Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କାମାକ୍ଷାନଗରର କୁଖ୍ୟାତ ଅପରାଧୀକୁ ପୋଲିସର ଏନକାଉଣ୍ଟର

Odisha

କାମାକ୍ଷାନଗରର କୁଖ୍ୟାତ ଅପରାଧୀକୁ ପୋଲିସର ଏନକାଉଣ୍ଟର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
କାମାକ୍ଷାନଗରର କୁଖ୍ୟାତ ଅପରାଧୀକୁ ପୋଲିସର ଏନକାଉଣ୍ଟର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆକୁ ପୋଲିସର ଏନକାଉଣ୍ଟର।ଢେଙ୍କାନାଳ କାମାକ୍ଷାନଗର ଖୁଣ୍ଟାପଶି ଗାଁ ନିକଟସ୍ଥ ଜଙ୍ଗଲରେ ହୋଇଛି ଏନକାଉଣ୍ଟର। ଏନ କାଉଣ୍ଟରରେ ଆହତ ହୋଇଛି କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆ।ସୁବାଷର ଡାହାଣ ଗୋଡ ଆଣ୍ଠୁ ତଳକୁ  ବାଜିଛି ଗୁଳି।ସୁବାଷ ନାଁରେ ପୂର୍ବରୁ ୧୮ଟିରୁ ଅଧିକ ଅପରାଧୀକ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।ସେଥିରୁ ଦୁଇଟି ହତ୍ୟା ମାମଲା ସହ କିଛି ଚୋରି ଡକାୟତି ରାହାଜାନୀ ଭଳି ଅନ୍ୟ ମାମଲା ରହିଛି। କାମାକ୍ଷାନଗର ଅଞ୍ଚଳରେ କିଙ୍ଗ ଅଫ ଫରେଷ୍ଟ ନାଁରେ ଏକ ଟିମ ଗଢିଥିଲା ସୁବାଷ ଓ ତାର କିଛି ସହଯୋଗୀ।

ଅଧିକ ପଢନ୍ତୁ ଓଡିଶା ଖବର

ଭୋର ସମୟରେ ଖୁଣ୍ଟାପଶି ଜଙ୍ଗଲ ନିକଟରେ ସୁବାଷକୁ ଧରିବାକୁ ଯିବାବେଳେ ପୋଲିସ ଉପରକୁ ପାଲଟା ଗୁଳି ଚଳାଇଥିଲା କୁଖ୍ୟାତ ଅପରାଧୀ ।ତା' ଠାରୁ ଏକ ବନ୍ଧୁକ ଜବତ କରିଛି କାମାକ୍ଷାନଗର ପୋଲିସ। ଏଥିସହିତ ଗୁରୁତର ଆହତ ସୁବାଷକୁ ପ୍ରଥମେ କାମାକ୍ଷାନଗର ମେଡିକାଲ ଏବଂ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯାହାକୁ ନେଇ ଘଟଣା ସ୍ଥଳରେ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଆରମ୍ଭ କରି ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Police encounter the notorious criminals of Kamakhyanagar | Argus News