Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୁରୁତ୍ବପୂର୍ଣ୍ଣ ଡିଜିପି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଗୁରୁତ୍ବପୂର୍ଣ୍ଣ ଡିଜିପି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

Key Points

  • ଓଡିଶାରେ ତିନି ଦିନ ରହିବେ ମୋଦି
  • ଗୁରୁତ୍ବପୂର୍ଣ୍ଣ ଡିଜିପି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
  • ସବୁ ରାଜ୍ୟର ଡିଜିପିଙ୍କ ସହ  ଯୋଗଦେବେ କେନ୍ଦ୍ର ସୁରକ୍ଷା ଏଜେନ୍ସିର ସଦସ୍ୟ
  •  ପୂର୍ବରୁ ଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଥିଲା
  •  ମୋଦି ସରକାର ସମୟରେ ରାଜ୍ୟ ମାନଙ୍କରେ  ବି ବସୁଛି ବହୁ ଗୁରୁତ୍ବପୂର୍ଣ୍ଣ ବୈଠକ
  • ଡିସେମ୍ବର ପ୍ରଥମ ସପ୍ତାହରେ ନୌସେନା ଦିବସରେ ଯୋଗ ଦେବେ ମୋଦି
  • ପରେ ଜାନୁଆରୀରେ ପ୍ରବାସୀ ଓଡିଆ ସମ୍ମିଳନୀରେ ବି ଯୋଗ ଦେବେ ମୋଦି 

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ପ୍ରଥମ ଥର ଲାଗି ହେବାକୁ ଯାଉଛି ସର୍ବ ଭାରତୀୟ ଡିଜିପି ସମ୍ମିଳନୀ । ନଭେମ୍ବର 29ରୁ ଡିସେମ୍ବର 1 ଯାଏଁ ତିନି ଦିନ ଧରି  ଭୁବନଶ୍ବରରେ ହେବ ଡିଜିପି ସମ୍ମିଳନୀ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ  ବି ସମ୍ମିଳନୀରେ ଯୋଗ ଦେବେ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ମାନେ ସମ୍ମିଳନୀରେ ଯୋଗଦେବେ । ଏହାସହ ବିଏସଏଫ ଡିଜି, ସିଆରପିଏଫ ଓ ସିଆଇଏସଏଫ ଡିଜିି, ଏନଆଇଏ ମୁଖ୍ୟ, ' ର ' ମୁଖ୍ୟ, ଆଇବି, ଏନଏସଜି, ଏସପିଜି, ବିପିଆରଡି, ଆଇଟିବିପି, ଏନସିବି ଡିଜିଙ୍କ ସହ ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ସମସ୍ତ ଏଜେନ୍ସିର ମୁଖ୍ୟ ମାନେ ସମ୍ମିଳନୀରେ ସାମିଲ ହେବେ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ହେବ ତିନି ଦିନିଆ ଡିଜିପି ବୈଠକ । 

ଅଧିକ ପଢନ୍ତୁ : ୫ ମାସ ଭିତରେ ଓଲଟିଗଲା ଦେଶର ରାଜନୈତିକ ବାତାବରଣ

2026 ସୁଦ୍ଧା ସମଗ୍ର ଦେଶରୁ ମାଓବାଦୀଙ୍କୁ ମୂଳପୋଛ କରିବା ପାଇଁ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ତେଣୁ ଡିଜିପି ସମ୍ମିଳନୀରେ ମାଓ ମୁକାବିଲା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେବ । ଏହାସହ ଆତଙ୍କବାଦ ଉପରେ ଲଗାମ ଲଗାଇବା , ଅନ୍ତଃରାଷ୍ଟ୍ରୀୟ ଅନୁପ୍ରବେଶ ରୋକିବା, ଆଭ୍ୟନ୍ତରୀଣ ନିରାପତ୍ତା, ସାଇବର ସିକ୍ୟୁରିଟି, ପୁଲିସିଂ ଟେକ୍ନାଲୋଜି, ପୋଲିସ ଭିତ୍ତିଭୂମି ଆଧୁନିକୀକରଣ, ବେଆଇନ ନିଶା କାରବାର ବନ୍ଦ କରିବା, ଜେଲ ସଂସ୍କାର, ଏଆଇ ଓ ଡିପ ଫେକ୍ ଭଳି ନୂତନ ଜ୍ଞାନ କୌଶଳ ଦ୍ଵାରା ଅପରାଧିକ ଚ୍ୟାଲେଞ୍ଜର କେମିତି ମୁକାବିଲା ହେବ ଏହି ସବୁ ଦିଗକୁ ନେଇ ଆଲୋଚନା ହୋଇପାରେ । ବ୍ଲୁ ବୁକ ଅନୁସାରେ ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଲୋକସଭା ଭବନ ସମେତ ଆଖ ପାଖ ଅଞ୍ଚଳକୁ ସିଲ କରି ଦିଆଯାଇଛି । ଡିସେମ୍ବର 4ରେ ପାଳନ ହେବ ନାଭାଲ ଡେ..ପରେ ଜାନୁଆରୀରେ ହେବ ପ୍ରବାସୀ ଓଡିଶା ସମ୍ମିଳନୀ.. ଏହି ଦୁଇ କାର୍ଯ୍ୟକ୍ରମରେ ବି ମୋଦି ଯୋଗ ଦେଇପାରନ୍ତି..ମୋଦିଙ୍କ ଫୋକସରେ ଓଡିଶା ।  ଗତକାଲି ଓଡିଶା ପର୍ବରେ ବି  ଓଡିଶା ବିକାଶର ରୋଡ ମ୍ୟାପ ବାବଦରେ ଅବତାରଣ କରିଥିଲେ ମୋଦି । 2036 ସୁ୍ଦ୍ଦା ଓଡିଶାକୁ ସଶକ୍ତ ଓ ସମୃଦ୍ଦ ପାଇଁ ପ୍ରସ୍ତୁତ ହୋଇଛି ଯୋଜନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister will attend important DGP conference in odisha | Argus News