Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୮ ଜଣିଆ ଡକାୟତ ଗ୍ୟାଙ୍ଗ ଉପରେ ପୋଲିସର ଚଢ଼ାଉ

Jitendra Dash
Browse all articles by Jitendra Dash
·2 years ago·1 min read
୮ ଜଣିଆ ଡକାୟତ ଗ୍ୟାଙ୍ଗ ଉପରେ ପୋଲିସର ଚଢ଼ାଉ

ଅର୍ଗସ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ ଏକ ୮ ଜଣିଆ ଡକାୟତ ଗ୍ୟାଙ୍ଗ ଉପରେ ଚଢ଼ାଉ କରି ୩ ଜଣ ଡକାୟତକୁ ଗିରଫ କରିଛି । ଏଥିସହିତ ୫ଜଣ ଡକାୟତ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି । ୩ ଗିରଫ ଡକାୟତ ହେଲେ କାମାକ୍ଷାନଗର ଥାନା ଅନନ୍ତପୁର ସାହିର ମିଞ୍ଜ ଇବ୍ରାହିମ ବେଗ ଓରଫ ଫକୀରା, ଗୋଡିସାହିର ବିଶ୍ୱଜିତ ବେହେରା ଓରଫ ବିକି ଏବଂ ଢେଙ୍କାନାଳ ସଦର ଥାନା ଅଞ୍ଚଳର ଅନିଲ କୁମାର ନାୟକ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେମାନଙ୍କ ଠାରୁ ଏକ ମୋଟର ସାଇକେଲ, ଗୋଟେ ଖଣ୍ଡା, ଭୁଜାଲି,ତିନୋଟି ଜୀବନ୍ତ ବୋମା ଓ ଦୁଇ ରାଉଣ୍ଡ ଗୁଳି ସହ ବନ୍ଧୁକ ଜବତ କରିଛି କାମାକ୍ଷାନଗର ପୋଲିସ । କାମାକ୍ଷାନଗର ଥାନା ଆଳତୁମା ଗାଁ ରଜ ମହୋତ୍ସବ ପଡିଆରେ ୮ଜଣିଆ ଡକାୟତ ଗ୍ୟାଙ୍ଗ ଡକାୟତି ପାଇଁ ଯୋଜନା କରୁଥିବା ଖବର ପାଇ କାମାକ୍ଷାନଗର ପୋଲିସ ସେଠାରେ ଚଢ଼ାଉ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୋଲିସକୁ ଦେଖି ଡକାୟତ ଗ୍ୟାଙ୍ଗର ସଦସ୍ୟ ମାନେ ଦୌଡ଼ି ପଳାଇ ଯାଉଥିବା ବେଳେ ପୋଲିସ ୩ ଜଣ ଡକାୟତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଅନ୍ୟ ଡକାୟତ ମାନଙ୍କୁ ଖୁବଶୀଘ୍ର ଧରାଯିବା ନେଇ କାମାକ୍ଷାନଗର ଥାନା ଅଧିକାରୀ ଧିରେନ ବେହେରା ସୂଚନା ଦେଇଛନ୍ତି ।

Sponsored
Police raid on a gang of 8 robbers | Argus News