Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପାଟ୍ଟଶାଣୀଙ୍କ ବଡ ବୟାନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପାଟ୍ଟଶାଣୀଙ୍କ ବଡ ବୟାନ

ଅର୍ଗସ ବ୍ୟୁରୋ : ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପାଟ୍ଟଶାଣୀଙ୍କ ବଡ ବୟାନ । କହିଲେ, "ମୁଁ ବିଜେଡି ଲୋକ । ମୋ ଜନ୍ମ ଜାତକରେ ମୋ ନା ପଢିବେ । ଦୁର୍ଭାଗ୍ୟ ଦଳ ଗଢିକି ଦଳ ଛାଡିଲା ବେଳେ ବଡ ଦୁଃଖ ଲାଗେ ।  ମୁଁ କେବେ ବି ଦଳ ଛାଡ଼ିକି ଆସି ନଥାନ୍ତି । ଅମର ଶତପଥି ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି । କିନ୍ତୁ ଭଲ ମନ୍ଦ କିଏ ବୁଝୁଛି । ମୋତେ ଦୁଃଖ ଲାଗୁଛି ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ । ସେ ପରା କହିଥିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି, କାହିଁ କହୁଥିଲେ । ସେ ଭୁଲ ନା ସେ ବୁଝି ପାରୁଛନ୍ତି ନା ଆମେ ଦେଖି ପାରୁଛୁ । ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟ ସରକାର ଚାଲିଗଲା ।  

ଅଧିକ ପଢନ୍ତୁ ଓଡିଶା ଖବର

ବିଜେଡିରେ ତ କେହି ନବୀନଙ୍କ ବିରୋଧରେ କହୁନାହାନ୍ତି ପାଣ୍ଡିଆନଙ୍କୁ କାହିଁକି କହୁଛନ୍ତି । ଏବେ ନୂଆ ମୁଖ୍ୟମନ୍ତ୍ରୀ ଏତେ କାମ କରୁଛନ୍ତି । ଧର୍ମେନ୍ଦ୍ରଙ୍କ ଭଳି ଲୋକ ମିଳିବେ । ରାଜନୀତି କରିବା ପାଇଁ ବହୁତ ଭଲ ଭଲ ଲୋକ ଅଛନ୍ତି । ପାଣ୍ଡିଆନ ପଛରେ ଧାଇଁଲେ କଣ ହେବ । ଲୋକ ମାନେ ଯେଉଁ ଦଳକୁ ଫୋପାଡି ଦେଲେ ସେ ଦଳର କଣ ହେବ । ମୁଁ ପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prasanna Pattshani's big talk about BJD's defeat | Argus News