Videos
|
Odisha

ବାଦାମପାହାଡ଼ରେ ନୂଆ ଏକ୍ସପ୍ରେସ୍ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ମହାମହିମ

Smruti Parija
Browse all articles by Smruti Parija
·2 years ago·1 min read
ବାଦାମପାହାଡ଼ରେ ନୂଆ ଏକ୍ସପ୍ରେସ୍ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ମହାମହିମ

ଅର୍ଗସ ବ୍ୟୁରୋ:  ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ବାଦାମପାହାଡ଼ରେ ନୂଆ ଏକ୍ସପ୍ରେସ୍ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ମହାମହିମ । ସକାଳ ୯ଟା ୩୫ରୁ ୧୦ଟା ୪୫ ଭିତରେ ୩ଟି ନୂଆ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟାଟା ନଗର ବାଦାମପାହାଡ଼ ମେମୁ ଟ୍ରେନ୍, ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍ ଓ ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସକୁ ସବୁଜ ପତାକା ଦଖାଇ ଶୁଭାରମ୍ଭ କରିବେ । 

ଅଧିକ ପଢନ୍ତୁ: ଏକଲବ୍ୟ ମଡେଲ ସ୍କୁଲର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏହାପରେ ବାଦାମପାହାଡ଼ରୁ ଟ୍ରେନରେ ଛୋଟ ପିଲାଙ୍କ ସହ ୪୦ ମିନିଟର ଯାତ୍ରା କରି ରାଇରଙ୍ଗପୁର ରେଳ ଷ୍ଟେସନରେ ପହଞ୍ଚିବେ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିବେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ । ଏଥିପାଇଁ ୨ କେନ୍ଦ୍ରମନ୍ତ୍ରୀ ବାଦାମପାହାଡ଼ରେ ପହଞ୍ଚି ସାରିଛନ୍ତି । ଗତକାଲି ରାତିରେ ୨ କେନ୍ଦ୍ରମନ୍ତ୍ରୀ ପହଞ୍ଚିବା ପରେ ଉଭୟଙ୍କୁ ପାଛୋଟି ନେବାକୁ ଷ୍ଟେସନୋ ଲାଗିଥିଲା ଭିଡ଼ । 

ସ୍ବାଗତ ପାଇଁ ଯଶିପୁର ବିଧାୟକ, ରାଇରଙ୍ଗପୁର ବିଧାୟକ, ରାଜ୍ୟ ବିଜେପି ଦଳର ସମ୍ପାଦକ, ରାଜ୍ୟ ବିଜେପି ଏସ.ଟି ମୋର୍ଚ୍ଚା ସାଧାରଣ ସମ୍ପାଦକ, ଜିଲ୍ଲା ସଭାପତି ଓ ବିଜେପି ଯୁବମୋର୍ଚ୍ଚାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ