Pride of Odisha / ଯାହାର କେହି ନାହାନ୍ତି, ତାଙ୍କ ପାଇଁ ଅଛନ୍ତି ଶ୍ୟାମ ସୁନ୍ଦର ଓ କସ୍ତୁରୀ
·4 months ago·3 min read

Key Points
ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ୧୧ତମ ଅଧ୍ୟାୟରେ ଆମେ ଭେଟିବା 'ଶ୍ୟାମ ସୁନ୍ଦର ଓ କସ୍ତୁରୀ ଜାଲ'ଙ୍କୁ । ୟେ ହେଉଛନ୍ତି ଅନାଥ ଛୁଆଙ୍କ ପିତାମାତା । ଯାହାର କେହି ନାହାନ୍ତି ତାଙ୍କ ପାଖେ ଛିଡ଼ା ହୁଅନ୍ତି ଶ୍ୟାମ ସୁନ୍ଦର ଓ କସ୍ତୁରୀ ।
ଭୁବନେଶ୍ଵର: ଅନେକ ଅକୁହା କାହାଣୀ, ଅଚିହ୍ନା ମଣିଷ । ଯେଉଁମାନଙ୍କ ଅବଦାନ ରହିଛି ଆମ ସମାଜ ପାଇଁ, ଲୋକଙ୍କ ଜୀବନକୁ ସରଳ କରି ଭରିଛି ଆନନ୍ଦର ରଙ୍ଗ । ଅର୍ଗସ୍ ନ୍ୟୁଜ୍ର 'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2 ନେଇ ଆସିଛି ସେଇଭଳି କିଛି 'ସରଳ ମଣିଷର ବିରଳ କାହାଣୀ' ।
ସ୍ନେହ, ପ୍ରେମ ବିନା ମଣିଷ ବଞ୍ଚିବା ଏକପ୍ରକାର ଅସମ୍ଭବ । ବଞ୍ଚିବା ଲାଗି ମଣିଷକୁ ସବୁବେଳେ ଆଉ ଜଣେ ମଣିଷ କିମ୍ବା ଏକାଧିକ ଲୋକଙ୍କର ସାଥୀ ଦରକାର । ଆଉ ଏହା ହିଁ ହେଉଛି ପରିବାର । କିନ୍ତୁ ଆମ ସମାଜରେ ଏମିତି ଅନେକ ଛୁଆ ଅଛନ୍ତି, ଯେଉଁମାନଙ୍କ ପାଖରେ ସେମାନଙ୍କ ପରିବାର ନାହିଁ । ଅର୍ଥାତ୍ ସେମାନେ ବାପାମାଆ ଛେଉଣ୍ଡ ।
ମହାମାରୀ କୋଭିଡ୍ ପରେ ଆମ ଦେଶ ଓ ରାଜ୍ୟରେ ଅନାଥ ଅର୍ଥାତ୍ ବାପାମାଆ ଛେଉଣ୍ଡ ଛୁଆଙ୍କ ସଂଖ୍ୟା ଆହୁରି ବଢ଼ି ଯାଇଛି । କୋଭିଡ୍ ପୂର୍ବର ଏକ ସର୍ଭେ ଅନୁଯାୟୀ, ଆମ ରାଜ୍ୟରେ ପ୍ରାୟ ୨ ଲକ୍ଷ ୩୦ ହଜାର ଅନାଥ ଛୁଆ ଅଛନ୍ତି । ଯେଉଁଥିରୁ ୩୩ ହଜାର ଛୁଆଙ୍କ ବାପା ଓ ମାଆ ଉଭୟ ନାହାନ୍ତି ।
ଏଥିସହ ପଢ଼ନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ସେବାରେ ୧୬ ବର୍ଷ; ବଞ୍ଚାଇଲେଣି ୩୦୦ରୁ ଅଧିକ ଜୀବନ
ଆଉ ସେଥିରୁ ମାତ୍ର ୮ ହଜାର ୪୧୮ ଜଣଙ୍କୁ ଶିଶୁ ସୁରକ୍ଷା ଗୃହରେ ରଖାଯାଇ ସେମାନଙ୍କ ଯତ୍ନ ନିଆଯାଉଛି । କୋଭିଡ୍ ପରେ ଏହି ଅନାଥ ଛୁଆଙ୍କ ସଂଖ୍ୟା ଓଡ଼ିଶାରେ ୨୪ ହଜାର ୪୦୫କୁ ବୃଦ୍ଧି ପାଇଛି । ୨୪ ହଜାର ଛୁଆଙ୍କ ପାଖରେ ବାପାମାଆ କେହି ନାହାନ୍ତି । ଏତେ ସଂଖ୍ୟକ ଛୁଆଙ୍କ ଲାଳନପାଳନ କେବଳ ଏକ ସାମାଜିକ ନୁହେଁ ମାନସିକ ସମସ୍ୟା ମଧ୍ୟ ।
ଯାହାର ସମାଧାନ ମଧ୍ୟ ସାମାଜିକ ଓ ମାନସିକ ଭାବେ ହେବା ଦରକାର । ଅନାଥ ଛୁଆଙ୍କୁ କେବଳ ମୁଣ୍ଡ ଉପରେ ଛାତ, ଖାଦ୍ୟ ଲୋଡ଼ା ନୁହେଁ । ବରଂ ଏମାନଙ୍କୁ ଭଲ ପାଇବା, ଆପଣାର ଅନୁଭବ କରିବା ସହ ସଂସ୍କାର ଆବଶ୍ୟକତା ରହିଛି । ଏମିତି ଏକ ସାହାରା ଦରକାର ଯେଉଁଛି ଭଲ ପାଇବା ସହ ଆପଣାର ଅନୁଭବ ହେଉଥିବ ।
ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ୧୧ତମ ଅଧ୍ୟାୟରେ ଆମେ ଭେଟିବା 'ଶ୍ୟାମ ସୁନ୍ଦର ଓ କସ୍ତୁରୀ ଜାଲ'ଙ୍କୁ । ୟେ ହେଉଛନ୍ତି ଅନାଥ ଛୁଆଙ୍କ ପିତାମାତା । ଯାହାର କେହି ନାହାନ୍ତି ତାଙ୍କ ପାଖେ ଛିଡ଼ା ହୁଅନ୍ତି ଶ୍ୟାମ ସୁନ୍ଦର ଓ କସ୍ତୁରୀ । ଯିଏ ଭଲ ପାଇବା ଦେଇ ସବୁକିଛି ତ୍ୟାଗ କରି ବେସାହାରା ଛୁଆଙ୍କୁ ନେଇ ଏକ ପରିବାର ଗଢ଼ିଛନ୍ତି । ଘୃଣା ଓ ଅପରାଧ ଦୁନିଆରୁ ଦୂରେଇ ସେମାନଙ୍କୁ ଭଲ ମଣିଷ କରି ଗଢ଼ି ତୋଳୁଛନ୍ତି ।
କଳହାଣ୍ଡି ଜିଲ୍ଲା ଧର୍ମଗଡ଼ର ଶ୍ୟାମ ସୁନ୍ଦର ଓ କସ୍ତୁରୀ ଜାଲ । ପିଲାଟି ଦିନରୁ ବାପାଙ୍କୁ ହରାଇଛନ୍ତି ଶ୍ୟାମ ସୁନ୍ଦର । ଗରିବ ପରିବାରର ଶ୍ୟାମ ସୁନ୍ଦରଙ୍କ ପାଖରେ ଦୁଇ ଓଳି ଖାଇବାକୁ ଖାଦ୍ୟ ନଥିଲା । ଯେଉଁଥିପାଇଁ ସେ ଗାଁର ଜମିଦାରଙ୍କ ଘରେ ମୂଲ ଖଟୁଥିଲେ । କେତେବେଳେ ଗାଈ ଚରାଉଥିଲେ ତ ଆଉ କେବେ ଦିନ ମଜୁରୀ ଯାଉଥିଲେ ।
ଜୀବନ ଦୁର୍ବିସହ ହୋଇ ପଡ଼ିଥିବା ବେଳେ ଶ୍ୟାମ ସୁନ୍ଦରଙ୍କୁ ହୋଇଥିଲା ମାତ୍ର ୧୮ ବର୍ଷ । ବାପା ନଥିବା ଶ୍ୟାମ ସୁନ୍ଦର ମାଆ ଯଶୋଦାଙ୍କ ସହ ଯାଉଥିବା ବେଳେ ରାସ୍ତା କଡ଼ରେ ଏକ ଛୁଆକୁ ପାଇଥିଲେ । ବାପାମାଆ ଛାଡ଼ି ଚାଲି ଯାଇଥିବା ଛୁଆକୁ ଘରକୁ ନେଇ ଆସିଥିଲେ ଯଶୋଦା । ସେତେବେଳେ ପରିବାର ପାଖରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ବି ନଥିଲା ।
ଏହାର କିଛି ଦିନ ପରେ ମାଆ ଯଶୋଦାଙ୍କ ଦେହାନ୍ତ ହୋଇଥିଲା । ଯାହା ପରେ ଶ୍ୟାମ ସୁନ୍ଦର ମାଆଙ୍କ ନାଁରେ ଖୋଲିଥିଲେ 'ଯଶୋଦା ଆଶ୍ରମ' । ଅନାଥ ଛୁଆଙ୍କୁ ଆଶ୍ରମରେ ରଖିବା ସହ ସେମାନଙ୍କ ଲାଳନ ପାଳନ ପାଇଁ ଭିକ୍ଷା ମାଗିଛନ୍ତି । ସମୟ କ୍ରମେ କସ୍ତୁରୀଙ୍କୁ ବିବାହ କରନ୍ତି ଶ୍ୟାମ ସୁନ୍ଦର ।
ଏଥିସହ ପଢ଼ନ୍ତୁ: ବୃକ୍ଷରୋପଣ ଦେଇଛି ନୂଆ ପରିଚୟ; ଭତ୍ତା ଟଙ୍କାରେ ପୋତୁଛନ୍ତି ଫଳ ଗଛ
ଏହା ପରେ ଶ୍ୟାମଙ୍କ କାନ୍ଧରେ କାନ୍ଧ ମିଶାଇ କସ୍ତୁରୀ ଅନାଥ ଛୁଆଙ୍କୁ ଆପଣାଇ ନେଉଛନ୍ତି । ଯଶୋଦା ଆଶ୍ରମରେ ଅନାଥ ଛୁଆଙ୍କୁ ରଖିବା ସହ ଖାଦ୍ୟପାନୀୟ ଏବଂ ପାଠପଢ଼ାର ସୁଯୋଗ ଦେଉଛନ୍ତି । ଆଶ୍ରମରେ ପଢ଼ିଥିବା ୧୫ ଛୁଆ ବିବାହ କରିଖଥିବା ବେଳେ ୧୯ ଜଣ କିଟ୍ରେ ପଢ଼ୁଛନ୍ତି ।
ଅନାଥ ଛୁଆଙ୍କୁ ବ୍ୟତୀତ ଯଶୋଦା ଆଶ୍ରମରେ ୨୬ ଜଣ ବୃଦ୍ଧବୃଦ୍ଧା, ମାନସିକ ବିକାରଗ୍ରସ୍ତ ଛୁଆ ରହୁଛନ୍ତି । ଏଭଳି ଭାବେ ଶ୍ୟାମ ସୁନ୍ଦର ଓ କସ୍ତୁରୀ ମିଶି ଶହେରୁ ଅଧିକ ଅନାଥ ଛୁଆଙ୍କ ଜୀବନ ବଦଳାଇ ଦେଇଛନ୍ତି । ଅନାଥ ଛୁଆଙ୍କୁ ନିଜ ଛୁଆ ଭଳି ସ୍ନେହ, ପ୍ରେମ, ଭଲ ପାଇବା ଦେଇ ଶ୍ୟାମ ସୁନ୍ଦର ଓ କସ୍ତୁରୀ ପାଲଟି ଯାଇଛନ୍ତି ସେମାନଙ୍କ ବାପା ଆଉ ମାଆ ।
'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ରେ ଶ୍ୟାମ ସୁନ୍ଦର ଓ କସ୍ତୁରୀ ଜାଲଙ୍କ ଭଳି ଓଡ଼ିଶାର ଅନ୍ୟ ବ୍ୟକ୍ତି ବିଶେଷଙ୍କ ସଫଳ କାହାଣୀ ଆମେ ଦେଖାଉଛୁ ଅର୍ଗସ୍ ନ୍ୟୁଜ୍ରେ । ଶନିବାର ରାତି ୮ଟା ୩୦ ଓ ରବିବାର ଦିନ ସାଢ଼େ ଗୋଟାଏ (ପୁନଃ ପ୍ରସାରଣ) ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories