Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pride of Odisha / ପଛୁଆ ଅଞ୍ଚଳର ଆଗୁଆ ମହିଳା; ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ପାଇଛନ୍ତି ଡକ୍ଟରେଟ୍

Sushanta Sahoo
Browse all articles by Sushanta Sahoo
·5 months ago·2 min read
ପଛୁଆ ଅଞ୍ଚଳର ଆଗୁଆ ମହିଳା; ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି ପାଇଛନ୍ତି ଡକ୍ଟରେଟ୍
Tribal Woman Preserver Of Paddy Seeds

Key Points

ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2ର ଦଶମ ଅଧ୍ୟାୟରେ ଆମେ ଭେଟିବା 'ରାଇମତି ଘିଉରିଆ'ଙ୍କୁ । ଭୂମିଆ ଆଦିବାସୀ ସମ୍ପ୍ରଦାୟର ରାଇମତି ଚାଉଳ ଓ ମାଣ୍ଡିଆର ସ୍ଵଦେଶୀ କିସମକୁ ବଞ୍ଚାଇ ରଖିବା ପାଇଁ କାର୍ଯ୍ୟ କରି ଜି-୨୦ ମଞ୍ଚରେ ଭାରତକୁ ଗୌରବାନ୍ଵିତ କରିଛନ୍ତି ।
ଭୁବନେଶ୍ଵର: ଅନେକ ଅକୁହା କାହାଣୀ, ଅଚିହ୍ନା ମଣିଷ । ଯେଉଁମାନଙ୍କ ଅବଦାନ ରହିଛି ଆମ ସମାଜ ପାଇଁ, ଲୋକଙ୍କ ଜୀବନକୁ ସରଳ କରି ଭରିଛି ଆନନ୍ଦର ରଙ୍ଗ । ଅର୍ଗସ୍ ନ୍ୟୁଜ୍‌ର 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2 ନେଇ ଆସିଛି ସେଇଭଳି କିଛି 'ସରଳ ମଣିଷର ବିରଳ କାହାଣୀ' ।

କୃଷି ବା ଚାଷକୁ ବାଦ୍ ଦେଲେ ମାନବ ସମାଜ ତିଷ୍ଠିବା କଷ୍ଟ । ସେଥିପାଇଁ ଆମେ 'ଜୟ ଯବାନ, ଜୟ କିଷାନ' ନାରା ଦେଉଛେ । ଜଙ୍ଗଲୀ ବିହନରୁ ଆଜି ଆମେ ବିହନ ବ୍ୟାଙ୍କ୍ ପ୍ରତିଷ୍ଠା କରି ଦୁର୍ଲଭ କିସମକୁ ସାଇତି ରଖୁଛେ ।

ଏଥିସହ ପଢ଼ନ୍ତୁ: ବୃକ୍ଷରୋପଣ ଦେଇଛି ନୂଆ ପରିଚୟ; ଭତ୍ତା ଟଙ୍କାରେ ପୋତୁଛନ୍ତି ଫଳ ଗଛ

ଦେଶ ବା ରାଜ୍ୟରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଏହି ସାଇତା ବିହନ ଦ୍ଵାରା ପୁଣି ଫସଲ ସୃଷ୍ଟି କରାଯାଇ ପାରିବ । ମଣିଷ ଖାଦ୍ୟ ସଂକଟରୁ ବଞ୍ଚିଯିବ । ଦୁନିଆରେ ଲକ୍ଷ ଲକ୍ଷ ପ୍ରକାର ଫସଲ ରହିଥିବା ବେଳେ ଗୋଟିଏ ଫସଲର ଏକାଧିକ କିସମ ରହିଛି । ଯାହାକି ସାଧାରଣ ମଣିଷ ସଂରକ୍ଷଣ କରି ରଖିବା କଷ୍ଟକର ।

ସେଥିପାଇଁ ଦେଶ ଓ ବିଦେଶରେ ସରକାର ବିହନ ବ୍ୟାଙ୍କ ଖୋଲିଛନ୍ତି । ଆମ ଦେଶ ଭାରତରେ ମଧ୍ୟ ସରକାର ଲଦାଖରେ ବିହନ ବ୍ୟାଙ୍କରେ ସଂରକ୍ଷଣ କରୁଛନ୍ତି ବିଭିନ୍ନ ଫସଲର ଦୁର୍ଲଭ କିସମ । ସରକାରୀ ପ୍ରଚେଷ୍ଟା ଭିତରେ ପଛୁଆ ଅଞ୍ଚଳର ଜଣେ ଆଦିବାସୀ ମହିଳା ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।

ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2ର ଦଶମ ଅଧ୍ୟାୟରେ ଆମେ ଭେଟିବା 'ରାଇମତି ଘିଉରିଆ'ଙ୍କୁ । ଭୂମିଆ ଆଦିବାସୀ ସମ୍ପ୍ରଦାୟର ରାଇମତି ଚାଉଳ ଓ ମାଣ୍ଡିଆର ସ୍ଵଦେଶୀ କିସମକୁ ବଞ୍ଚାଇ ରଖିବା ପାଇଁ କାର୍ଯ୍ୟ କରି ଜି-୨୦ ମଞ୍ଚରେ ଭାରତକୁ ଗୌରବାନ୍ଵିତ କରିଛନ୍ତି ।

କୋରାପୁଟ ଜିଲ୍ଲା ନୂଆଗୁଡ଼ା ଗାଁର ରାଇମତି ଘିଉରିଆ । ୩୮ ବର୍ଷୀୟା ରାଇମତି ଏବେ ସୁଦ୍ଧା ଧାନର ୮୦ ଓ ମାଣ୍ଡିଆର ପ୍ରାୟ ୪୮ଟି ବିହନକୁ ସଂରକ୍ଷିତ କରି ରଖିଛନ୍ତି । ପଦ୍ମଶ୍ରୀ କମଳା ପୂଜାରୀଙ୍କ ଠାରୁ ବାଲ୍ୟ କାଳରୁ ବିହନ ସାଇତିବା କଳା ଶିଖିଥିଲେ ରାଇମତି ।

ଧାନ ଓ ମାଣ୍ଡିଆର ଏକାଧିକ ପ୍ରଜାତିର ବିହନ ସଂରକ୍ଷଣ କରିଥିବା ରାଇମତି ସ୍ଥାନୀୟ ଅଞ୍ଚଳର ମହିଳା ମାନଙ୍କ ସହ କୃଷି ସମ୍ବନ୍ଧୀୟ ଜ୍ଞାନ ବି ବାଣ୍ଟୁଛନ୍ତି । ଯାହା ମହିଳାଙ୍କ ଆୟ ବଢ଼ାଇବାରେ ସହାୟକ ହେଉଛି ।

ଏଥିସହ ପଢ଼ନ୍ତୁ: ଦିନେ ମିଳୁ ନଥିଲା ଚାକିରି; ଏବେ ବଦଳାଉଛନ୍ତି ହଜାର ହଜାର ଦୃଷ୍ଟି ବାଧିତଙ୍କ ଜୀବନ

ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ରାଇମତି ୧୬ ବର୍ଷ ବୟସରେ ବିବାହ କରିଥିଲେ । ଆଉ ରାଇମତିଙ୍କ ସ୍ଵପ୍ନକୁ ସାକାର କରିବାରେ ସହଯୋଗ କରିଥିଲେ ତାଙ୍କ ସ୍ଵାମୀ ଗୋବିନ୍ଦ ଘିଉରିଆ ଓ ଶ୍ଵଶୁର । ବାଲ୍ୟ ବୟସରୁ ଧାନ ଓ ମାଣ୍ଡିଆର ବିଭିନ୍ନ କିସମର ବିହନ ସଂରକ୍ଷଣ କରିଥିବା ରାଇମତି ମାତ୍ର ସପ୍ତମ ପର୍ଯ୍ୟନ୍ତ ପଢ଼ିଥିବା ବେଳେ ଓୟୁଏଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପାଇଛନ୍ତି ।

ରାଇମତି ଘିଉରିଆଙ୍କ ଭଳି ଓଡ଼ିଶାର ଅନ୍ୟ ବ୍ୟକ୍ତି ବିଶେଷଙ୍କ ସଫଳ କାହାଣୀ 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2 ଦେଖି ପାରିବେ ଅର୍ଗସ୍ ନ୍ୟୁଜ୍‌ରେ । ପ୍ରତି ଶନିବାର ରାତି ୮ଟା ୩୦ ଓ ରବିବାର ଦିନ ସାଢ଼େ ଗୋଟାଏ (ପୁନଃ ପ୍ରସାରଣ) ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
From Class 7 to Doctorate: Odisha’s Mandia Rani Raimati Ghiuria | Argus News | Argus News