ଖାଲି ହେବାକୁ ଯାଉଛି ଓଡିଶାର ୩ଟି ରାଜ୍ୟସଭା ଆସନ

ଅର୍ଗସ ବ୍ୟୁରୋ : ଫେବୁଆରୀ ୨୭ରେ ହେବ ରାଜ୍ୟସଭା ପାଇଁ ନିର୍ବାଚନ । ଅମର ପଟ୍ଟନାୟକ, ଅଶ୍ବୀନି ବୈଷ୍ଣବ ଓ ପ୍ରଶାନ୍ତ ନନ୍ଦଙ୍କ କାର୍ଯ୍ୟକାଳ ସରିବ ଏପ୍ରିଲରେ । ତେବେ ଏହି 3 ଟି ଆସନ ସମେତ ୧୫ ରାଜ୍ୟର ୫୬ ଟି ଆସନ ଲାଗି ହେବ ନିର୍ବାଚନ । ଏଥିପାଇଁ ଫେବ୍ରୁଆରୀ ୮ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ସେହି ଦିନଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ୧୫ ତାରିଖ ପାର୍ଯ୍ୟନ୍ତ ଚାଲିବ । ସଂଖ୍ୟା ଦୃଷ୍ଟିରୁ ଖାଲି ହେବାକୁ ଯାଉଥିବା ତିନୋଟି ଯାକ ଆସନ ବିଜେଡିକୁ ଯିବା ସୁନିଶ୍ଚିନ୍ତ । ତେବେ ତିନୋଟି ଆସନ ଲାଗି କିଏ ଯିବେ ରାଜ୍ୟସଭା କାହାକୁ ବାଛିବେ ବିଜେଡି ସୁପ୍ରିମୋ । କିଏ ହେବ ନବୀନଙ୍କ ଭରସା ଯୋଗ୍ୟ ନେତା । ତାକୁ ନେଇ ପାଓ୍ବାର କରିଡରରେ ଆରମ୍ଭ ହୋଇଗଲାଣି ନାନା କଳ୍ପନା ଜଳ୍ପନା ।
ସେପଟେ ୩ ଆସନକୁ ଆଶାୟୀ ତାଲିକାରେ ଅନେକ ନାଁ । ଯାହାକୁ ହୋଇଛି ସୃଷ୍ଟି ହୋଇଛି ବଡ ସସପେନ୍ସ । ନେତାଙ୍କ ଭିତରେ ଚାଲିଲାଣି ଛକା ପଞ୍ଝା । ଅସନ୍ତୁଷ୍ଟ ଓ ଆମଦାନୀ ନେତା, ନୂଆ ନୂଆ ନେତା ବନିଥିବା ସରକାରୀ ଅଧିକାରୀ, ଶିଳ୍ପଦ୍ୟୋଗୀ ଏବଂ ସିନେ ତାରକା ପାଓ୍ବାର କରିଡରେ ଆରମ୍ଭ କରି ଦେଇଛନ୍ତି ଯୋରଦାର ଲବି । ବିଶେଷ କରି ତିନି ଆସନରୁ ଗୋଟିଏ ମହିଳାଙ୍କୁ ଯିବା ସହ ଅନ୍ୟ ଏକ ଆସନ ମୁଖ୍ୟମନ୍ତ୍ରୀଙ୍କର ଏକାନ୍ତ ଅନୁଗତଙ୍କୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ତୃତୀୟ ଆସନ ଟି ସବୁ ଥର ପରି ସରପ୍ରାଇଜ ହୋଇପାରେ ବୋଲି ବି କହୁଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ସିଟ କମ୍ ଆଶାୟୀ ଅନେକ । ତେବେ ବିଜେଡି ସୁପ୍ରିମୋ ଅସନ୍ତୁଷ୍ଟ ଆଶାୟୀଙ୍କୁ ପ୍ରାର୍ଥୀ କରୁଛନ୍ତି ନା ପୁଣି କେଉଁ ନୂଆ ଚେହେରାକୁ ବାଛୁଛନ୍ତି ତାହା ସମୟ ହିଁ କହିବ । କିନ୍ତୁ ବିଜେଡିର ପୂର୍ବ ଇତିହାସକୁ ଦେଖିଲେ ଚର୍ଚ୍ଚା ଓ ଇତିହାସ ଭିତରେ ବଡ ଫରକ ରହିଥାଏ । ରେସରେ ଥିବା ଅନେକ ନେତାଙ୍କୁ ବି ନିରାଶ ହେବାକୁ ପଡିଛି । ଏମିତି କି କିଛି ଲୋକଙ୍କୁ ରାଜ୍ୟସଭା ସିଟ୍ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି ନବୀନ । ତେଣୁ ଆନୁଗତ୍ୟ, ଦକ୍ଷତା, ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ବାଦ ଦେଇ ସାମ୍ପ୍ରତିକ ସ୍ଥିତିକୁ ନବୀନ ପ୍ରସଙ୍ଗ କରିପାରନ୍ତି ବୋଲି ଚର୍ଚ୍ଚା ଯୋର ଧରିଛି ।