ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତିପୋଡି ପାଉଁଶ
·2 years ago

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନରେନ୍ଦ୍ରପୁର ସାହିରେ ଘଟିଛି ଅଘଟଣ।ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତିପୋଡି ପାଉଁଶ।ସୂଚନାରୁ ଜଣାପଡିଛି ନରେନ୍ଦ୍ରପୁର ସାହିର ନରସିଂହ ସେନାପତିଙ୍କ ଘରେ ଆଜି ଏସି ଚାଲୁଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା।ଏସିରୁ ନିଆଁ ଲାଗି ଘରେ ଥିବା ଗଦରେଜ ଆଲମିରା ଓ ଖଟରେ ନିଆଁ ଲାଗି ଯିବାରୁ ଖଟ ଗଦି ଲୁଗାପଟା ଟଙ୍କା ଓ ଘରେ ଥିବା ଅନ୍ୟାନ୍ୟ ଆସବାବପତ୍ର ପୋଡି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି।
ଅଧିକ ପଢନ୍ତୁ ଓଡିଶା ଖବର
ଆନୁମାନିକ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଥବା ଅନୁମାନ।ଗାଁ ଲୋକେ ଇଲେକ୍ଟ୍ରି ଲାଇନ କାଟି ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ।ଖବର ପାଇ ଟାଗିଂ ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ନିଆଁକୁ ଆୟତ୍ତ କରିଥିଲେ ଗାଁ ଲୋକେ।ଗଟଣା ସ୍ଥଳରେ ରାଜସ୍ୱ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: