Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜୀବ ବିଜ୍ଞାନ ସଂସ୍ଥାନ ପକ୍ଷରୁ ପ୍ରୋଟିନ ଯୁକ୍ତ ମକା ଚାଷ ସଚେତନତା କାର୍ଯ୍ୟକ୍ରମ

Swayangprajna Mishra
Browse all articles by Swayangprajna Mishra
·1 year ago·3 min read
ଜୀବ ବିଜ୍ଞାନ ସଂସ୍ଥାନ ପକ୍ଷରୁ ପ୍ରୋଟିନ ଯୁକ୍ତ ମକା ଚାଷ ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର : ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ବର ପକ୍ଷରୁ ମାତ୍ରାଧିକ ପ୍ରୋଟିନ ଯୁକ୍ତ ମକା ଚାଷ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଡି ବି ଟି କିଶାନ ହବ୍ କାର୍ଯକ୍ରମ ରେ ଆୟୋଜିତ ଏହି କାର୍ଯକ୍ରମରେ  ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଯୋଗ ଦେଇ ନବରଙ୍ଗପୁର ଜିଲ୍ଲା ରେ କୁପୋଷଣ ଦୂର କରିବା ପାଇଁ ମାତ୍ରାଧିକ ପ୍ରୋଟିନ ମକା ଓ ଧାନ ଫସଲ ଚାଷ ଏହି ଅଞ୍ଚଳ ର ବିକାଶ ରେ ସହାୟକ ହେଇପାରିବ ବୋଲି ସେ କହି ଥିଲେ l ବିଜ୍ଞାନ ଓ କାରିଗରୀ ବିଦ୍ୟାର  ବ୍ୟବହାର ଦ୍ଵାରା   ଚାଷୀ ର ଆୟ ବହୁଗୁଣ ହୋଇପରିବେ ବୋଲି କହିଥିଲେ l
 ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ସରକାର ଙ୍କ 12 ଟି ଗବେଷଣା ସଂସ୍ଥାନ କାର୍ଯକାରୀ ହେଉଛି, ଜୀବ ବିଜ୍ଞାନ ସଂସ୍ଥାନ  ଜିଲ୍ଲାରେ ପ୍ରୋଟିନ ଯୁକ୍ତ ଧାନ ,ମକl  ଚାଷ କୁ ଅଧିକ ମାତ୍ରା ରେ କରିବା ସହ ଉଦ୍ୟମୀ ହୋଇପାରିଲେ ଅଧିକ ରୁ ଅଧିକ ଲାଭ ମିଳିପାରିବ ବୋଲି କହି ଥିଲେ l  ଆସନ୍ତା ଦିନ ରେ ଅଧିକ ରୁ ଅଧିକ ଚାଷୀ ମନଙ୍କୁ ସାମିଲ କରା ଯାଇ ପାରିଲେ ଜିଲ୍ଲା ର ସାମଗ୍ରୀକ ବିକାଶ ହୋଇପାରିବ ବୋଲି ସାଂସଦ ଶ୍ରୀ ମାଝି କହିଥିଲେ l

ଅଧିକ ପଢନ୍ତୁ ଓଡିଶା ଖବର

ଝରିଗାଁ ବିଧାୟକ ନରସିଂହ ଭତ୍ରl  ଯୋଗ ଦେଇ ପୂର୍ବ ଦିନରେ ଗୋବର ବ୍ୟବହାର କରି ଚାଷ କରା ଯାଉ ଥିଲା କିନ୍ତୁ ବର୍ତ୍ତମାନ  ଚାଷ ରେ ବହୁଳ ପରିମାଣ ର ରାସାୟନିକ ସାର ବ୍ୟବହାର ଯୋଗୁଁ ମାଟି ପାଣି ଓ ଜଳବାୟୁ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି ତେଣୁ ଚାଷୀ ମାନେ ଖାଦ୍ୟ ଉପଯୋଗୀ ଫସଲ ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ l ପ୍ରୋଟିନ ଯୁକ୍ତ ମକା ଚାଷ  ନବରଙ୍ଗପୁର ପାଇଁ ଗୌରବ ଆଣିପାରିବ ବୋଲି ବିଧାୟକ କହିଥିଲେ l ଭାରତୀୟ ମକା ଅନୁସନ୍ଧାନ ସଂସ୍ଥାନ ର ବୈଜ୍ଞାନିକ ଡକ୍ଟର ରୋମେନ୍ ଶର୍ମା ଉପସ୍ଥିତ ରହି ପ୍ରୋଟିନ ମକା ଚାଷ ଓ ମକା ରୁ 100 ରୁ ଉର୍ଦ୍ଧ୍ବ ମୂଲ୍ୟ ଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରାଯାଇ ପାରିବ ତେଣୁ ଚାଷୀ ମାନେ ଚାଷ ସହ ଛୋଟ ଛୋଟ ଉଦ୍ୟୋଗ କରିପାରିବେ ବୋଲି ଡକ୍ଟର ଶର୍ମା କହି ଥିଲେ l
ଭାରତୀୟ ମକା ଅନୁସନ୍ଧାନ  ସଂସ୍ଥାନ ର ବୈଜ୍ଞାନିକ ଡକ୍ଟର ଆଲୋକ ସାହୁ ପ୍ରୋଟିନ ମକା ଚାଷ ର କୌଶଳ ଓ ବିଭିନ୍ନ ଦିଗ ସଂପର୍କ ରେ ଆଲୋକପାତ କରି ଥିଲେ l
ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ବର ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ରାଜୀବ ସ୍ବାଇଁ ଡିବିଟି କିସାନ୍ କାର୍ଯକ୍ରମ ମାଧ୍ୟମରେ ମାତ୍ରାଧିକ ପ୍ରୋଟିନ ଯୁକ୍ତ ଧାନ ଓ ମକା ଚାଷ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ରେ ଆରମ୍ଭ କରାଯାଇଛି, ଏହି ମକା ଓ ଧାନ ବ୍ୟବହାର  ଦ୍ବାରା ଜିଲ୍ଲାରେ ମହିଳା ଓ ଶିଶୁ ମାନଙ୍କ କୁପୋଷଣ ଦୂର କରିବାରେ ସହା ୟକ୍ ହୋଇପାରିବ ବୋଲି କହିଥିଲେ l ଓରମାସ ର ଯୁଗ୍ମ କାର୍ଯନିର୍ବାହୀ ଏ ଉମା ମହେଶ  ମୁଖ୍ୟ ମନ୍ତ୍ରୀ ମକା ମିଶନ୍ ଜରିଆରେ କାର୍ଯ୍ୟକାରୀ ବିଭିନ୍ନ ପଦକ୍ଷେପ ସମ୍ପର୍କ ରେ କହିବl ସହ ମୂଲ୍ୟ ଯୁକ୍ତ ସାମଗ୍ରୀ ପ୍ରସ୍ତୁତ ଦିଗରେ ଓର ମାସ ଖୁବ୍ ଶୀଘ୍ର ଆରମ୍ଭ କରିବ ବୋଲି କହି ଥିଲେ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜିଲ୍ଲା ପରିଷଦର  ଅତିରିକ୍ତ କାର୍ଯ ନିର୍ବାହୀ  ଯଦୁମଣୀ ନାୟକ ଉପସ୍ଥିତ ରହି ଜିଲ୍ଲା ପ୍ରଶାସନ ଚାଷୀ ମାନଙ୍କ ଆୟ ବୃଦ୍ଧି ଦିଗରେ କାର୍ଯ କରୁଛି ,ଏହି ପ୍ରୟାସ ଚାଷୀ ମାନଙ୍କୁ ଅଧିକ ପ୍ରେରଣl ଯୋଗାଇ ଦେବ ବୋଲି କହି ଥିଲେ l ବିଜ୍ଞାନ ସଂଚାରକ୍ ଲକ୍ଷ୍ମୀ ନାରାୟଣ ବକ୍ସି ଙ୍କ ଏହି କାର୍ଯ୍ୟକ୍ରମ କୁ ପରିଚଳନ l କରି ଥିବା ବେଳେ ଜୀବ ବିଜ୍ଞାନ ସଂସ୍ଥାନ ର ସୂଚନା ଅଧିକାରୀ ଧନ୍ଦ୍ୟବlଦ ଅର୍ପଣ କରିଥିଲେ l 100 ଏକର ମକା ବିହନ ଚାଷିମାନଙ୍କୁ  ପ୍ରଦାନ କରା ଯାଇ ଥିଲା l ନବରଙ୍ଗ ପୁର ଓ କୋରାପୁଟ ଜିଲ୍ଲାର 100 ଜଣ ଚାଷୀ ଉପସ୍ଥିତ ଥିଲେ l

Sponsored
Protein Maize Cultivation Awareness Program by Institute of Biology | Argus News