Consumer Alert / ଅମଳ ସମୟରେ ଆଳୁ ମହଙ୍ଗା; କମ୍ ଦରରେ କିଣି, ଅଧିକରେ ବିକୁଛନ୍ତି ଖୁଚୁରା ବ୍ୟବସାୟୀ !
·1 day ago·2 min read

Key Points
- ଗ୍ରାହକଙ୍କୁ ମିଳୁନି ଶସ୍ତା ଆଳୁ
- ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରେ ବମ୍ପର ପ୍ରଡକ୍ସନ୍
- ତଥାପି କିଲୋ ପିଛା ୧୫ରୁ ୨୦ ଟଙ୍କାରେ ବଜାରରେ ବିକ୍ରି
- ଆଳୁର ବଜାର ଦର ଉପରେ ରହୁନି କି ନିୟନ୍ତ୍ରଣ ?
ଭୁବନେଶ୍ଵର: ରାଜ୍ୟରେ ଏବେ ଆଳୁ ଅମଳର ସମୟ, ହେଲେ ସାଧାରଣ ଲୋକଙ୍କୁ ମିଳୁନି ଶସ୍ତା ଆଳୁ । ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରେ ଚଳିତ ବର୍ଷ ବମ୍ପର ପ୍ରଡକ୍ସନ୍ ହୋଇଥିଲେ ବି ଓଡ଼ିଶା ବଜାରରେ ଏହାର ଚିତ୍ର ଓଲଟା । ହୋଲସେଲ୍ ଦର କିଲୋ ପିଛା ଅଢ଼େଇରୁ ସାଢ଼େ ୪ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ ଏହା ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଛି । ଅଭିଯୋଗ ହେଉଛି ଯେ, ଅସାଧୁ ବ୍ୟବସାୟୀଙ୍କ ମନଇଚ୍ଛା ମୁନାଫା ଯୋଗୁଁ ଖାଉଟି ହନ୍ତସନ୍ତ ହେଉଛନ୍ତି । ତେବେ କାହିଁକି ଆଳୁ ଦରରେ ଏତେ ପାର୍ଥକ୍ୟ ?
ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଳୁ ଦର ଭିନ୍ନ ଭିନ୍ନ । ଖୁଚୁରା ବଜାରରେ ୧୨ରୁ ୧୫ ଟଙ୍କା ଯାଏ ରହିଛି କିଲୋ ପିଛା ଦର । କୁହାଯାଉଛି, ଚଳିତବର୍ଷ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରେ ଆଳୁର ବମ୍ପର ପ୍ରଡକ୍ସନ୍ ହୋଇଛି । ସେଥିପାଇଁ ଚାଷୀଙ୍କଠାରୁ କମ୍ ଦରରେ ଆଳୁ କିଣୁଛନ୍ତି ବ୍ୟବସାୟୀ । ହେଲେ ହୋଲସେଲର, ପାଇକାରୀ ବ୍ୟବସାୟୀ ଓ ଖୁଚୁରା ବ୍ୟବସାୟୀଙ୍କ ଦେଇ ଗ୍ରାହକଙ୍କ ପାଖରେ ପହଞ୍ଚିଲା ବେଳକୁ ଦର ୧୨ରୁ ୧୫ ଟଙ୍କାରେ ପହଞ୍ଚୁଛି । ପୁଣି ବିଭିନ୍ନ ସ୍ଥାନରେ ଆଳୁର କିଲୋପିଛା ଦର ମଧ୍ୟ ଭିନ୍ନ ଭିନ୍ନ ରହିଛି ।
ଏଥିସହ ପଢ଼ନ୍ତୁ: ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କାହିଁକି ଓଡ଼ିଶା ? ଜାଣନ୍ତୁ ପ୍ରକୃତ ସତ୍ୟ
ହୋଲସେଲ ମୂଲ୍ୟ କେତେ ?
ରାଜ୍ୟ ବ୍ୟବସାୟୀ ମହାସଂଘର କହିବା କଥା ହେଲା, ବର୍ତ୍ତମାନ ଆଳୁର ମାନକୁ ନେଇ ହୋଲସେଲ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୫୦ରୁ ୪୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଅର୍ଥାତ କିଲୋପିଛା ଅଢ଼େଇ ଟଙ୍କାରୁ ସାଢ଼େ ୪ ଟଙ୍କା ଦେଇ ବ୍ୟବସାୟୀ କିଣୁଛନ୍ତି । ଏହା ଉପରେ ସାମାନ୍ୟ ଲାଭ ରଖି ଖୁଚୁରା ବ୍ୟବସାୟୀ ଗ୍ରାହକଙ୍କୁ ବିକିବା କଥା ।
ହେଲେ ଖୁଚୁରା ଦର ଉପରେ କୌଣସି ଲଗାମ ନଥିବାରୁ ବ୍ୟବସାୟୀ ମନଇଚ୍ଛା ଦରରେ ବିକ୍ରି କରୁଛନ୍ତି । ତେଣୁ ଯୋଗାଣ ମନ୍ତ୍ରୀ କହିଛନ୍ତି ଆଳୁ କଳାବଜାରୀ କଲେ ହେବ କଡ଼ା ଆକ୍ସନ । ଓଡ଼ିଶା ତାର ଆଳୁ ଆବଶ୍ୟକତା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରେ । ବିଶେଷ କରି ପଶ୍ଚିମବଙ୍ଗ ଓ ୟୁପିରୁ ଆଳୁ ଆମଦାନୀ ହୁଏ ।
ଏଥିସହ ପଢ଼ନ୍ତୁ: ଗ୍ରାହକଙ୍କୁ ଲୁଟୁଛି କିଏ ? ହୋଲସେଲ୍ରେ ଆଳୁ ଦର ୬ରୁ ୭ ଟଙ୍କା, କିନ୍ତୁ ବଜାରରେ ବିକ୍ରି ହେଉଛି ୨୦ ଟଙ୍କାରେ
ଆଗକୁ ଦର ଆହୁରି ବଢ଼ିବା ଆଶଙ୍କା
ପୋଖରାଜ ଓ ଜ୍ୟୋତି ଭେରାଇଟିର ଆଳୁ ଅଧିକ ମାତ୍ରାରେ ଓଡ଼ିଶା ବଜାରକୁ ଆସେ । ଏବେ ଅମଳ ସମୟ ହୋଇଥିବାରୁ ଉତ୍ପାଦିତ ଆଳୁ ଶୀତଳଭଣ୍ଡାରକୁ ନଯାଇ ସିଧା ଓଡ଼ିଶା ବଜାରରେ ପହଞ୍ଚୁଛି । ତେଣୁ ଦର କମ୍ ରହିଛି । ଆଗକୁ ଏହି ଦର ବଢ଼ିବା ଆଶଙ୍କା ରହିଛି । ହେଲେ କିଛି ଅସାଧୁ ବ୍ୟବସାୟୀଙ୍କ ଯୋଗୁଁ ଓଡ଼ିଶାର ଲୋକେ ଶସ୍ତା ଆଳୁ ପାଇପାରୁନଥିବା ଅଭିଯୋଗ ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories