Droupadi Murmu / ନଭେମ୍ବର ପ୍ରଥମ ସପ୍ତାହରେ ଆସିବେନି ରାଷ୍ଟ୍ରପତି; ମୟୂରଭଞ୍ଜ ଗସ୍ତ ସ୍ଥଗିତ
·1 hour ago·2 min read

Key Points
ପୁଣି ଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ସ୍ଥଗିତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ।
ବାରିପଦା (ମୟୂରଭଞ୍ଜ): ବାତ୍ୟା, ବର୍ଷା, ବନ୍ୟା ଆଉ ଏବେ ଲଘୁଚାପ । ଓଡ଼ିଶାରେ ବର୍ଷା ଓ ବନ୍ୟା ଲାଗି ରହିଥିବାରୁ ପୁଣି ଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ସ୍ଥଗିତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ।
ମୟୂରଭଞ୍ଜ ସାଂସଦ କହିଛନ୍ତି, "ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ କରାଯାଇଛି । ସାମ୍ପ୍ରତିକ ବାତ୍ୟା ଓ ଲଘୁଚାପଜନିତ ପାଣିପାଗ ପ୍ରଭାବକୁ ଦୃଷ୍ଟିରେ ରଖି ଗସ୍ତ କାର୍ଯ୍ୟକ୍ରମ ଏବେ ସ୍ଥଗିତ ରହିଛି ।"
ଏଥିସହ ପଢ଼ନ୍ତୁ: ଗୋଟିଏ ପରିବାରର ୩ ଜଣଙ୍କ ମୃ*ତ୍ୟୁ; ଶୋକ ପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୂର୍ବରୁ ନଭେମ୍ବର ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବାର ଥିଲା । ତେବେ, ପରବର୍ତ୍ତୀ ସମୟରେ ନଭେମ୍ବର ୪ ଓ ୫ ତାରିଖକୁ କାର୍ଯ୍ୟକ୍ରମ ପରିବର୍ତ୍ତନ ହୋଇଥିଲା । ଏହାପରେ ଗୁରୁବାର ପୁଣି ଥରେ ନଭେମ୍ବର ୩, ୪ ଓ ୫ ତାରିଖ ତିନିଦିନିଆ ଗସ୍ତ ନେଇ ସୂଚନା ମିଳିଥିଲା ।
ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୂରଭଞ୍ଜ ଗସ୍ତ ସୂଚୀ ଆସିବାର ଦିନକ ପରେ ଏବେ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । ଯାହାପରେ ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଧିମେଇ ଯାଇଛି । ରାଷ୍ଟ୍ରପତି ପୁଣି କେବେ ଓଡ଼ିଶା ଗସ୍ତରେ ଆସିବେ ସେନେଇ ସରକାରୀ ଭାବେ ସୂଚନା ମିଳି ନାହିଁ ।
ନଭେମ୍ବର ୩ରେ ଆସିଥାନ୍ତେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୩ ତାରିଖରୁ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା । ଧାର୍ମିକ ଅନୁଷ୍ଠାନ ପରିଦର୍ଶନ, ପୂର୍ବତନ ସୈନିକଙ୍କ ପରିବାରକୁ ସମ୍ମାନ, ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ, ରେଳ ଭିତ୍ତିଭୂମିର ବିକାଶ ଆଦି ରାଷ୍ଟ୍ରପତିଙ୍କ ଗସ୍ତର ମୁଖ୍ୟ ଅଂଶ ରଖା ଯାଇଥିଲା ।
ଏଥିସହ ପଢ଼ନ୍ତୁ: ନଭେମ୍ବର ୩ରୁ ତିନିଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତି ଭବନରୁ ପ୍ରସ୍ଥାନ କରି ପଶ୍ଚିମବଙ୍ଗ ସ୍ଥିତ କଲେଇଇକୁଣ୍ଡା ବିମାନବନ୍ଦରରେ ପହଞ୍ଚି ସଡ଼କ ପଥରେ ମୟୂରଭଞ୍ଜ ଅଭିମୁଖେ ଆସିଥାନ୍ତେ ରାଷ୍ଟ୍ରପତି । ବହଳଦା ସ୍ଥିତ ପ୍ରସିଦ୍ଧ ମା’ କିଚେକେଶ୍ୱରୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା ଓ ଆଳତିରେ ସାମିଲ ହୋଇ ରାଇରଙ୍ଗପୁର ସ୍ଥିତ ବାସଭବନରେ ରାତ୍ରୀ ଯାପନ କରିଥାନ୍ତେ । ନଭେମ୍ବର ୪ ତାରିଖରେ ରାଇରଙ୍ଗପୁରର ମହୁଲଡିହାସ୍ଥିତ ଲକ୍ଷ୍ମୀ ମଣ୍ଡପରେ ପୂଜାର୍ଚ୍ଚନା ପରେ ନବନିର୍ମିତ ପ୍ରତିରକ୍ଷା ଏକ୍ସ-ସର୍ଭିସମ୍ୟାନ୍ ସିଏସ୍ଡି କ୍ୟାଣ୍ଟିନ୍ ପରିଦର୍ଶନ କରିବାର ଥିଲା ।

#ପୁଣି_ରାଷ୍ଟ୍ରପତିଙ୍କ_ଓଡ଼ିଶା_ଗସ୍ତ_ବାତିଲ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପୁଣି ବାତିଲ୍ ଗସ୍ତ ବାତିଲ୍ ନେଇ ରାଷ୍ଟ୍ରପତିଙ୍କ ଭବନ ପକ୍ଷରୁ ସୂଚନା ଆସନ୍ତା ୩ ତାରିଖରୁ ୩ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିଲା ପୂର୍ବରୁ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିଲା ବାତ୍ୟା ପାଇଁ ବାତିଲ୍ ହୋଇଥିଲା ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ #PresidentDroupadiMurmu #OdishaVisit #PresidentOfIndia #OdishaNews #VisitCancelled
— Argus News (@ArgusNews_in) October 30, 2026
ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୂରଭଞ୍ଜ ଗସ୍ତ ସୂଚୀ ଆସିବାର ଦିନକ ପରେ ଏବେ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । ଯାହାପରେ ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ଧିମେଇ ଯାଇଛି । ରାଷ୍ଟ୍ରପତି ପୁଣି କେବେ ଓଡ଼ିଶା ଗସ୍ତରେ ଆସିବେ ସେନେଇ ସରକାରୀ ଭାବେ ସୂଚନା ମିଳି ନାହିଁ ।
ନଭେମ୍ବର ୩ରେ ଆସିଥାନ୍ତେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୩ ତାରିଖରୁ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା । ଧାର୍ମିକ ଅନୁଷ୍ଠାନ ପରିଦର୍ଶନ, ପୂର୍ବତନ ସୈନିକଙ୍କ ପରିବାରକୁ ସମ୍ମାନ, ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ, ରେଳ ଭିତ୍ତିଭୂମିର ବିକାଶ ଆଦି ରାଷ୍ଟ୍ରପତିଙ୍କ ଗସ୍ତର ମୁଖ୍ୟ ଅଂଶ ରଖା ଯାଇଥିଲା ।
ଏଥିସହ ପଢ଼ନ୍ତୁ: ନଭେମ୍ବର ୩ରୁ ତିନିଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତି ଭବନରୁ ପ୍ରସ୍ଥାନ କରି ପଶ୍ଚିମବଙ୍ଗ ସ୍ଥିତ କଲେଇଇକୁଣ୍ଡା ବିମାନବନ୍ଦରରେ ପହଞ୍ଚି ସଡ଼କ ପଥରେ ମୟୂରଭଞ୍ଜ ଅଭିମୁଖେ ଆସିଥାନ୍ତେ ରାଷ୍ଟ୍ରପତି । ବହଳଦା ସ୍ଥିତ ପ୍ରସିଦ୍ଧ ମା’ କିଚେକେଶ୍ୱରୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା ଓ ଆଳତିରେ ସାମିଲ ହୋଇ ରାଇରଙ୍ଗପୁର ସ୍ଥିତ ବାସଭବନରେ ରାତ୍ରୀ ଯାପନ କରିଥାନ୍ତେ । ନଭେମ୍ବର ୪ ତାରିଖରେ ରାଇରଙ୍ଗପୁରର ମହୁଲଡିହାସ୍ଥିତ ଲକ୍ଷ୍ମୀ ମଣ୍ଡପରେ ପୂଜାର୍ଚ୍ଚନା ପରେ ନବନିର୍ମିତ ପ୍ରତିରକ୍ଷା ଏକ୍ସ-ସର୍ଭିସମ୍ୟାନ୍ ସିଏସ୍ଡି କ୍ୟାଣ୍ଟିନ୍ ପରିଦର୍ଶନ କରିବାର ଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: