President / ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି !

Key Points
ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ।
ଓଡ଼ିଶା ଇତିହାସରେ ଏହା ପ୍ରଥମ ଥର ।
ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ।
ଏଥର ସରଗରମ ହେବ ଶୀତ ଅଧିବେଶନ । ଏହି ବର୍ଷ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ ବୋଲି କୁହାଯାଉଛି । ୨୭ ତାରିଖରୁ ଶୀତ ଅଧିବେସନ ଆରମ୍ଭ ହେବା ନେଇ ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ନୂଆପଡ଼ା ଉପ ନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ସୂଚନା ମିଳିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବାର ଅଛି, ଆଉ ଏହି ଗସ୍ତରେ ରାଷ୍ଟ୍ରପତି ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିପାରନ୍ତି।
ଅହୁରି ପଢ଼ନ୍ତୁ: ଦୁର୍ବଳ ଦଳ ସହ ଜିତି ପାଣ୍ଡ୍ୟାଙ୍କ ମଜାକ ଉଡ଼ାଇଲେ ପାକିସ୍ତାନୀ ଖେଳାଳି ! ଭାଇରାଲ ହେଲା ପୋଷ୍ଟ
ତେବେ ଏନେଇ କୌଣସି ପ୍ରକାର ବିଧିବଦ୍ଧ ଭାବରେ ଘୋଷଣା କରାଯାଇନି । କିନ୍ତୁ ଏପରି ହେଲେ ଓଡ଼ିଶା ଇତିହାସରେ ପ୍ରଥମ ଥର ହେବ ଯେ ବିଧାନସଭା ଶୀତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କର ପୁରା କାର୍ଯ୍ୟକ୍ରମର ସୂଚୀ ଆସିନାହିଁ । ରାଷ୍ଟ୍ରପତିଙ୍କ ଚୂଡାନ୍ତ କାର୍ଯ୍ୟସୂଚୀ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଅନ୍ୟପଟେ ରାଷ୍ଟ୍ରପତି ନଭେମ୍ବର ଶେଷରେ ଆସିବାର ସମ୍ଭାବନା ଥିବାରୁ ବିଧାନସଭାକୁ ନୂଆ ରୂପରେ ସଜାଯାଉଛି ।
ଏଥିସହ ପଢ଼ନ୍ତୁ: ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ୍ ମଜୁମଦାର, ମେଡିସିନ୍ ଓ୍ବାର୍ଡରେ ଚାଲିଛି ଚିକିତ୍ସା
ତେବେ ଯଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରନ୍ତି ତେବେ ଏହା ରାଜ୍ୟର ବିଧାନସଭା ଇତିହାସରେ ଉଦାହରଣ ସୃଷ୍ଟି କରିବ। ତେବେ ନଭେମ୍ବର ୨୭ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଲେ, ଶୀତ ଅଧିବେଶନ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ସରକାରକୁ ଘେରିବା ନେଇ ଅନୁମାନ କରାଯାଉଛି ।
ଖାସ୍ କରି ଶୀତ ଅଧିବେଶନ ବସିବା ବେଳକୁ, ନୂଆପଡ଼ା ଉପ ନିର୍ବାଚନ ସରିଥିବ, ଆଉ ନୂଆପଡ଼ା ନିଜର ନୂଆ ବିଧାୟକ ପାଇସାରିଥିବ, ତେଣୁ ବିଧାନସଭା ଶୀତ ଅଧିବେଶନ ସରଗରମ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର କାର୍ଯ୍ୟସୂଚୀ ଖୁବ୍ ଶୀଘ୍ର ଆସିପାରେ ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories