Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶାକୁ ଶିକ୍ଷା ଏବଂ କୌଶଳ ବିକାଶର କେନ୍ଦ୍ରସ୍ଥଳ ପାଇଁ ମୋଦି ସରକାରଙ୍କ ବିଶେଷ ଧ୍ୟାନ

Odisha

ଓଡ଼ିଶାକୁ ଶିକ୍ଷା ଏବଂ କୌଶଳ ବିକାଶର କେନ୍ଦ୍ରସ୍ଥଳ ପାଇଁ ମୋଦି ସରକାରଙ୍କ ବିଶେଷ ଧ୍ୟାନ

Jitendra Dash
Browse all articles by Jitendra Dash
·2 years ago·3 min read
ଓଡ଼ିଶାକୁ ଶିକ୍ଷା ଏବଂ କୌଶଳ ବିକାଶର କେନ୍ଦ୍ରସ୍ଥଳ ପାଇଁ ମୋଦି ସରକାରଙ୍କ ବିଶେଷ ଧ୍ୟାନ

ଅର୍ଗସ ବ୍ୟୁରୋ : ସମ୍ବଲପୁର ‘ବିଶାଳ ଗ୍ୟାରେଂଟି ସମାବେଶ’ରେ ଯୋଗ ଦେଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ମୋଦିଜୀଙ୍କୁ ମା’, ଭଉଣୀମାନେ ହୁଳ ହୁଳି ଦେଇ ଭବ୍ୟ ସ୍ୱାଗତ କରିଥିଲେ । ଏହାପରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ମୋଦିଜୀଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଫଟୋ ଦେଇ ମୋଦିଜୀଙ୍କୁ ସ୍ୱାଗତ କରିଥିଲେ । ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା’ସମଲେଶ୍ୱରୀଙ୍କୁ ପ୍ରଣାମ ଜଣାଇ ମୋଦିଜୀ ଉପସ୍ଥିତ ବିଶାଳ ଜନସମାବେଶକୁ ସମ୍ବୋଧନ କରିଥିଲେ । ସେହିପରି ବରପୁତ୍ର ବୀର ସୁରେନ୍ଦ୍ର ସାଏ, ଭୀମ ଭୋଇ, ସ୍ୱଭାବକବି ଗଙ୍ଗାଧର ମେହେରଙ୍କୁ ସ୍ମରଣ କରିଥିଲେ । ମୋଦିଜୀ ୪ଜଣ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁ, ଭାଗବତ ପ୍ରଧାନ, ବିନୋଦ ମହାରଣା, ବିନୋଦ କୁମାର ପଶାୟତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
 
ପ୍ରଧାନମନ୍ତ୍ରୀ ମୋଦିଜୀ ‘ବିଶାଳ ଗ୍ୟାରେଂଟି ସମାବେଶ’ରେ କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ଓଡ଼ିଶାରେ ଚାଳିବ ମୋଦି ଗ୍ୟାରେଂଟି । ଚଳିତ କେନ୍ଦ୍ର ବଜେଟ୍‌ରେ ଯୁବ, ମହିଳା, ଚାଷୀ ଓ ଗରିବଙ୍କୁ ସଶକ୍ତ କରିବାର କଥା କୁହାଯାଇଛି । ଆଜି ମୋଦିଜୀଙ୍କ ଗ୍ୟାରେଂଟିର ଅର୍ଥ “ଗ୍ୟାରେଂଟି ପୂରା ହେବାର ଗ୍ୟାରେଂଟି” ବୋଲି କହିଥିଲେ । ସେହିପରି ଗତ ୧୦ବର୍ଷରେ ୪କୋଟି ଗରିବ ପରିବାରକୁ ପକ୍କା ଘର ମିଳିଛି, ଏଥିରେ ୨୯ଲକ୍ଷ ହିତାଧିକାରୀ ଓଡ଼ିଶାରୁ ସାମିଲ ଅଛନ୍ତି । ଯେଉଁ ହିତାଧିକାରୀ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରୁ ବଂଚିତ ଅଛନ୍ତି ସେମାନଙ୍କ କଥା ମୋଦି ଚିନ୍ତା କରୁଛନ୍ତି । ଓଡିଶାକୁ ଶିକ୍ଷା ଏବଂ କୌଶଳ ବିକାଶର କେନ୍ଦ୍ରସ୍ଥଳ ପାଇଁ ମୋଦି ସରକାର ବିଶେଷ ଧ୍ୟାନ ଦେଉଛନ୍ତି । ଆଗାମୀ ଦିନରେ କେନ୍ଦ୍ର ସରକାର ୨କୋଟି ଘର ନିର୍ମାଣ କରିବେ । ଦେଶରେ କେହି ଚାଳଘରେ ନରୁହନ୍ତି ସେଥିପାଇଁ ମୋଦିଜୀ କାମ କରୁଛନ୍ତି ବୋଲି ଅଭିଭାଷଣରେ କହିଛନ୍ତି ।

ସେହିପରି ୧୦ବର୍ଷ ପୂର୍ବରୁ କଂଗ୍ରେସ ସରକାର ଓଡ଼ିଶାରୁ ୩୬ହଜାର କୋଟି ଟଙ୍କାର ଧାନ କିଣିଥିଲେ କିନ୍ତୁ ବିଜେପି ସରକାର ଓଡ଼ିଶାରୁ ୧ଲକ୍ଷ ୧୦ହଜାର କୋଟି ଟଙ୍କାର ଧାନ କିଣିଛି । ପିଏମ୍ କିଷାନ ଯୋଜନାରେ ଓଡ଼ିଶାର ୪୦ଲକ୍ଷ ଚାଷୀ ଲାଭାନ୍ୱିତ ହୋଇଛନ୍ତି । ପ୍ରତି ଚାଷୀଙ୍କ ଆକାଉଂଟକୁ ବର୍ତମାନ ସୁଧା ବିଜେପି ସରକାର ୩୦ହଜାର ଟଙ୍କା ପଠାଇଛି । ଏଥିସହ ମୋଦି ସରକାର ଚାଷୀ, ପଶୁପାଳକ ଓ ମତ୍ସଜୀବୀଙ୍କ ଆୟ ବଢ଼ାଇବା ପାଇଁ ପ୍ରାଥମିକତା ଦେଇଛି । ପିଏମ୍ କିଷାନ ସମ୍ମାନ ନିଧିରେ ସିଧାସଳଖ ଚାଷୀଙ୍କୁ ଲାଭ ମିଳୁଛି । ଓଡ଼ିଶାର ୪୦ଲକ୍ଷ ଚାଷୀ ଏଥିରୁ ଲାଭ ପାଉଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୋଦିଜୀ ଲୋକଙ୍କ ରୋଜଗାର ବଢ଼ାଇ, ଖର୍ଚ୍ଚ କମାଇବା ସରକାର ଲକ୍ଷ୍ୟ ରଖିଛନ୍ତି । ଦେଶରେ ମତ୍ସ୍ୟ ଉତ୍ପାଦନ ବଢ଼ିବାରେ ଲାଗିଛି । କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ  ପ୍ରତିଶ୍ରୁତିବଦ୍ଧ ଏବଂ କାର୍ଯ୍ୟରତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଭାରତର ଯୁବକଯୁବତୀ ଆତ୍ମ ବିଶ୍ୱାସ ସହିତ ଆଗକୁ ବଢ଼ୁଛନ୍ତି । ଯୁବପିଢ଼ିଙ୍କ ପାଇଁ ବିଜେପି ସରକାର ଛିଡା ହୋଇଛି । ‘ଯାହାର କେହି ନାହିଁ, ତା ପାଖରେ ମୋଦି ଅଛି । ଓଡ଼ିଶାରେ ବହୁ ସଂଖ୍ୟାରେ ଆଦିବାସୀ ରହୁଛନ୍ତି, କିନ୍ତୁ ଦୀର୍ଘଦିନ ଶାସନ ଚଳାଉଥିବା ସରକାର ଆଦିବାସୀଙ୍କୁ ଭୋଟ ବ୍ୟାଙ୍କ ବ୍ୟବହାର କରୁଛନ୍ତି କିନ୍ତୁ ବିଜେପି ସରକାର ସର୍ବଦା ଆଦିବାସୀଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛି । ରାଷ୍ଟ୍ର ନିର୍ମାଣରେ ଆଦିବାସୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ତେଣୁ ସେମାନଙ୍କର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି । ଓଡ଼ିଶାରେ ଚାଲିବ ମୋଦି ଗ୍ୟାରେଂଟି ଚାଲିବ ବୋଲି ମୋଦିଜୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ୨୫ଲକ୍ଷରୁ ଅଧିକ ପରିବାରକୁ ବିଦ୍ୟୁତ ସଂଯୋଗ ହୋଇଛି । ଏଲଇଡି ବଲ୍ ଦ୍ୱାରା ନୂଆ କ୍ରାନ୍ତି ଆଣିଛନ୍ତି କେନ୍ଦ୍ର ସରକାର । ରୁପ୍ ଟପ ସୋଲାର ଯୋଜନାରେ ରୋଜଗାର ସମ୍ଭାବନା ବଢ଼ିବ । ମୋଦିଜୀ ମା’ଭଉଣୀଙ୍କୁ ଲକ୍ଷପତି ଦିିଦି ହେବାର ଗ୍ୟାରେଂଟି ଦେଇଛନ୍ତି । ୧କୋଟି ଲକ୍ଷପତି ଦିଦି ସୃଷ୍ଟି ହୋଇଥିବାବେଳେ ୩କୋଟି ପାଇଁ ଲକ୍ଷ୍ୟ ରଖିଛନ୍ତି ମୋଦିଜୀ । ଓଡ଼ିଶାର ହଜାର ହଜାର ଏସଏଚଜି ମହିଳାଙ୍କୁ ଲାଭ ମିଳିବାକୁ ଯାଉଛି । ଆଶା, ଅଙ୍ଗନୱାଡି କର୍ମୀ ଆୟୁଷ୍ମାନ ଭାରତରେ ସାମିଲ ହେବେ । ଓଡ଼ିଶାର ୬୦ଲକ୍ଷ ପରିବାରକୁ ପାଇପପାଣି ଯୋଗାଇ ଦେଇଛି କେନ୍ଦ୍ର ସରକାର । ପୂର୍ବ ସରକାର ଲୋକଙ୍କୁ ଲାଭ ଦେବା ଅପେକ୍ଷା ଦୁର୍ନୀତିରେ ବୁଡିଥିଲା ବୋଲି ମୋଦି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ, ସଙ୍ଗୀତା ସିଂହଦେଓ, ବସନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂଦେଓ, ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିଧାୟକ ମୋହନ ଚରଣ ମାଝୀ, ନାଉରୀ ନାଏକ, ମୁକେଶ ମହାଲିଙ୍ଗ, କୁସୁମ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ ।  
    


 

Sponsored
Prime Minister Narendra Modi inaugurates permanent campus of IIM Sambalpur | Argus News