Pride of Odisha / ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ସେବାରେ ୧୬ ବର୍ଷ; ବଞ୍ଚାଇଲେଣି ୩୦୦ରୁ ଅଧିକ ଜୀବନ
·5 months ago·3 min read

Key Points
ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ୧୧ତମ ଅଧ୍ୟାୟରେ ଆମେ ଭେଟିବା 'ପଙ୍କଜ କୁମାର ତରାଇ'ଙ୍କୁ । ପଙ୍କଜ ହେଉଛନ୍ତି ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ଦେବଦୂତ ।
ଭୁବନେଶ୍ଵର: ଅନେକ ଅକୁହା କାହାଣୀ, ଅଚିହ୍ନା ମଣିଷ । ଯେଉଁମାନଙ୍କ ଅବଦାନ ରହିଛି ଆମ ସମାଜ ପାଇଁ, ଲୋକଙ୍କ ଜୀବନକୁ ସରଳ କରି ଭରିଛି ଆନନ୍ଦର ରଙ୍ଗ । ଅର୍ଗସ୍ ନ୍ୟୁଜ୍ର 'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2 ନେଇ ଆସିଛି ସେଇଭଳି କିଛି 'ସରଳ ମଣିଷର ବିରଳ କାହାଣୀ' ।
ମୃତ୍ୟୁ ମାନବ ଜୀବନର ଚିର ସତ୍ୟ । କାହାର ମୃତ୍ୟୁ ସ୍ଵାଭାବିକ ଭାବେ ହୁଏ ତ ଆଉ କେହି ଦୁର୍ଘଟଣାରେ ଜୀବନ ହରାଏ । ଦୁର୍ଘଟଣା କାହାକୁ ପଙ୍ଗୁ କରିଦିଏ ତ ଆଉ କାହା ଉପରୁ ଗୁରୁଜନଙ୍କ ସାୟା ହଟାଇ ଦିଏ ।
ଆମ ରାଜ୍ୟ ଓଡ଼ିଶାରେ ସଡ଼କ ଦୁର୍ଘଟଣାର ସଂଖ୍ୟା କିଛି କମ୍ ନୁହେଁ । ଦ୍ରୁତ ଗତି, ଭୁଲ୍ ଦିଗ (Wrong Route)ରେ ଗାଡ଼ି ଚାଳନା ଓ ମଦ୍ୟପାନ କରି ଗାଡ଼ି ଚଲାଇବା ଯୋଗୁଁ ଓଡ଼ିଶାରେ ଅଧିକ ଦୁର୍ଘଟଣା ଘଟୁଛି । ଗତବର୍ଷ ଓଡ଼ିଶାରେ ୧୨ ହଜାର ୩୭୫ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୬ ହଜାର ୧୪୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ବିଗତ ୧୦ ବର୍ଷରେ ଓଡ଼ିଶାରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪୭ ହଜାରରୁ ଅଧିକ ଲୋକ ।
ଏଥିସହ ପଢ଼ନ୍ତୁ: ପଛୁଆ ଅଞ୍ଚଳର ଆଗୁଆ ମହିଳା; ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ପାଇଛନ୍ତି ଡକ୍ଟରେଟ୍
ଓଡ଼ିଶାରେ ପ୍ରତିଦିନ ହାରାହାରି ୧୬ ଜଣ ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । କ'ଣ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କୁ ବଞ୍ଚାଯାଇପାରିବ ନାହିଁ ? ଉତ୍ତର ହେଉଛି 'ହଁ' । ଏଥିପାଇଁ ଦୁର୍ଘଟଣାଗ୍ରସ୍ତଙ୍କୁ ଠିକ୍ ସମୟରେ ସହାୟତା ମିଳିବା ଆବଶ୍ୟକ । ଏଥିପାଇଁ ଦରକାର ମନୋବଳ ।
ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ୧୧ତମ ଅଧ୍ୟାୟରେ ଆମେ ଭେଟିବା 'ପଙ୍କଜ କୁମାର ତରାଇ'ଙ୍କୁ । ପଙ୍କଜ ହେଉଛନ୍ତି ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ଦେବଦୂତ । ୧୬ ବର୍ଷ ହେଲା ପଙ୍କଜ ଦୁର୍ଘଟଣାଗ୍ରସ୍ତଙ୍କୁ ମେଡିକାଲ୍ ପହଞ୍ଚାଇବା ସହ ସେମାନଙ୍କ ଜୀବନ ବଞ୍ଚାଉଛନ୍ତି ।
ଜଗତସିଂହପୁର ଜିଲ୍ଲାର ୩୮ ବର୍ଷୀୟ ପଙ୍କଜ କୁମାର ତରାଇ, ପେସାରେ ଟ୍ରକ୍ ଡ୍ରାଇଭର୍ । ୨୦୦୫ ମସିହାରେ ପଙ୍କଜ ଟ୍ରକ୍ ନେଇ ପାରାଦୀପ ଯାଉଥିବା ବେଳେ ବାଟରେ ଗୋଟିଏ ସ୍ଥାନରେ ଭିଡ଼ ଦେଖି ଅଟକିଥିଲେ । ପାଖକୁ ଯାଇ ପଙ୍କଜ ଦେଖନ୍ତି ଏକ ଟ୍ରକ୍ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀ ରକ୍ତାକ୍ତ ହୋଇ ରାସ୍ତାରେ ପଡ଼ିଛନ୍ତି ।
ଯାହାପରେ ପଙ୍କଜ ଉଭୟଙ୍କୁ ସହାୟତା ପାଇଁ ଆଗେଇ ଆସନ୍ତି । ଭିଡ଼ ଜମାଇଥିବା ଅନ୍ୟ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରନ୍ତି । ହେଲେ ପଙ୍କଜଙ୍କ ପ୍ରୟାସକୁ କେହି ସମର୍ଥନ କରନ୍ତି ନାହିଁ । ଦୁଇ ବାଇକ୍ ଆରୋହୀଙ୍କ ଜୀବନ ସହାୟତା ଅଭାବରୁ ଚାଲିଯିବା ପରେ ପଙ୍କଜ ପଣ କରନ୍ତି ରାସ୍ତାରେ କାହାରିକୁ ମରିବାକୁ ଦେବେନାହିଁ ।
ଏଥିସହ ପଢ଼ନ୍ତୁ: ବୃକ୍ଷରୋପଣ ଦେଇଛି ନୂଆ ପରିଚୟ; ଭତ୍ତା ଟଙ୍କାରେ ପୋତୁଛନ୍ତି ଫଳ ଗଛ
ସେବେଠୁ ୨ ଦଶନ୍ଧି ଧରି ପଙ୍କଜ ସଡ଼କ ଦୁର୍ଘଟଣାଗ୍ରସ୍ତ ପାଇଁ ଦେବଦୂତ ସାଜି ଛିଡ଼ା ହେଉଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ପାଇଁ ସାଙ୍ଗସାଥୀଙ୍କ ସହ ମିଶି ଗଢ଼ିଛନ୍ତି 'ଦେବଦତ୍ତ ସଂଗଠନ' । ବିଗତ ୧୬ ବର୍ଷରେ ପଙ୍କଜ ୪୦୦ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମେଡିକାଲ୍ ପହଞ୍ଚାଇଛନ୍ତି । ସେଥିରୁ ୩୦୦ ଜଣ ନୂଆ ଜୀବନ ପାଇଛନ୍ତି ।
ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ବଞ୍ଚାଇବା ଲାଗି ପଙ୍କଜ ନିକଟସ୍ଥ ହସ୍ପିଟାଲ୍, ପଞ୍ଚାୟତ ଓ ପୋଲିସ ସହ ସମ୍ପର୍କରେ ରହୁଛନ୍ତି । ସବୁଠାରୁ ବଡ଼କଥା ହେଲା ଟ୍ରକ୍ ଚଳାଇ ୬ ପ୍ରାଣୀର କୁଟୁମ୍ବ ପ୍ରତିପୋଷଣ କରୁଥିବା ପଙ୍କଜ ତାଙ୍କ ମାସିକ ଆୟର ୨୫ ପ୍ରତିଶତ ଅର୍ଥ ସଡ଼କ ଦୁର୍ଘଟଣାର ଆହତଙ୍କ ଜୀବନ ବଞ୍ଚାଇବାକୁ ଖର୍ଚ୍ଚ କରୁଛନ୍ତି ।
ପଙ୍କଜ କୁମାର ତରାଇଙ୍କ ଭଳି ଓଡ଼ିଶାର ଅନ୍ୟ ବ୍ୟକ୍ତି ବିଶେଷଙ୍କ ସଫଳ କାହାଣୀ 'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2 ଦେଖି ପାରିବେ ଅର୍ଗସ୍ ନ୍ୟୁଜ୍ରେ । ପ୍ରତି ଶନିବାର ରାତି ୮ଟା ୩୦ ଓ ରବିବାର ଦିନ ସାଢ଼େ ଗୋଟାଏ (ପୁନଃ ପ୍ରସାରଣ) ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories