ରାଜ୍ୟରେ ଥମୁନି ଆଳୁ ସଙ୍କଟ, ଖାଲି ପଡୁଛି ଆଳୁ ଗଦି

ଅର୍ଗସ ବ୍ୟୁରୋ : ଆଳୁ ଗଦିରୁ ଆଳୁ ଉଭାନ୍ । ଖାଁ ଖାଁ ଆଇଗିନିଆର ଆଳୁ ଗଦି । ଯେଉଁଠି ବସ୍ତା ବସ୍ତା ଆଳୁ ଗଦା ହୁଏ ଆଜି ସେହି ସ୍ଥାନରେ ମାଛି ମଧ୍ୟ ଉଡୁନାହିଁ। ଏ ଚିତ୍ର ହିଁ ବୟାନ କରୁଛି ରାଜ୍ୟରେ ଆଳୁ ସଙ୍କଟର ସ୍ଥିତି । ବିଗତ 3ଦିନ ହେବ ଆଳୁ ଗଦିକୁ ନା ଆସିଛି ପଶ୍ଚିମବଙ୍ଗ ଗାଡ଼ି ନା ଉତ୍ତରପ୍ରଦେଶର ଆଳୁ ଗାଡ଼ି । ଯାହାର ପରିଣାମ ସ୍ୱରୂପ ଆଳୁ ଗଦି ଖାଲି ପଡ଼ିଛି । ସେପଟେ ଏ ହେଉଚି କଟକ ଛତ୍ର ବଜାରର ଚିତ୍ର । ବଜାରରେ ଆଳୁ ନଥିବା ବେଳେ ଯେଉଁ କିଛି ଦୋକାନରେ ଆଳୁ ରହିଛି ସେଠୀ କିଲୋ ପିଛା 50 ରୁ 60 ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ସେପଟେ ରାଜ୍ୟରେ ଥିବା ସମସ୍ତ ଶୀତଳଭଣ୍ଡାରରେ ପାଖାପାଖି 17 ଟନ ଆଳୁ ଏବେ ମହଜୁଦ ରହିଥିବା ନେଇ ସୂଚନା ଦେଇଛନ୍ତି ବ୍ୟବସାୟୀ ସଂଘ ସଂପାଦକ ସୁଧାକର ପଣ୍ଡା । ଯାହାକି ରାଜ୍ୟର ଆଗାମୀ 3 ଦିନ ପର୍ଯ୍ୟନ୍ତ ଆଳୁର ଆବଶ୍ୟକତାକୁ ପୁରାଣ କରିବାରେ ସମର୍ଥ ହେବା । ମାତ୍ର ଯଦି ପଶ୍ଚିମବଙ୍ଗ କି ଉତ୍ତରପ୍ରଦେଶର ଆଉ ଆଳୁ ଗାଡ଼ି ନଆସେ ତେବେ ଆଳୁର ସଙ୍କଟ ଆହୁରି ବଢାଇବାରେ ଲାଗିବ ।
ଅଧିକ ପଢନ୍ତୁ : ଆଜିବି ଓଡ଼ିଶାକୁ ଆସୁନି ଆଳୁ ଗାଡି
ବିଗତ କିଛି ଦିନ ମଧ୍ୟରେ ଉତ୍ତର ପ୍ରଦେଶରୁ 140 ଟ୍ରକ୍ ଆଳୁ ଆସି ଥିଲେ ହେଁ ରାଜ୍ୟବାସୀଙ୍କ ଗ୍ରହଣୀତା ଅଭାବରୁ ବ୍ୟବସାୟୀଙ୍କୁ ଖ୍ୟାତି ସାହିବାକୁ ପଡ଼ୁଚି । ତେଣୁ ବ୍ୟବସାୟୀ ନିଜର କ୍ଷତି କରି ଉତ୍ତର ପ୍ରଦେଶ ଆଳୁ ଆନିବାକୁ ମୁହଁ ମୋଡୁଥିବା ବେଳେ ପଶ୍ଚିମବଙ୍ଗ ଆଳୁ ହିଁ ଏକମାତ୍ର ବିକଳ୍ପ । ସେପଟେ କିନ୍ତୁ ଯୋଗାଣ ମନ୍ତ୍ରୀ କହୁଛନ୍ତି ପଶ୍ଚିମବଙ୍ଗ ସହ ଆଲୋଚନା ଜାରି ରହ ଥିବ ବେଳେ ଆଗକୁ ପଞ୍ଜାବ ରୁ ମଧ୍ୟ ଆଳୁ ଆଣିବା ପାଇଁ ଯୋଜନା କରାଯାଉଛି । ରାଜ୍ୟରେ ଆବଶ୍ୟକ ମୁତାବକ ଆଳୁ ମହଜୁଦ ରହିଛି । ଆଗକୁ କିଛିଦିନ ପର୍ଯ୍ୟନ୍ତ ଦର ସାମାନ୍ୟ ଉଚ୍ଚା ରହିବ , ମାତ୍ର ଧୀରେ ଧୀରେ କମିବ । ଫାଭିଓ:କେବେ କମିବ ଦର ? କେବେ ସାମାନ୍ୟ ହେବ ସ୍ଥିତି ? ବଜାରରେ ସୁଲଭ ମୂଲ୍ୟରେ କେବେ ମିଳିବ ଆଳୁ । ଏ ପ୍ରଶ୍ନ ଏବେ ପ୍ରତି ଖାଉଟିଙ୍କ