Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନିର୍ବାଚନୀ ପରିବେଶରେ ଖୁବ ଜମିଲା ରାଜନେତାଙ୍କ ହୋଲି

Odisha

ନିର୍ବାଚନୀ ପରିବେଶରେ ଖୁବ ଜମିଲା ରାଜନେତାଙ୍କ ହୋଲି

Jitendra Dash
Browse all articles by Jitendra Dash
·2 years ago·2 min read
ନିର୍ବାଚନୀ ପରିବେଶରେ ଖୁବ ଜମିଲା ରାଜନେତାଙ୍କ ହୋଲି

ଅର୍ଗସ ବ୍ୟୁରୋ : ଏଥର ହୋଲିରେ ଲାଗିଛି ରାଜନୀତିର ଛିଟା । ରଙ୍ଗର ପର୍ବରେ ଝୁମିଲେ ନେତା । ବାଜା ବାଣ -ମିଠା ପିଠାରେ କମ୍ପିଲା ତିନି ଦଳର କ୍ୟାମ୍ପ । ମୁଣ୍ଡ ଉପରେ ନିର୍ବାଚନ । ହେଲେ ହୋଲିର ଅବସରକୁ ହାତ ଛଡା କରିବା ମୁଡରେ ନ ଥିଲେ ନେତା । ବିଜେପି- ବିଜେଡି- କଂଗ୍ରେସ ତିନି ପ୍ରମୁଖ ଶିବିରରେ ଉଡିଲା ରଙ୍ଗ । ଝୁମିଲେ ନେତା । ବାଜା ବାଣ ସହ  ମିଠା -ପିଠାରେ ଭସିଲା ତିନି  ରାଜନୈତିକ ଦଳର ରାଜ୍ୟ କାର୍ଯ୍ୟାଳୟ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଯେମିତି ଉତ୍ସବର ମାହୋଲ । ସଭାପତି ମନ ମୋହନ ସାମଲଙ୍କ ଏକାକୀ ଲଢ଼ିବା ବୟାନ ପରେ କର୍ମୀ ପୁରା ଉତ୍ସାହିତ । ପରସ୍ପରକୁ ରଙ୍ଗ ବୋଳି ମିଠା ଖୁଆଇ ସେଲିବ୍ରେଶନ କରିଛନ୍ତି । 

ସମ୍ବଲପୁର ବିଜେପି କାର୍ଯ୍ୟଳାୟରେ କର୍ମୀଙ୍କ ଗହଣରେ ହୋଲି ପାଳିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚାନ୍ଦବାଲିରେ ଲୋକଙ୍କ ସହ ରାଜ୍ୟସଭାପତି ହୋଲି ପାଳିଥିବା ବେଳେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀରେ ହୋଲି ମନାଇଥିଲେ । ରାଇରଙ୍ଗପୁରରେ ମୟୁରଭଞ୍ଜ ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ କର୍ମୀଙ୍କ ଗହଣରେ ହୋଲି ପାଳିଥିବା ଧାମନଗରରେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ମନାଇଥିଲେ ରଙ୍ଗର ପର୍ବ ।
 
ଏପଟେ  ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂଗଠନ ସଂପାଦକ ମାନସ ମହାନ୍ତିଙ୍କ ସହ ସାଧାରଣ ସଂପାଦକ ଯତୀନ ମହାନ୍ତି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଲି ମନାଇଥିଲେ । ହୋଲିରେ ଓଡ଼ିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଗେରୁଆ ଲହର ଆସିବ ବୋଲି କହିଛନ୍ତି ବିଜେପି ନେତା ।

ସେହିଭଳି ଶଙ୍ଖ ଭବନରେ ବି ହୋଲିର ଧୁମ । ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଊତ୍ତର ବିଧାୟକ ସୁଶାନ୍ତ ରାଉତ, ଧର୍ମଶାଳା ବିଧାୟକ ପ୍ରଣବ ବଳ ବନ୍ତରାୟ ଓ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ଉପସ୍ଥିତିରେ ବିଜେଡ଼ି କର୍ମୀ ଧୁମ୍ ଧାମରେ ପାଳନ କରିଛନ୍ତି ରଙ୍ଗର ପର୍ବକୁ । ଛାତ୍ର, ଯୁବ ଓ ମହିଳା କର୍ମୀ ଏକାଠି ହୋଇ ନବୀନ ଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନେଇଛନ୍ତି ଶପଥ । ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ନିଜ ବାସଭବନ ରେ ହୋଲି ଉତ୍ସବ ଆୟୋଜନ କରି ସମର୍ଥକଙ୍କୁ ଏକଜୁଟ କରିଛନ୍ତି । କଟକରେ ମେୟର ସୁବାସ ସିଂ ପାଳିଥିଲେ ହୋଲି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

କଂଗ୍ରେସ ଭବନରେ ବି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ବିଧାୟକ ସୁରେଶ ରାଉତରାୟଙ୍କ ଉପସ୍ଥିତିରେ ବାଜା ବଜାଇ ମିଠା ଖୁଆଇ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଜୟପୁରରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କର୍ମୀଙ୍କ ଗହଣରେ ପାଳିଥିଲେ ହୋଲି । ନିର୍ବାଚନକୁ କମ୍ ସମୟ । ତାରି ଭିତରେ ରାଜନୈତିକ ବୟାନ ବାଜି ଜୋର୍ ଧରିଛି । ତା ପୁଣି ହୋଲି ମାଧ୍ୟମରେ । ତେବେ ଭୋଟର୍ କାହା ଉପରେ ସୁନା କଳସ ଢାଳୁଛନ୍ତି ତା ଉପରେ ନଜର ।

Painting
Sponsored
Politician's Holi is happy in the electoral environment | Argus News