Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

President Odisha Visit / ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି; ପ୍ରଥମ ଥର ପାଇଁ ଏହି ସହରକୁ ଗସ୍ତ କରିବେ

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି; ପ୍ରଥମ ଥର ପାଇଁ ଏହି ସହରକୁ ଗସ୍ତ କରିବେ
President Odisha Visit

Key Points

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପ୍ରଥମ ଥର ପାଇଁ ଇସ୍ପାତ ନଗରୀ ଗସ୍ତ କରିବେ
ଆଜି ଦିନିକିଆ ରାଉରକେଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଅବସ୍ଥାପିତ ହେବା ପରେ ଏହା ତାଙ୍କର ପ୍ରଥମ ରାଉରକେଲା ଗସ୍ତ । ସୁନ୍ଦରଗଡ଼ ମାଟିରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ସହରରେ ମୁତୟନ ହୋଇଛନ୍ତି ୪୫ ପ୍ଲାଟୁନ ଫୋର୍ସ । ୧୫୮ କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମହାମହିମ । ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରର ଉଦଘାଟନ କରିବେ । ଆଦିବାସୀ ସଂଗ୍ରହାଳୟର ମଧ୍ୟ ଲୋକାର୍ପଣ କରିବେ ମ୍ୟାଡାମ ପ୍ରେସିଡେଣ୍ଟ ।

  • ୧୫୮ କୋଟିର ବିଭିନ୍ନ ପ୍ରକଳ୍ପର ହେବ ଲୋକାର୍ପଣ
ରାଷ୍ଟ୍ରପତି ପ୍ରାୟ ୧୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର, ଆଦିବାସୀ ସଂଗ୍ରହାଳୟ, କୋଏଲନଗର ମନୋରଞ୍ଜନ ପାର୍କ ଏବଂ ବିଜ୍ଞାନ ପାର୍କ ଓ ପ୍ଲାନେଟାରିୟମ୍‌କୁ ଲୋକାର୍ପଣ କରିବେ । ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଏଥର କେବଳ ସହରବାସୀ ରାଷ୍ଟ୍ରପତିଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି ।

  • ସଜେଇ ହୋଇଛି ଇସ୍ପାତ ନଗରୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ରାଉରକେଲା ଗସ୍ତକୁ ନେଇ ସାରା ସହର ଏବେ ସଜେଇ ହୋଇଛି । ସହରର ରାସ୍ତାଘାଟ ମରାମତିଠାରୁ ଆରମ୍ଭ କରି କାନ୍ଥବାଡ଼ରେ ସୁନ୍ଦର ସୁନ୍ଦର ଚିତ୍ରାଙ୍କନ, ସୌନ୍ଦର୍ଯ୍ୟୀକରଣ, ସଭା ମଞ୍ଚ ନିର୍ମାଣ ଆଦି ସମ୍ପନ୍ନ ହୋଇଛି । ଛାତ୍ରଛାତ୍ରୀଙ୍କ ନୃତ୍ୟାଭାସ ବି ସରିଛି । ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୧୫୦୦ ଛାତ୍ରଛାତ୍ରୀ ଓଡ଼ିଶୀ ଓ ଆଦିବାସୀ ଲୋକନୃତ୍ୟ ପରିବେଷଣ କରିବେ ।

ପଢନ୍ତୁ ଏହି ଖବର: ବଢ଼ିବ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଉତ୍ପାଦନ କ୍ଷମତା, ହେବ ୩୫ରୁ ୪୦ ହଜାର କୋଟିର ପୁଞ୍ଜିନିବେଶ

  • ୪୫ ପ୍ଲାଟୁନ ଫୋର୍ସଙ୍କ ଘେରରେ ଇସ୍ପାତ ନଗରୀ
ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୪୫ ପ୍ଲାଟୁନ୍‌ ଫୋର୍ସ, ୨୦୦ ଅଧିକାରୀ ଓ ୮୧୫ ଗୃହରକ୍ଷୀ ନିୟୋଜିତ ଅଛନ୍ତି । ରାଉରକେଲା ବିମାନବନ୍ଦର, ସେକ୍ଟର-୧୩ ସଭାସ୍ଥଳ, ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଏବଂ ଜନଜାତି ସଂଗ୍ରହାଳୟ, ପାନପୋଷ ସର୍କିଟ୍‌ହାଉସ୍‌ ସମେତ ବିଭିନ୍ନ ଛକରେ ପୋଲିସ ନିୟୋଜିତ ହୋଇଛନ୍ତି । ସୁରକ୍ଷା ବ୍ୟବସ୍ଥାରେ ଯେପରି କଡ଼ାକଡ଼ି ରହିବ ସେଥିପ୍ରତି ସମସ୍ତେ ସଜାଗ ଅଛନ୍ତି । ଏଠାରେ କହିରଖୁଛୁ କି, ଏହି ୪ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ପରିଦର୍ଶନ କରିସାରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Droupadi Murmu to Dedicate Four Key Projects in Rourkela During Odisha Visit | Argus News