ଚଣ୍ଡିଖୋଲରେ କରିବେ ସାଧାରଣ ସଭା
·2 years ago

ଅର୍ଗସ ବ୍ୟୁରୋ : ମାର୍ଚ୍ଚ ୫ରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଲୋକସେବା ଭବନରେ ପ୍ରଶାସନିକ ପ୍ରସ୍ତୁତି, ସୁରକ୍ଷାର ସମୀକ୍ଷା ହୋଇଛି । ତେବେ ୫ ତାରିଖ ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ ମୋଦି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେଠାରୁ ସେ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଚଣ୍ଡିଖୋଲ ଗସ୍ତ କରି କାର୍ଯ୍ୟକ୍ରମରେ ଭାଗ ନେବେ । ଚଣ୍ଡିଖୋଲଠାରେ ଏକ ସମାବେଶରେ ଯୋଗ ଦେବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମ ସରିବା ପରେ ସେ ସନ୍ଧ୍ୟାରେ ଭୁବନେଶ୍ବର କରି ଦିଲ୍ଲୀ ଫେରିଯିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: