|
logo
Live

Argus News - ବ୍ୟାଘ୍ର ପ୍ରକଳ୍ପ ବିରୁଦ୍ଧରେ ନରସିଂହପୁର ଚକାମୁଣ୍ଡାରେ ପ୍ରଜାମେଳି

Odisha

ବ୍ୟାଘ୍ର ପ୍ରକଳ୍ପ ବିରୁଦ୍ଧରେ ନରସିଂହପୁର ଚକାମୁଣ୍ଡାରେ ପ୍ରଜାମେଳି

Priyadarshini Dixit
Browse all articles by Priyadarshini Dixit
·2 years ago·1 min read
ବ୍ୟାଘ୍ର ପ୍ରକଳ୍ପ ବିରୁଦ୍ଧରେ ନରସିଂହପୁର ଚକାମୁଣ୍ଡାରେ ପ୍ରଜାମେଳି

ଅର୍ଗସ ବ୍ୟୁରୋ : ନରସିଂହପୁରର ୪୦ ଟି ଗାଁରେ ହେବ ଇକୋ ସେନ୍ସିଟିଭ ଯୋନ। ଏନେଇ ରାଜ୍ୟ ସରକାରଙ୍କର ଏକ ବିଜ୍ଞପ୍ତି ପ୍ରକାଶ ପରେ ଗାଁ ଗାଁରେ ତେଜିଛି ଆନ୍ଦୋଳନ। ବ୍ୟାଘ୍ର ପ୍ରକଳ୍ପ ବିରୁଦ୍ଧରେ ନରସିଂହପୁର ଚକାମୁଣ୍ଡାରେ ଆରମ୍ଭ ହୋଇଛି ପ୍ରଜାମେଳି। ସରକାରୀ ବିଜ୍ଞପ୍ତି ଅନୁଯାୟୀ ଚିଠି ନଂ ୩୫୮୭୫ ତା ୦୯-୧୦-୨୦୨୩ ରୁ କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ର ୮ଟି ପଞ୍ଚାୟତର ୪୦ଟି ଗାଁକୁ ଇକୋ ସେନ୍‌ସିଟିଭ୍ ଜୋନ ଭାବେ ଦର୍ଶାଯାଇଛି। 


ବ୍ୟାଘ୍ର ପ୍ରକଳ୍ପକୁ ନେଇ କଣ ରହିବ ସରକାରୀ ଗାଇଡ଼ଲାଇନ ?
- ପରିବେଶ ପ୍ରଦୂଷଣ କରୁଥିବା କୌଣସି ଖଣି ଖାଦାନ, ଶିଳ୍ପ ଅନୁଷ୍ଠାନ, ହାଇଡ୍ରୋ-ଇଲେକ୍‌ଟ୍ରିକ୍ ପ୍ରକଳ୍ପ, ଇଟାଭାଟି, କ୍ରସର ଆଦି କାର୍ଯ୍ୟ ଏହି ଅଞ୍ଚଳରେ କରା ଯାଇପାରିବ ନାହିଁ। 
-ସ୍ଵାସ୍ଥ୍ୟ, ଶିକ୍ଷା, ଗମନାଗମନ ଭଳି ମୌଳିକ ଆବଶ୍ୟକତା ପୂରଣ ପାଇଁ ହେଉଥିବା କୌଣସି ଉନ୍ନୟନ କାର୍ଯ୍ୟ ଏହାଦ୍ଵାରା ପ୍ରଭାବିତ ହେବନି।
-ଖଣି, ପାଣି ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଜିଲ୍ଲାପାଳ ଓ ଜଙ୍ଗଲ ବିଭାଗ ଠାରୁ ଅନୁମତି ନେବାକୁ ପଡିବ।
-କୌଣସି ଘରବାଡ଼ି, ଚାଷଜମି, ସାମୂହିକ ବ୍ୟକ୍ତିଗତ ଅଧିକାର ଏଥିରେ ସଂକୁଚିତ ହେବ ନାହିଁ । 


କଟକ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର ମୋଟ ୨୨୪ଟି ଗାଁ ଇକୋ ସେଣ୍ଟିଟିଭ ଜୋନ ଭାବେ ଚିହ୍ନଟ କରାଯାଇଛି।  ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ବିଧାୟକ ମଧ୍ୟ ଏହି ଘଟଣା କୁ ନେଇ ନିରବ ରହୁଥିବା ଦେଖିବାକୁ ମିଳିଛି। ନରସିଂହପୁର ଚକାମୁଣ୍ଡା ଗାଁର ଆଇନଜୀବି ଗୋଲେଖ ବିହାରୀ ସାହୁ କହିଛନ୍ତି ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ବାଘ ରହିବ ଆଉ ବାଘ ସହ ମଣିଷ କିପରି ବାସ କରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର...

Sponsored
ବ୍ୟାଘ୍ର ପ୍ରକଳ୍ପ ବିରୁଦ୍ଧରେ ନରସିଂହପୁର ଚକାମୁଣ୍ଡାରେ ପ୍ରଜାମେଳି | Argus News