀପାବଳୀ ପୂର୍ବରୁ ବେଆଇନ ବାଣ ଉପରେ ପୋଲିସର ଚଢ଼ାଉ
·1 year ago·1 min read

କଟକ : ଦୀପାବଳୀ ପୂର୍ବରୁ ବେଆଇନ ବାଣ ଉପରେ ପୋଲିସର ଚଢ଼ାଉ। ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ। ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ଆଦର୍ଶ ଥାନା ବୋଦାମୁଣ୍ଡାଇ ଗ୍ରାମରୁ। କୌଣସି ସୂତ୍ରରୁ ଖବରପାଇ ସାଲେପୁର ଆଦର୍ଶ ଥାନା ପୋଲିସ ବୋଦାମୁଣ୍ଡାଇ ଗ୍ରାମର ଗଙ୍ଗାଧର ବେହେରା ଘର ଉପରେ ଚଡାଉକରି ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଛି।।
ଅଧିକ ପଢନ୍ତୁ ଓଡିଶା ଖବର
ବିନା ଲାଇସେନ୍ସରେ ସେ ସବୁ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ତାଳଫଟକ, ଗଡମା, ସୁତୁଲି ଗଡମା, ଓ ବାଣ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ବିସ୍ଫୋରକ ସାମଗ୍ରୀକୁ ଜବତ କରିବା ସହ ସମ୍ପୃକ୍ତ ବାଣ କାରିଗର ଗଙ୍ଗାଧର ବେହେରାଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ନେଇ ସାଲେପୁର ଥାନା ଆଦର୍ଶ ଆଇଆଇସି ମନୋଜ ସ୍ୱାଇଁ ସୂଚନା ଦେଇଛନ୍ତି। ଜବତ ବାଣର ମୂଲ୍ୟ ଲକ୍ଷ୍ୟ ଧିକ ଟଙ୍କା ହେବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: